Migrant Worker's Body Reaches Native Village: ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ, ଶୋକାକୂଳ ପରିବେଶରେ ହେଲା ଶବ ସତ୍କାର

Jun 26, 2026 - 09:34
Migrant Worker's Body Reaches Native Village: ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ, ଶୋକାକୂଳ ପରିବେଶରେ ହେଲା ଶବ ସତ୍କାର

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ l ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି l ଗଜପତି ଜିଲ୍ଲା ମୋହନା ଥାନା କନ୍ଦାଳସାହି ଗାଁର ଗଣେଶ ଦଳବେହେରା ନାମକ ଯୁବକ ଗତ ତିନି ମାସ ପୂର୍ବରୁ ପରିବାର ପୋଷଣ ପାଇଁ ଗାଁର କିଛି ଜଣ ଶ୍ରମିକମାନଙ୍କ ସହ ମିଶି ଦାଦନ ଖଟିବାକୁ ଗୋଆ ଯାଇଥିଲେ l କାମ ସାରି ସେ ବିଲିଙ୍ଗର ଉପର ମହଲକୁ ଶୋଇବାକୁ ଯାଇଥିଲେ l 

ହେଲେ ବୁଧୁବାର ରାତିରେ କୌଣସି କାରଣବଶତଃ ସେ ଛାତରୁ ତଳକୁ ଖସି ପଡି ମୃତ୍ୟୁ ବରଣ କରିଥିଲେ l ଗୁରୁତର ଅବସ୍ଥାରେ ସେଠାରେ ଥିବା ଶ୍ରମିକମାନେ ତାଙ୍କୁ ଉଦ୍ଧାର କରି  ସ୍ଥାନିୟ ମେଡ଼ିକାଲ୍ ରେ ଭର୍ତ୍ତି କରିଥିଲେ l ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ l ପୋଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି l ଗାଁରେ ମୃତ ଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ପରିବାର ଲୋକେ ଶବ ସତ୍କାର କରିଛନ୍ତି l