Migrant Crisis: ସିଉଟା ସୀମାରେ ଶରଣାର୍ଥୀଙ୍କ ଦୁର୍ଦ୍ଦଶା; ୫୭ ଜଣଙ୍କ ମୃତ୍ୟୁ

Aug 01, 2026 - 08:01
Migrant Crisis: ସିଉଟା ସୀମାରେ ଶରଣାର୍ଥୀଙ୍କ ଦୁର୍ଦ୍ଦଶା; ୫୭ ଜଣଙ୍କ ମୃତ୍ୟୁ

"ନୂଆଦିଲ୍ଲୀ: ସ୍ପେନର ସ୍ୱୟଂଶାସିତ ସହର ସିଉଟା ସୀମାରେ ଶରଣାର୍ଥୀଙ୍କ ଅଭୂତପୂର୍ବ ଭିଡ଼ ମଧ୍ୟରେ ଏପର୍ଯ୍ୟନ୍ତ ୫୭ ଜଣଙ୍କର ମୃତ୍ୟୁ ଘଟିଛି ।

କେହି ସୀମା ପାଚେରୀ ଓ ବ୍ରେକୱାଟର ଉପରକୁ ଚଢ଼ିବା ବେଳେ ଦଳାଚକଟାରେ ପ୍ରାଣ ହରାଇଥିବାବେଳେ, ଅନ୍ୟ କେତେକ ଲୋକ ସମୁଦ୍ରରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି।ଗୁରୁବାରଠାରୁ ଏପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ଶରଣାର୍ଥୀ ସ୍ଥଳ ଓ ସମୁଦ୍ର ପଥ ଦେଇ ସିଉଟାରେ ପ୍ରବେଶ କରିଛନ୍ତି ।

ସ୍ପେନ ସରକାରଙ୍କ ସୂଚନା ଅନୁଯାୟୀ, ମୃତଦେହଗୁଡ଼ିକ ସ୍ପାନିଶ୍ ସୀମା ଅଞ୍ଚଳରୁ ଉଦ୍ଧାର କରାଯାଇଛି ।

ସ୍ଥାନୀୟ ପ୍ରଶାସନର ଆକଳନ ଅନୁସାରେ, ଗତ ଦୁଇ ଦିନରେ ପ୍ରାୟ ୬୦ ହଜାର ଲୋକ ସୀମା ପାର ହେବାକୁ ଚେଷ୍ଟା କରିଥିଲେ ।Advertisment ଅଧିକ ପଢନ୍ତୁ:  ପଶ୍ଚିମ ଏସିଆ ସଂଘର୍ଷରେ ୧୬ ଭାରତୀୟଙ୍କ ମୃତ୍ୟୁ; ମୃତକଙ୍କ ମଧ୍ୟରେ ୧୦ ଜଣ ବାଣିଜ୍ୟିକ ଜାହାଜ ନାବିକ ଏହି ମଧ୍ୟରେ, ପ୍ରାୟ ୪୮,୩୦୦ ଜଣ ଶରଣାର୍ଥୀ ଖାଦ୍ୟ, ପାଣି ଓ ରହିବା ବ୍ୟବସ୍ଥା ନ ମିଳିବାରୁ ସ୍ୱଇଚ୍ଛାରେ ମରୋକ୍କୋକୁ ଫେରିଯାଇଥିବା ସୂଚନା ମିଳିଛି ।

ଅନେକ ଶରଣାର୍ଥୀ କହିଛନ୍ତି ଯେ ସିଉଟାରେ ଖାଦ୍ୟ ଅଭାବ ଓ ସୁରକ୍ଷା ବାହିନୀଙ୍କ କଡ଼ା ନିୟନ୍ତ୍ରଣ ଯୋଗୁ ସେମାନେ ଫେରିବାକୁ ବାଧ୍ୟ ହୋଇଛନ୍ତି ।

ପରିସ୍ଥିତି ନିୟନ୍ତ୍ରଣ ପାଇଁ ମରୋକ୍କୋ ପୋଲିସ ଲୁହବୁହା ଗ୍ୟାସ, ଲାଠିଚାର୍ଜ ବ୍ୟବହାର କରିଛି।

ସଂଘର୍ଷ ସମୟରେ ଗୋଟିଏ ବସ୍ ଓ ସାତଟି କାରକୁ ନିଆଁ ଲଗାଇ ଦିଆଯାଇଥିବାବେଳେ, ସ୍ପାନିଶ୍ ସେନା ମଧ୍ୟ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରିଛି ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।