Mexico: ଆଗେଇଲା ସହ ଆୟୋଜକ ମେକ୍ସିକୋ
"ମେକ୍ସିକୋ ସିଟି: ସହ ଆୟୋଜକ ମେକ୍ସିକୋ ଚଳିତ ବିଶ୍ବକପ୍ରେ ନିଜର ବିଜୟ ଅଭିଯାନ ଜାରି ରଖି ପ୍ରିକ୍ବାର୍ଟରଫାଇନାଲ୍ ସ୍ଥାନ ନିଶ୍ଚିତ କରିଛି।
ଗ୍ରୁପ୍ ପର୍ଯ୍ୟାୟରେ ୩ରୁ ୩ ଜିିତିଥିବା ମେକ୍ସିକା ବୁଧବାର ରାଉଣ୍ଡ-୩୨ ମୁକବାିଲାରେ ୨-୦ ଗୋଲ୍ରେ ଇକ୍ବେଡରକୁ ମାତ୍ ନିଜ ଘରୋଇ ପଡ଼ିଆରେ ଦବ୍ଦବା ଜାରି ରଖିଛି।Advertisment FIFA World Cup: ଏମ୍ବାପେଙ୍କ ଯୁଗଳରେ ଫ୍ରାନ୍ସ ପ୍ରିକ୍ବାର୍ଟରରେ ପାଗ ଖରାପ ଯୋଗୁଁ ପ୍ରାୟ ଏକ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍ରେ ଜାଭିଅର୍ ଆଗୁଇରେଙ୍କ ଦଳ ଜୁଲିଆନ୍ କ୍ବିନୋନେସ୍ ଓ ରାଉଲ ଜିମେନେଜଙ୍କ ଗୋଲ୍ରେ ସହଜ ବିଜୟ ପାଇଥିଲା।
ଦୁଇଟି ଯାକ ଗୋଲ୍ରେ କ୍ବିନୋନେସ୍ଙ୍କ ଅବଦାନ ରହିଥିଲା।
୨୨ତମ ମିନିଟ୍ରେ ରୋବୋର୍ଟ ଅଲ୍ଭାର୍ଡୋଙ୍କ ପାସ୍କୁ ସେ ଗୋଲ୍ କରି ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ।
ଏହାପରେ ୩୧ତମ ମିନିଟ୍ରେ ତାଙ୍କ ପାସ୍ରେ ଜିମେନେଜ ଗୋଲ୍ କରିବାରୁ ଘରୋଇ ଦଳ ପ୍ରଥମାର୍ଦ୍ଧକୁ ୨-୦ରେ ନିଜ ପକ୍ଷରେ ରଖିଥିଲା।
ଗୋଲ୍ କରିବାକୁ କଡ଼ା ସଂଘର୍ଷ ତୀୟାର୍ଦ୍ଧ ଉଭୟ ଦଳ ଗୋଲ୍ କରିବାକୁ କଡ଼ା ସଂଘର୍ଷ କରିଥିଲେ ମଧ୍ୟ ଗୋଲ୍ ଦେବାରେ ସଫଳ ନ ହେବାରୁ ଘରୋଇ ଦର୍ଶକଙ୍କ ସମ୍ମୁଖରେ ମେକ୍ସିକୋ ୨-୦ରେ ବିଜୟ ବାନା ଉଡ଼ାଇଥିଲା।
ଅନ୍ୟପକ୍ଷରେ ଏହି ପରାଜୟ ସହ ଶେଷ ଇନ୍ଜୁରି ସମୟରେ ଇକ୍ବେଡରର ପିଓର୍ ହିନ୍କାପି (୯୦+୫ ମିନିଟ୍) ରେଡ୍କାର୍ଡ ପାଇ ପଡ଼ିଆରୁ ବିଦା ହେବା ଦଳର ଦୁଃଖକୁ ଦ୍ବିଗୁଣିତ କରିଥିଲା।
"