Metro rail: ଭବିଷ୍ୟତର ଭିଡ଼ ସମ୍ଭାଳିବ ମେଟ୍ରୋ ରେଳ: ଜନଗହିଳପୂର୍ଣ୍ଣ ଅଞ୍ଚଳରେ ଭୂତଳ ମେଟ୍ରୋ
"ଭୁବନେଶ୍ବର: ସରକାର ବଦଳିବା ପରେ ରାଜଧାନୀର ମେଟ୍ରୋ ରେଳ ପ୍ରକଳ୍ପ ଠପ୍ ହୋଇଯାଇଛି।
ନୂଆଦିଲ୍ଲୀ ଓ ମୁମ୍ବାଇ ତୁଳନାରେ ଭୁବନେଶ୍ବର ଏକ ଛୋଟ ସହର ହୋଇଥିଲେ ମଧ୍ୟ ଏଠାରେ ଅଧିକ ଭିଡ଼ ଦେଖିବାକୁ ମିଳେ।
ସରକାରଙ୍କ ବ୍ୟବସାୟ ଅନୁକୂଳ ନୀତି ପାଇଁ ଭୁବନେଶ୍ବର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଅନେକ କଳ କାରଖାନା ଗଢ଼ି ଉଠିଛି।
ଅନେକ ଖ୍ୟାତିସମ୍ପନ୍ନ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ଥିବାରୁ ଭୁବନେଶ୍ବର ପୂର୍ବରୁ ଉଚ୍ଚଶିକ୍ଷାର କେନ୍ଦ୍ରଭାବେ ରହି ଆସିଛି।
ସେହିଭଳି ସ୍ବାସ୍ଥ୍ୟକ୍ଷେତ୍ରରେ ଭୁବନେଶ୍ବର ଏମ୍ସ ଓ କଟକର ଏସ୍ସିବି ମେଡିକାଲ କଲେଜ ସହିତ ଅନେକ ଖ୍ୟାତିସମ୍ପନ୍ନ ଡାକ୍ତରଖାନା ରହିଛି।
ସେମିକଣ୍ଡକ୍ଟର ଭଳି ନୂଆ ନୂଆ ଶିଳ୍ପ ଗଢ଼ି ଉଠୁଛି।
କ୍ଷୀପ୍ର ବିକାଶ ପାଇଁ ଆଗାମୀ ଦିନରେ ଦ୍ବୈତନଗରୀରେ ଟ୍ରାଫିକ୍ ସମସ୍ୟା ଜଟିଳ ହେବ।
ତେଣୁ ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ଭୁବନେଶ୍ବରର ମେଟ୍ରୋ ରେଳ ଯୋଜନା ହେବା ଆବଶ୍ୟକ ବୋଲି ୱାର୍ଲଡ ଫେଡେରେସନ ଅଫ୍ ଇଞ୍ଜିନିୟରିଂ ଅର୍ଗାନାଇଜେସନ୍ସର ଅଡିଟ୍ କମିଟି ଅଧ୍ୟକ୍ଷ ଇଂ.
ଅଶୋକ ବାସା କହିଛନ୍ତି।
Advertisment Protest: ତାତିଲେ ମହିଳା, ନଷ୍ଟ କଲେ ଦେଶୀ ଓ ବିଦେଶୀ ମଦ ତାଙ୍କ ମତରେ ନିକଟ ଭବିଷ୍ୟତରେ ଭୁବନେଶ୍ୱର ଆଖପାଖ ଅଞ୍ଚଳରେ ନିଶ୍ଚିତ ଭାବରେ ମେଟ୍ରୋ ଲାଇନର୍ ଆବଶ୍ୟକତା ରହିଛି।
ମେଟ୍ରୋ ରେଳ ଏବେ କିମ୍ବା କିଛି ବର୍ଷ ପରେ ନିର୍ମାଣ ହେବ ତାହାର ନିଷ୍ପତ୍ତି ସରକାର ନେବେ।
ନିର୍ମାଣ ଯେବେ ଆରମ୍ଭ ହେଉ ନା କାହିଁକି ଏଥିପାଇଁ ଯୋଜନା ତୁରନ୍ତ ଆରମ୍ଭ ହେବା ସହ ତିନି ବର୍ଷ ମଧ୍ୟରେ ଶେଷ ହେବା ଉଚିତ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି।
ସେ କହିଛନ୍ତି, ରାଜଧାନୀର ଜନଗହଳିପୂର୍ଣ୍ଣ ଅଞ୍ଚଳ ଯଥା ଫରେଷ୍ଟ ପାର୍କ, ରାଜମହଲ, ମାଷ୍ଟର କ୍ୟାଣ୍ଟିନ, ସତ୍ୟନଗର, ବାଣୀବିହାର, ଜୟଦେବ ବିହାର, ପଟିଆ ଆଦି ସ୍ଥାନରେ ଭୂତଳ ମେଟ୍ରୋ ତିଆରି ହେବା ଆବଶ୍ୟକ।
ଜନସଂଖ୍ୟା କମ୍ ଏବଂ ରାସ୍ତା ଚଉଡ଼ା ଥିବା ସହରର ଉପକଣ୍ଠ ଅଞ୍ଚଳରେ ମେଟ୍ରୋ ରେଳ ଲାଇନ ଭୂପୃଷ୍ଠ କିମ୍ବା ଭୂପୃଷ୍ଠଠାରୁ ଉଚ୍ଚରେ ନିର୍ମାଣ କରାଯାଇପାରିବ ବୋଲି ସେ କହିଛନ୍ତି।
ଜନଗହିଳପୂର୍ଣ୍ଣ ଅଞ୍ଚଳରେ ଭୂତଳ ମେଟ୍ରୋଶୀଘ୍ର ମେଟ୍ରୋ ଆରମ୍ଭ ହୋଇ ୩ ବର୍ଷରେ ଶେଷ ହେବା ଉଚିତ: ଇଂ.
ଅଶୋକ ବାସା ତେବେ ଦ୍ବୈତ ନଗରୀରେ ମେଟ୍ରୋ ରେଳ ନିର୍ମାଣ କ୍ଷେତ୍ରରେ କେତେକ ଆହ୍ବାନ ମଧ୍ୟ ରହିଛି।
ଜୟଦେବ ବିହାର ଛକର ଉଦାହରଣ ଦେଇ ସେ କୁହନ୍ତି କଳିଙ୍ଗ ଷ୍ଟାଡିୟମରୁ ପଟିଆ ପର୍ଯ୍ୟନ୍ତ ଏକ ରାସ୍ତା ଅଛି ଏବଂ ରସୁଲଗଡ଼ରୁ ଖଣ୍ଡଗିରି ପର୍ଯ୍ୟନ୍ତ ଏକ ଉଚ୍ଚ କରିଡର୍ ଅଛି।
ବର୍ତ୍ତମାନ କଳିଙ୍ଗ ଷ୍ଟାଡିୟମରୁ ପଟିଆ ପର୍ଯ୍ୟନ୍ତ ଏକ ନୂତନ ଫ୍ଲାଏଓଭର ନିର୍ମାଣ ପ୍ରସ୍ତାବ ରହିଛି।
ତେଣୁ, ଏହି ଜଙ୍କସନରେ ଯଦି ଦୁଇ ଦିଗରେ ମେଟ୍ରୋ ଲାଇନ ନେବାକୁ ଯୋଜନା କରାଯାଏ ଏଗୁଡ଼ିକ ଚତୁର୍ଥ ଏବଂ ପଞ୍ଚମ ସ୍ତରରେ ରହିବ।
ଯଦି ମେଟ୍ରୋ ଲାଇନ ଭୂପୃଷ୍ଠରୁ ଉଚ୍ଚରେ ହେବ, ତେବେ ଲାଇନର ସମ୍ଭାବ୍ୟ ଉଚ୍ଚତା ଭୂମିଠାରୁ ପ୍ରାୟ ୨୩ ମିଟର ଏବଂ ୩୦ ମିଟରରେ ରହିବ।
ସେହିପରି, ଯଦି ସେହି ସ୍ଥାନରେ ଭୂତଳ ମେଟ୍ରୋ ଲାଇନ ନିର୍ମାଣ କରାଯାଏ, ତେବେ ନୂତନ ଫ୍ଲାଏ ଓଭର ଭିତ୍ତିଭୂମିର ଗଭୀରତା ଏବଂ ଅନ୍ୟ ବିଷୟଗୁଡ଼ିକୁ ବିଚାରକୁ ନେଲେ, ଚତୁର୍ଥ ଏବଂ ପଞ୍ଚମ ସ୍ତର ପାଇଁ ଭୂମି ତଳେ ମେଟ୍ରୋ ଲାଇନର ଗଭୀରତା, ଯଥାକ୍ରମେ ୪୩ ମିଟର ଏବଂ ୫୦ ମିଟର ହୋଇପାରେ।
୧ ରୁ ୫୦ ର ଅନୁଦୈର୍ଘ୍ୟ ଗ୍ରାଡିଏଣ୍ଟକୁ ବିଚାରକୁ ନେଲେ, ଉଭୟ ପାର୍ଶ୍ୱରେ ସୁଡ଼ଙ୍ଗର ଭୂଗର୍ଭସ୍ଥ ଲମ୍ବ ଭୂତଳ ମେଟ୍ରୋ ପାଇଁ ପ୍ରାୟ ୨୧୫୦ ମିଟରରୁ ୨୫୦୦ ମିଟର ଏବଂ ଉଚ୍ଚ ମେଟ୍ରୋ ପାଇଁ ୧୧୫୦ ମିଟରରୁ ୧୫୦୦ ମିଟର ହେବ।
ତେଣୁ ଏସବୁ ବିଷୟକୁ ଦେଖିବାକୁ ହେବ ବୋଲି ସେ କହିଛନ୍ତି।
Appreciation letter: ମୋଦୀଙ୍କ ପ୍ରଶଂସା ପତ୍ର ପାଇଲେ ମୂର୍ତ୍ତୀ ଶିଳ୍ପୀ ଅନମୋଲ ପଦାର ଭୁବନେଶ୍ୱରରେ ଅନେକ ନୂତନ ଫ୍ଲାଏଓଭର ନିର୍ମାଣ ଆଶା କରାଯାଉଛି।
ମେଟ୍ରୋ ଲାଇନ ତିଆରି କରିବା ସମୟରେ, ଏହାକୁ ଫ୍ଲାଏଓଭର ସହିତ ସମନ୍ବୟ ରଖିବା ଆଉ ଏକ କଷ୍ଟକର ବିଷୟ।
ଭିଡ଼ ନିୟନ୍ତ୍ରଣ ପାଇଁ ଆମକୁ ଯଥାଶୀଘ୍ର ମେଟ୍ରୋ ଯୋଜନାକୁ ଚୂଡ଼ାନ୍ତ କରିବାକୁ ପଡ଼ିବ।
ମେଟ୍ରୋ ଲାଇନ ପାଇଁ ଏକ ଭଲ ଯୋଜନା ଅତି କମ୍ରେ ୩ ବର୍ଷ ସମୟ ନେବ।
ତେଣୁ, ଆମକୁ ତୁରନ୍ତ ମେଟ୍ରୋ ରେଳ ପାଇଁ ମାଷ୍ଟରପ୍ଲାନ୍ ଆରମ୍ଭ କରିବାକୁ ପଡ଼ିବ।
ମେଟ୍ରୋ ଯୋଜନା ବନ୍ଦ ହେବା ପରେ ଫ୍ଲାଏ୍ଓଭର ପ୍ଲାନିଂ କରିବା ଭଲ।
ଜନସାଧାରଣଙ୍କ ଦାବି ଯୋଗୁ ଆମେ ଫ୍ଲାଏଓଭର ନିର୍ମାଣ ବନ୍ଦ କରିପାରିବୁ ନାହିଁ।
କିନ୍ତୁ ମେଟ୍ରୋ ଲାଇନ ଚୂଡ଼ାନ୍ତ ହେବା ପରେ ଫ୍ଲାଏ୍ଓଭର ନିର୍ମାଣ ଯୋଜନା ପ୍ରସ୍ତାବ ଦେବା ଭଲ।
କାରଣ ଏହା ମେଟ୍ରୋ ପ୍ରକଳ୍ପର ଲମ୍ବ ଏବଂ ମୂଲ୍ୟରେ ଅନାବଶ୍ୟକ ବୃଦ୍ଧିକୁ ହ୍ରାସ କରିବାରେ ସାହାଯ୍ୟ କରିବ।
ଭୂତଳ ମେଟ୍ରୋର ମୂଲ୍ୟ ଉଚ୍ଚ କରିଡର୍ ତୁଳନାରେ ପ୍ରାୟ ୨ରୁ ୨.୫ ଗୁଣ ଅଧିକ।
ତେବେ କେବଳ ଆର୍ଥିକ ଦୃଷ୍ଟିରୁ କମ୍ ଖର୍ଚ୍ଚ ହେବ ବୋଲି ଭାବି ଉଚ୍ଚ କରିଡର୍ରେ ମେଟ୍ରୋ ଲାଇନ ନିର୍ମାଣ କରିବା ବୈଷୟିକ ଏବଂ ସାମାଜିକ ଦୃଷ୍ଟିରୁ ଠିକ୍ ନୁହେଁ।
ମେଟ୍ରୋ ଲାଇନ ନିର୍ମାଣ ସମୟରେ ସାଧାରଣ ଲୋକଙ୍କ ଯାତାୟତ ସୁବିଧା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଯଦି ଆମେ ଜନବସତି ଅଞ୍ଚଳରେ ଉଚ୍ଚ କରିଡର୍ ପ୍ରସ୍ତାବ ଦେଉଛୁ, ତେବେ ନିର୍ମାଣ ସମୟରେ ଟ୍ରାଫିକ ଭିଡ଼ ଯନ୍ତ୍ରଣାକୁ ମଧ୍ୟ ଦେଖିବାକୁ ହେବ।
ତେଣୁ, ଜନଗହଳିପୂର୍ଣ୍ଣ ଅଞ୍ଚଳରେ ମେଟ୍ରୋ ଯୋଜନା କରିବା ସମୟରେ ଅତ୍ୟନ୍ତ ସତର୍କତା ଜରୁରୀ ବୋଲି ଇଂ.
ବାସା କହିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
