Messi: ମେସିଙ୍କ ନାଁରେ ନାମିତ ହେଲା ବିରଳ ଉଦ୍ଭିଦ ପ୍ରଜାତି
"ବୁଏନସଏୟାର୍ସ: ଆର୍ଜେଣ୍ଟିନାର ମହାନ ଫୁଟବଲର୍ ତଥା ୮ ଥର ବାଲନ୍ ଡି"ଓର୍ ବିଜେତା ଲିଓନେଲ ମେସିଙ୍କ ନାମରେ ନୂତନ ଭାବେ ଆବିଷ୍କୃତ ଉଦ୍ଭିଦ ପ୍ରଜାତିର ନାମକରଣ କରାଯାଇଛି।
ବିଶ୍ବ ଫୁଟ୍ବଲ୍ରେ ମେସିଙ୍କ ଅବଦାନ ପାଇଁ ପେରୁର ଆଣ୍ଡିଜ୍ ପର୍ବତମାଳାରେ ଦେଖାଯାଉଥିବା ଏହି ବିଶେଷ ଉଦ୍ଭିଦ ପ୍ରଜାତିର ନାଁ "ସାଲଭିଆ ମେସି" ରଖାଯାଇ ତାଙ୍କୁ ସମ୍ମାନ ପ୍ରଦାନ କରାଯାଇଛି।Advertisment ଏହି ଉଦ୍ଭିଦର ଅନୁବାଦ ଅର୍ଥ "ମେସି ପ୍ଲାଣ୍ଟ" ବା ଓଡ଼ିଆରେ "ମେସିଙ୍କ ଗଛ"।
ଉଦ୍ଭିଦ ବିଜ୍ଞାନର ଆନ୍ତର୍ଜାତିକ ଲାଟିନ୍ ନାମକରଣ ନିୟମ ଅନୁଯାୟୀ, ମେସି (Messi)ଙ୍କ ନାଁ"ର ଶେଷ ଅକ୍ଷର ପରେ କେବଳ ଗୋଟିଏ "ଆଇ" ଯୋଡ଼ାଯାଇଛି।
ଏହି ଉଦ୍ଭିଦଟି ପୁଦିନା ଗଛ ପ୍ରଜାତିର।
ଏହା ପ୍ରତିକୂଳ ପରିସ୍ଥିତିରେ ବଞ୍ଚିପାରେ।
ଏପରକି ପାହାଡ଼ିଆ ତଥା ଶୁଷ୍କ ପଥର ଶଯ୍ୟାରେ ମଧ୍ୟ ବଞ୍ଚିପାରେ।
ସଂପ୍ରତି ବିପଦସଙ୍କୁଳ ଶ୍ରେଣୀଭୁକ୍ତ ତେବେ ଜଳବାୟୁ ପରିବର୍ତ୍ତନ ଏବଂ ଜଙ୍ଗଲ ନିଆଁ ଯୋଗୁଁ ଏହି ବିରଳ ଉଦ୍ଭିଦକୁ ସଂପ୍ରତି ବିପଦସଙ୍କୁଳ ଶ୍ରେଣୀଭୁକ୍ତ କରାଯାଇଛି।
ନ୍ୟାସନାଲ ୟୁନିଭର୍ସିଟି ଅଫ୍ ସାନ୍ ମାର୍କୋସର ପ୍ରାକୃତିକ ଇତିହାସ ସଂଗ୍ରହାଳୟର ପଲ୍ ଗୋଞ୍ଜାଲେସ, ଆର୍ଜେଣ୍ଟିନାର ଗବେଷକ ରୋଲାଣ୍ଡୋ ଉରିଆ ଏବଂ ହୁଆରାଙ୍ଗୋ ନେଚରର ଜୀବବିଜ୍ଞାନୀ ଜିନ୍ କ୍ୟାପଚା-ରାମୋସଙ୍କ ନେତୃତ୍ୱରେ ଏହି ଉଦ୍ଭିଦର ସନ୍ଧାନ ମିଳିଥିଲା।
ସୂଚନାଯୋଗ୍ୟ ଯେ, ବେନିନ ବିପକ୍ଷ ବିଜୟୀ ମ୍ୟାଚ୍ ପରେ ଆର୍ଜେଣ୍ଟିନା ତାରକା ୩୯ ବର୍ଷୀୟ ମେସି ଅନ୍ତର୍ଜାତୀୟ ଫୁଟବଲ୍ରୁ ଅବସର ନେଇଥିଲେ।
ତାଙ୍କ ନେତୃତ୍ବରେ ଆର୍ଜେଣ୍ଟିନା ୩ ବିଶ୍ବକପ୍ ଖେଳିଥିଲା ବେଳେ ୨୦୨୨ କତରରେ ବିଜେତା ହେବାର ଗୌରବ ପାଇଥିଲା।
ଗତ ସଂସ୍କରଣରେ ଦଳ ଉପବିଜେତାରେ ସନ୍ତୁଷ୍ଟ ରହିଥିଲା।
Marco Rubio: ଭାରତ ଆମର ପ୍ରମୁଖ ସହଯୋଗୀ ଏବଂ ଅଂଶୀଦାର, କିନ୍ତୁ ଏବେ ବି ରୁଷରୁ ବହୁ ପରିମାଣର ତେଲ କିଣୁଛି: ମାର୍କୋ ରୁବିଓ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
