Melania Trump: ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପଙ୍କୁ ୟୁକ୍ରେନ୍‌ର ସର୍ବୋଚ୍ଚ ନାଗରିକ ସମ୍ମାନ

Nov 05, 2026 - 20:24
Melania Trump: ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପଙ୍କୁ ୟୁକ୍ରେନ୍‌ର ସର୍ବୋଚ୍ଚ ନାଗରିକ ସମ୍ମାନ

କିଭ୍‌: ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ଙ୍କୁ ୟୁକ୍ରେନ୍‌ ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିଛି।

ରୁଷ୍‌-ୟୁକ୍ରେନ ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା, ରୁଷ୍‌ ଅଧିକୃତ ଅଞ୍ଚଳରୁ ସାଧାରଣ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଲାଗି କରିଥିବା ଉଦ୍ୟମ ପାଇଁ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ତାଙ୍କୁ ଦେଶର ଏକ ସମ୍ମାନଜନକ ନାଗରିକ ପୁରସ୍କାର 'ଅର୍ଡର ଅଫ୍‌ ପ୍ରିନ୍ସେସ୍‌ ଓଲଗା' ସମ୍ମାନ ପ୍ରଦାନ କରିଛନ୍ତି।

Advertisment ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ସରକାରୀ ୱେବ୍‌ସାଇଟ୍‌ରେ ପ୍ରକାଶିତ ଆଦେଶ ଅନୁଯାୟୀ, ୟୁକ୍ରେନ୍‌କୁ ମାନବିକ ସହାୟତା ଯୋଗାଇବାରେ ମେଲାନିଆଙ୍କ ବ୍ୟକ୍ତିଗତ ଅବଦାନ ଏବଂ ମାନବାଧିକାର କାର୍ଯ୍ୟରେ ସକ୍ରିୟ ଭୂମିକାକୁ ସ୍ୱୀକୃତି ଦେଇ ଏହି ସମ୍ମାନ ଦିଆଯାଇଛି।

ଗତ ମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଦକ୍ଷିଣ ଯୁଦ୍ଧକ୍ଷେତ୍ରରେ ଥିବା ରୁଷ୍‌ ଅଧିକୃତ ଓଲେସ୍କି ସହରର ବାସିନ୍ଦାଙ୍କୁ ସେଠାରୁ ଚାଲିଯିବାର ସୁଯୋଗ ଦେବା ପାଇଁ ଏକ ସ୍ଥାନୀୟ ଯୁଦ୍ଧବିରତି ଘୋଷଣା କରିଥିଲେ।

Epstein link: ଏପଷ୍ଟିନ ଲିଙ୍କ୍ ଅଭିଯୋଗକୁ ଅସ୍ୱୀକାର କଲେ ମେଲାନିଆ ଟ୍ରମ୍ପ ଖାଦ୍ୟ ଓ ଔଷଧର ଅଭାବ ମଧ୍ୟରେ ସେଠାକାର ଲୋକେ ଦୀର୍ଘ ସପ୍ତାହ ଧରି ଅସୁବିଧାରେ ରହୁଥିଲେ।

ଏହି ବିରତିକୁ ଉଭୟ ପକ୍ଷ ସମ୍ମାନ ଦେଇଥିବାରୁ ରାସ୍ତାରୁ ବାରୁଦ ସୁଡ଼ଙ୍ଗ ହଟାଇବା ସହ ଲୋକଙ୍କୁ ୟୁକ୍ରେନ କିମ୍ବା ରୁଷ୍‌ ଯିବାର ସୁଯୋଗ ମିଳିଥିଲା।

ମେଲାନିଆଙ୍କ ହ୍ୱାଇଟ୍‌ ହାଉସ୍‌ କାର୍ଯ୍ୟାଳୟ ଏହାକୁ ଜଣେ ଆମେରିକୀୟ ପ୍ରଥମ ମହିଳାଙ୍କ ଅଭୂତପୂର୍ବ କୂଟନୈତିକ ପଦକ୍ଷେପ ବୋଲି କହିଛି।

ଏଥିସହ ରୁଷ୍‌ ଓ ୟୁକ୍ରେନ ପ୍ରତିନିଧିମାନଙ୍କୁ ହ୍ୱାଇଟ୍‌ ହାଉସ୍‌ରେ ଏକାଠି କରିବାକୁ ମେଲାନିଆ ନିଜେ ଉଦ୍ୟମ କରିବେ ବୋଲି ମଧ୍ୟ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)