Mehbooba Mufti: ଇରାନର ସର୍ବୋଚ୍ଚ ନେତା ଖେମିନିଙ୍କ ଶେଷକୃତ୍ୟରେ ଯୋଗଦେବେ ମେହବୁବା ମୁଫ୍ତି

Jul 02, 2026 - 16:14
Mehbooba Mufti: ଇରାନର ସର୍ବୋଚ୍ଚ ନେତା ଖେମିନିଙ୍କ ଶେଷକୃତ୍ୟରେ ଯୋଗଦେବେ ମେହବୁବା ମୁଫ୍ତି

"ଶ୍ରୀନଗର: ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ସୁପ୍ରିମୋ ମେହବୁବା ମୁଫ୍ତି ଇରାନର ଦିବଙ୍ଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖେମିନିଙ୍କ ଅନ୍ତିମ ସଂସ୍କାର ଓ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେବା ପାଇଁ ଇରାନ ଯାତ୍ରା କରିବେ।

ଜୁଲାଇ ୩ ରୁ ୬ ତାରିଖ ପର୍ଯ୍ୟନ୍ତ ତେହେରାନରେ ଅନୁଷ୍ଠିତ ହେବାକୁ ଥିବା ଏହି ରାଷ୍ଟ୍ରୀୟ ଶେଷକୃତ୍ୟ ପାଇଁ ମେହବୁବାଙ୍କୁ ଇରାନ ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯାଇଛି।

ଭାରତର ଜଣେ ବିଶିଷ୍ଟ ପ୍ରତିନିଧି ତଥା ସମ୍ମାନିତ ଅତିଥି ଭାବେ ସେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ।

ଏନେଇ ମେହବୁବା କହିଛନ୍ତି ଯେ, ଏହି ଆମନ୍ତ୍ରଣ ପାଇ ସେ ଅତ୍ୟନ୍ତ ଗୌରବାନ୍ୱିତ ଏବଂ ଏହା ତାଙ୍କ ପାଇଁ ଏକ ଅଦ୍ଭୁତ ସୁଯୋଗ।Advertisment ବିଦ୍ୟୁତ କରେଣ୍ଟ ନେଲା ଚାଷୀଙ୍କ ଜୀବନ ଇରାନର ସର୍ବୋଚ୍ଚ ନେତାଙ୍କ କାର୍ଯ୍ୟାଳୟର ଆନ୍ତର୍ଜାତୀୟ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ମହସିନ କୁମ୍ମି ଏହି ନିମନ୍ତ୍ରଣ ପତ୍ର ପଠାଇଛନ୍ତି।

ଚଳିତ ବର୍ଷ ଫେବୃଆରୀ ୨୮ ତାରିଖରେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ ଖେମିନିଙ୍କ ମୃତ୍ୟୁ ଘଟିଥିଲା।

ଜୁଲାଇ ୬ ରେ ଅନ୍ତିମ ଶୋଭାଯାତ୍ରା ଅନୁଷ୍ଠିତ ହେବ ଇରାନର ଜାତୀୟ ଶୋକ ସମୟ ଏବଂ ଇସଲାମିକ ଗଣରାଜ୍ୟର ନିୟମାନୁଯାୟୀ, ଜୁଲାଇ ୩ ତାରିଖରେ ତେହେରାନର ଇମାମ ଖେମିନି ଗ୍ରାଣ୍ଡ ମୋସାଲ୍ଲା କମ୍ପ୍ଲେକ୍ସରେ ବିଦାୟୀ ସଭା ହେବ, ଜୁଲାଇ ୪ ରେ ସ୍ମୃତି ସଭା ଏବଂ ଜୁଲାଇ ୬ ରେ ଅନ୍ତିମ ଶୋଭାଯାତ୍ରା ଅନୁଷ୍ଠିତ ହେବ।

ଭାରତ ଓ ଇରାନ ମଧ୍ୟରେ ଥିବା ସାଂସ୍କୃତିକ ଓ ରଣନୈତିକ ସମ୍ପର୍କକୁ ଦୃଷ୍ଟିରେ ରଖି ମେହବୁବାଙ୍କ ଉପସ୍ଥିତି ଦୁଇ ପ୍ରାଚୀନ ସଭ୍ୟତା ମଧ୍ୟରେ ଥିବା ବନ୍ଧୁତାକୁ ଆହୁରି ମଜବୁତ କରିବ ବୋଲି ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ କରାଯାଇଛି।

"