Meeting: ଭୁବନେଶ୍ୱରରେ ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ
"ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଅନୁଷ୍ଠିତ ହେଉଛି ପୂର୍ବାଞ୍ଚଳ ପରିଷଦର ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ।
ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ରାଜ୍ୟ ମଧ୍ୟରେ ରହିଥିବା ସମସ୍ୟା ଓ ସମନ୍ୱୟ ସମ୍ପର୍କିତ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହେଉଛି ।
ବୈଠକରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତା କରୁଛନ୍ତି।
ପୂର୍ବାଞ୍ଚଳ ପରିଷଦ ଅଧୀନରେ ଥିବା ବିଭିନ୍ନ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଏଥିରେ ଯୋଗଦେଇଛନ୍ତି।Advertisment ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମତ ବିନିମୟ ହେଉଛି ବୈଠକରେ ଆନ୍ତଃରାଜ୍ୟ ଜଳ ବଣ୍ଟନ, ସୀମାବର୍ତ୍ତୀ ଅଞ୍ଚଳର ପ୍ରଶାସନିକ ସମସ୍ୟା, ଆଇନଶୃଙ୍ଖଳା, ପରିବହନ, ଭିତ୍ତିଭୂମି ବିକାଶ, ବିପର୍ଯ୍ୟୟ ପରିଚାଳନା ଏବଂ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମନ୍ୱୟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମତ ବିନିମୟ ହେଉଛି।
ଏହି ବୈଠକ ମାଧ୍ୟମରେ ରାଜ୍ୟମାନଙ୍କ ମଧ୍ୟରେ ଥିବା ଦୀର୍ଘଦିନର ସମସ୍ୟାର ସମାଧାନ ପାଇଁ ସମନ୍ୱିତ ପଦକ୍ଷେପ ଗ୍ରହଣ ସହ ଆଞ୍ଚଳିକ ବିକାଶକୁ ଅଧିକ ଗତିଶୀଳ କରିବା ଉପରେ ଗୁରୁତ୍ୱ ଦିଆଯାଉଛି।
Gaza Rule: ଗାଜାରୁ ହଟିଲା ହାମାସ ଶାସନ: ପ୍ରଶାସନିକ କମିଟିକୁ କ୍ଷମତା ହସ୍ତାନ୍ତର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।