Meenakshi: ଫେରୁଛନ୍ତି ମୀନାକ୍ଷୀ

Jul 23, 2026 - 07:39
Meenakshi: ଫେରୁଛନ୍ତି ମୀନାକ୍ଷୀ

"ଗତ ଅଷ୍ଟମ ଓ ନବମ ଦଶକରେ ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପର ସବୁଠାରୁ ପ୍ରସିଦ୍ଧ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଥିଲେ ମୀନାକ୍ଷୀ ଶେଷାଦ୍ରି।

ମାତ୍ର ୧୭ ବର୍ଷ ବୟସରେ ମିସ୍‌ ଇଣ୍ଡିଆ ମୁକୁଟ ପିନ୍ଧିବା ପରେ ତାଙ୍କୁ ଅଡିସନ୍ ବିନା "ପେଣ୍ଟର୍‌ ବାବୁ" (୧୯୮୩) ଚଳଚ୍ଚିତ୍ରରେ ନାୟିକା ହେବାର ସୁଯୋଗ ମିଳିଥିଲା।

ତାଙ୍କ ଦ୍ବିତୀୟ ଚଳଚ୍ଚିତ୍ର "ହିରୋ"ରେ ଜ୍ୟାକି ଶ୍ରଫଙ୍କ ସହିତ ମୀନାକ୍ଷୀଙ୍କ ଯୋଡ଼ି ଖୁବ୍ ଆଦୃତିଲାଭ କରିଥିଲା।

ଏହି ଚଳଚ୍ଚିତ୍ର ଦୁହିଁଙ୍କ କ୍ୟାରିଅର୍‌ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା।

ଏହା ପରେ "ଦହଲୀଜ" ଓ "ଅଲ୍ଲା ରଖା" ଚଳଚ୍ଚିତ୍ରରେ  ସେମାନେ ଏକାଠି ଅଭିନୟ କରିଥିଲେ।

ମୀନାକ୍ଷୀ ପ୍ରାୟ ଦୁଇ ଦଶନ୍ଧି ହେଲା ଅଭିନୟରୁ ଦୂରେଇ ରହିଥିଲେ।Advertisment Horoscope 2026 July 23: ଜାଣନ୍ତୁ ଆଜିର ରାଶିଫଳ...

ତେବେ "ହିରୋ" ଚଳଚ୍ଚିତ୍ର ଆସିବାର ୪୩ ବର୍ଷ ପରେ, ସେ ଜ୍ୟାକିଙ୍କ ସହିତ ହିଁ ଅଭିନୟ ଦୁନିଆକୁ ଫେରିବାକୁ ଯାଉଛନ୍ତି।

୬୨ ବର୍ଷୀୟା ମୀନାକ୍ଷୀ ମାସେ ତଳେ ଆମେରିକାରୁ ମୁମ୍ବାଇ ଫେରିଆସିଥିବା କଥା ଘୋଷଣା କରିଥିଲେ।

ଆସୁଆସୁ ତାଙ୍କୁ ବିପୁଲ ଶାହଙ୍କ ନିର୍ଦେଶନାରେ "ନାନାବତୀ ଭର୍ସେସ୍‌ ନାନାବତୀ" ୱେବ୍‌ ଧାରାବାହିକରେ କାମ କରିବାର ସୁଯୋଗ ମିଳିଛି।

ଏହି ଧାରାବାହିକରେ ଆଠଟି ଏପିସୋଡ୍‌ ରହିବ ଏବଂ ଏଥିରେ ଭାଗ୍ୟଶ୍ରୀ, ରାମ କପୁର ଓ ଅନୁପ୍ରିୟା ଗୋଏଙ୍କାଙ୍କ ଭଳି ତାରକା ମଧ୍ୟ ଅଭିନୟ କରୁଛନ୍ତି ବୋଲି ଜଣାପଡ଼ିଛି।

ଏବେ ମୁମ୍ବାଇରେ ଏହାର ସୁଟିଂ ଚାଲିଥିବାର ସୂଚନା ରହିଛି।

Protest: ସିଜେପି ଆନ୍ଦୋଳନକାରୀଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହେବନି"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।