Medha Reveals Cancer Diagnosis : ମହେଶ ମଞ୍ଜରେକରଙ୍କ ପତ୍ନୀ ମେଧାଙ୍କୁ କ୍ୟାନସର , ଇମୋସନାଲ ପୋଷ୍ଟରେ ସ୍ୱାମୀ ଓ ଝିଅ ସାଇଙ୍କୁ ଦେଲେ ଧନ୍ୟବାଦ
ମୁମ୍ୱାଇ : ବଲିଉଡ୍ ଆକ୍ଟର-ଡାଇରେକ୍ଟର ମହେଶ ମଞ୍ଜରେକରଙ୍କ ପତ୍ନୀ ମେଧା ମଞ୍ଜରେକର କ୍ୟାନସରରେ ପୀଡ଼ିତ ଥିବା ସୂଚନା ଦେଇଛନ୍ତି। ମେଧା ଏକ ଇମୋସନାଲ ଇନଷ୍ଟାଗ୍ରାମ୍ ପୋଷ୍ଟରେ କ୍ୟାନସରର ଟ୍ରିଟମେଣ୍ଟ, ସର୍ଜରୀ , ରେଡିଏସନ ଓ କେମୋଥେରେପି ବିଷୟରେ କହିଛନ୍ତି। ଏହି ମୁସ୍କିଲ ସମୟରେ ମେଧା ସାହସର ସହ କ୍ୟାନସର ବିରୋଧରେ ଲଢୁଛନ୍ତି। ସେ ନିଜର ଫଟୋ ମଧ୍ୟ ସେୟାର କରିଛନ୍ତି , ଯେଉଁଥିରେ ସେ ଛୋଟ ଛୋଟ କେଶ ସହ ନଜର ଆସୁଛନ୍ତି। କ୍ୟାନସରର ଟ୍ରିଟମେଣ୍ଟ ବେଳେ ତାଙ୍କୁ ନିଜର କେଶ ହରାଇବାକୁ ପଡ଼ି ଥିଲା। କିନ୍ତୁ ଏହି ମୁସ୍କିଲ ସମୟରେ ପରିବାର ସହ ଓ ମୁହଁରେ ହସ ତାଙ୍କର ସାହାସ ଓ ଧୈର୍ଯ୍ୟ ପାଲଟିଛି।
ମେଧା ତାଙ୍କର ଅନେକ ଫଟୋ ସେୟାର କରି ଲେଖିଛନ୍ତି, ଏମିତି ମଧ୍ୟ ଯାତ୍ରା ହୋଇ ଥାଏ, ଯାହା ଆପଣଙ୍କୁ ପୂରା ବଦଳାଇ ଦିଏ। ଏହା ସେଥିରୁ ଗୋଟିଏ। ମୋ ଚିକିତ୍ସାର ଗୋଟିଏ ଫେଜ୍ ଶେଷ ହେବାକୁ ଯାଉଛି। ମେଧା ଆହୁରି ଲେଖିଛନ୍ତି, ନା ଡାଇଗ୍ନୋସିସ୍, ନା ସର୍ଜରୀ ,ନା କେମୋଥେରେପି ,ନା କି ରେଡିଏସନ । କେବଳ ଗ୍ରେସ୍ ମନେପକା ଯିବ। ମୋର ସେହି ଅଦୃଶ୍ୟ ହାତ ମନେଅଛି , ଯିଏକି ମୋତେ ପ୍ରତିଦିନ ସାହାରା ଦେଇଛି। ଲୋକେ ଅନେକ ସମୟରେ ମୋତେ ପଚାରନ୍ତି , ତୁମେ ଏସବୁ କେମିତି ସହ୍ୟ କଲ ? ଏହାର ଉତ୍ତର ସରଳ। ମୁଁ କେବେ ବି ଏହି ଯାତ୍ରା ଏକୁଟିଆ ସ୍ଥିର କରି ନଥିଲି। ଯେବେ ବି ମୋତେ ଅନୁଭବ ହୁଏ ଯେ, ମୁଁ ଗୋଟିଏ ପାଦ ମଧ୍ୟ ଚାଲି ପାରୁ ନାହିଁ, କେହି ନା କେହି ମୋ ସହ ଚାଲିବାକୁ ପ୍ରକଟ ହୋଇଯାଏ। ପଛକୁ ଚାହିଁ ଦେଖିବାରେ, ମୋତେ ଜଣାଅଛି ଯେ, ଏହା ସଂଯୋଗ ନଥିଲା। ଏହା ମୋ ହାତ ଧରିବାର ଈଶ୍ୱରଙ୍କ ଉପାୟ।
ଆହୁରି ମଧ୍ୟ ପଢନ୍ତୁ - ୭୮ ବର୍ଷ ବୟସରେ ଚାଲିଗଲେ ‘ ଜୁରାସିକ୍ ପାର୍କ’ର ଅଭିନେତା ସାମ୍ ନୀଲ
ମେଧା ଆହୁରି ନିଜ ପିଲା ,ଗୁରୁ , ବନ୍ଧୁ ,ଭାଉଜ ଓ ଭଉଣୀଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ସ୍ୱାମୀ ମହେଶ ମଞ୍ଜରେକରଙ୍କ ପାଇଁ ଲେଖିଛନ୍ତି, ମହେଶଙ୍କ ପାଇଁ। ଏକାଠି ରହିବା ପାଇଁ ଧନ୍ୟବାଦ। କିଛି ଯାତ୍ରା ଏକୁଟିଆ ସ୍ଥିର କରିବା ପାଇଁ ହୋଇ ନଥାଏ… ଏବଂ ପୁଣି ଥିଲେ ମୋର ବନ୍ଧୁ। ମେଧା କହିଛନ୍ତି ଚିକିତ୍ସା ବେଳେ ତାଙ୍କର ଖାଦ୍ୟ ଖାଇବାକୁ ଇଚ୍ଛା ହେଉ ନଥିଲା। କିନ୍ତୁ ଏହି ସମୟରେ ତାଙ୍କର ଶୁଭେଚ୍ଛୁ ଢୋକଲା , ସଫ୍ଟ ଇଡଲି , ଗୁଲପାପଡି ଓ ପାଣି ପୁରି ଆଣୁଥିଲେ ,ଯେତେବେଳେ ତାଙ୍କର ବହୁତ ଭଲ କିଛି ଖାଇବାକୁ ଇଚ୍ଛା ହେଉଥିଲା। ଏହି ମୁସ୍କିଲ ସମୟରେ ଅଭିନେତ୍ରୀ ଝିଅ ସାଇ ମଞ୍ଜରେକର ଓ ମହେଶ ମଞ୍ଜରେକର ତାଙ୍କର ସାହସ ସାଜି ସାଥିରେ ଠିଆ ହୋଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।