Mayurbhanj Crime: ଘରୋଇ କଳିରୁ ଶାବଳ ମାଡ଼; ବାପଙ୍କ ମୃତ୍ୟୁ, ସାନପୁଅ ଗିରଫ
"କଳାବାଡ଼ିଆ: ବାଙ୍ଗିରିପୋଷି ଥାନା ବ୍ରାହ୍ମଣ ଗାଁ ପଞ୍ଚାୟତ ତାଳବନ୍ଧ ବୁରୁଡିହି ଗ୍ରାମରେ ଘରୋଇ କଳିରୁ ସାନ ପୁଅର ଶାବଳ ମାଡରେ ବାପଙ୍କ ମୃତ୍ୟୁ ଘଟିଛି।
ତେବେ ରବିବାର ରାତିରେ ଏହି ହତ୍ୟା ଘଟଣା ଘଟିଥିଲେ ମଧ୍ୟ ସୋମବାର ଅପରାହ୍ନରେ ବଡ଼ପୁଅ ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ପରେ ପୁଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଛି।
Advertisment ପୁଅ ମାଡ଼ରେ ବୃଦ୍ଧା ମା" ଗୁରୁତର ଘଟଣାରୁ ଜଣାଯାଏ, ତାଳ ବନ୍ଧ ବିରୁଡିହି ଗ୍ରାମର ବୟଲ ହେମ୍ରମ( ୭୦) ଙ୍କ ସହିତ ସାନପୁଅ ବିଜୟ ହେମ୍ବ୍ରମ (୨୬) ଙ୍କ କୈାଣସି କଥାକୁ ନେଇ ଝଗଡ଼ା ହୋଇଥିଲା।
ବିବାଦ ସମୟରେ ଉତ୍କ୍ଷିପ୍ତ ହୋଇ ସାନପୁଅ ବିଜୟ ନିକଟରେ ଥିବା ଏକ ଶାବଳରେ ବାପାଙ୍କ ମୁଣ୍ଡରେ ଆଘାତ କରିଥିଲା।
ବୟଲଙ୍କ ଘଟଣା ସ୍ଥଳରେ ହିଁ ମୃତ୍ଯୁ ହୋଇ ଥିଲା।
ପୁଅ ମାଡ଼ ମାରୁଥିବାରୁ ଅତିଷ୍ଠ ହୋଇ ହତ୍ୟା କଲେ ବାପା-ମା" ସୋମବାର ଅପରାହ୍ନରେ ଗ୍ରାମବାସୀଙ୍କ ସହାୟତାରେ ଥାନାରେ ବଡ଼ପୁଅ ଦାସ ହେମ୍ବ୍ରମ ଲିଖିତ ଅଭିଯୋଗ କରିଛି।
ଅଭିଯୋଗ ପରେ ହତ୍ୟାକାରୀ ପୁଅ କୁ ପୁଲିସ ଗିରଫ କରିଛି।
ଡ଼ାକ୍ତରୀ ମାଇନା ପରେ ଆସନ୍ତା କାଲି କୋର୍ଟ ଚାଲାଣ ହେବ ବୋଲି ଜଣାପଡିଛି।
ରାତି ହୋଇଥିବାରୁ ଆସନ୍ତାକାଲି ଶବବେବଛେଦ ହେବ ବୋଲି ପୁଲିସ କହିଛି।
ଏ ନେଇ ନଂ୨୪୧/୨୬ ରେ ଏକ ମାମଲା ରୁଜ୍ଜୁ ହୋଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
