Marijuana seized: ପୁଣି ୨କୋଟିର ମାରିଜୁଆନା ଜବତ, ୪ ଅଟକ: ଚଳିତ ବର୍ଷ ୫ଥରରେ ୫୦କୋଟିର ଜବତ
"ଭୁବନେଶ୍ବର: ଆଜି ପୁଣି ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ହାଇଡ୍ରୋପୋନିକ୍ ଵିଡ୍ ବା ମାରିଜୁଆନା(ପ୍ରକ୍ରିୟାକରଣ ଗଞ୍ଜେଇ) ଜବତ କରାଯାଇଛି।
୪ଜଣ ଯାତ୍ରୀଙ୍କ ଲଗେଜ୍ରୁ ୫କେଜିରୁ ଅଧିକ ମାରିଜୁଆନା ମିଳିଛି।
ଏହାର ବଜାର ମୂଲ୍ୟ ୨କୋଟିରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆର୍ଆଇ) ଓ କଷ୍ଟମ୍ସ ବିଭାଗର ସ୍କ୍ବାଡ୍ ଚଢ଼ଉ କରି ୪ଜଣ ଯାତ୍ରୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛନ୍ତି।
ଅଟକ ୪ଜଣଙ୍କ ମଧ୍ୟରେ ୨ଜଣ ଓଡ଼ିଆ, ୨ଜଣ ଅଣଓଡ଼ିଆ(ଜଣେ ବଙ୍ଗୀୟ) ଯୁବକ ଅଛନ୍ତି।
ଏଥରକୁ ମିଶାଇ ଚଳିତ ବର୍ଷ ଭୁବନେଶ୍ବର ବିମାନବନ୍ଦରରୁ ୫ଥରରେ ୧୨ଜଣଙ୍କଠାରୁ ପାଖାପାଖି ୪୦କେଜି ମାରିଜୁଆନା ଜବତ କରାଯାଇଛି ଏବଂ ଏହାର ବଜାର ମୂଲ୍ୟ ୫୦କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି।
Advertisment ଚଳିତ ବର୍ଷ ୫ଥରରେ ୫୦କୋଟିର ଜବତବ୍ୟାଙ୍କକ୍ରୁ ମୁମ୍ବାଇ, ଚେନ୍ନାଇ ଭାୟା ଭୁବନେଶ୍ବର ଡିଆର୍ଆଇ ଓ କଷ୍ଟମ୍ସ ବିଭାଗରୁ ମିଳିଥିବା ସୂଚନାନୁସାରେ ବ୍ୟାଙ୍କକ୍ରୁ ଭୁବନେଶ୍ବର ଆସୁଥିବା ଏକ ବିମାନରେ କିଛି ଯାତ୍ରୀ ଚୋରାରେ ମାରିଜୁଆନା ଆଣୁଥିବା ଖବର ମିଳିଥିଲା।
ତେଣୁ ଉଭୟ ବିଭାଗର ମିଳିତ ସ୍କ୍ବାଡ୍ ବିମାନବନ୍ଦରରେ ସୁରକ୍ଷା ବଢ଼ାଇବା ସହିତ ଯାତ୍ରୀଙ୍କ ଲଗେଜ୍ ଯାଞ୍ଚ କରିବା ଆରମ୍ଭ କରିଥିଲେ।
ଏହି ଯାଞ୍ଚ ପ୍ରକ୍ରିୟାରେ କେ-୯ର ସନ୍ଧାନୀ କୁକୁରକୁ ସାମିଲ କରାଯାଇଥିଲା।
ଯାଞ୍ଚ ବେଳେ ସନ୍ଧାନୀ କୁକୁର ହିଁ ଯାତ୍ରୀଙ୍କ ଖାଦ୍ୟ ପ୍ୟାକେଟ୍ ବା ଡବାରେ ମାରିଜୁଆନା ଠାବ କରିଥିଲା।
ସେହିଭଳି ୨ଜଣ ଯାତ୍ରୀଙ୍କ ଲଗେଜ୍ ବ୍ୟାଗ୍କୁ କଟାଯାଇ ଅଭିନବ ଢାଞ୍ଚାରେ ମାରିଜୁଆନା ଲୁଚାଯାଇଥିଲା।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ଦାମୀ ବିଦେଶୀ ପ୍ରସ୍ତୁତି ନିଶା ଭୁବନେଶ୍ବର ଦେଇ କୋଲକାତା, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ ଭଳି ମେଟ୍ରୋ ସହରକୁ ଚାଲାଣ ହୋଇଥା"ନ୍ତା।
ଏହି ୪ଯାତ୍ରୀଙ୍କଠାରୁ ମାରିଜୁଆନା ସଂଗ୍ରହ କରିବାକୁ ରାଜଧାନୀର ବିଭିନ୍ନ ହୋଟେଲ୍ରେ ଆନ୍ତର୍ଜାତିକ ନିଶା ମାଫିଆଙ୍କ ଏଜେଣ୍ଟମାନେ ଡେରା ପକାଇଥିଲେ।
ଚଳିତ ବର୍ଷ ଜୁଲାଇ ୮ରେ ଏହି ବିମାନବନ୍ଦରରୁ ୧୧କେଜି ମାରିଜୁଆନା ଜବତ କରାଯାଇଥିଲା ଏବଂ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।
ମେ ୧୨ରେ ୧୧କେଜି ମାରିଜୁଆନା ଜବତ ହୋଇଥିଲା ଏବଂ ୨ ତାମିଲ ଯାତ୍ରୀଙ୍କୁ ଡିଆର୍ଆଇ ଗିରଫ କରିଥିଲା।
ମାର୍ଚ୍ଚ ୨୫ରେ ୫କେଜି ମାରିଜୁଆନା ଜବତ ହୋଇଥିଲା ଏବଂ ସେଥର ମଧ୍ୟ ବ୍ୟାଙ୍କକ୍ରୁ ଭୁବନେଶ୍ୱରକୁ ଆସୁଥିବା ୨ ତାମିଲ ଯୁବକ ଏହି ଚୋରା ଚାଲାଣ କରି ଗିରଫ ହୋଇଥିଲେ।
ଜାନୁଆରି ୪ରେ ଡିଆର୍ଆଇ ସ୍କ୍ବାଡ୍ ୮କେଜି ମାରିଜୁଆନା ଜବତ କରିବା ସହ ମୁମ୍ବାଇର ଜଣେ ଯୁବକଙ୍କୁ ଗିରଫ କରିଥିଲା।
ସେହିପରି ଡିସେମ୍ବର ୩୦ରେ ଡିଆର୍ଆଇ ସ୍କ୍ବାଡ୍ ଜଣେ ଯୁବକଙ୍କ ଲଗେଜ୍ରୁ ୪କେଜି ମାରିଜୁଆନା ଜବତ କରିଥିଲା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
