Marijuana cultivation: ଗଞ୍ଜେଇ ଚାଷ ବିରୋଧୀ ଅଭିଯାନକୁ ସ୍ବାଗତ: ରୋଜଗାର ମାଗିଲେ ସ୍ବାଭିମାନ ଅଞ୍ଚଳବାସୀ

Aug 28, 2026 - 02:44
Marijuana cultivation: ଗଞ୍ଜେଇ ଚାଷ ବିରୋଧୀ ଅଭିଯାନକୁ ସ୍ବାଗତ: ରୋଜଗାର ମାଗିଲେ ସ୍ବାଭିମାନ ଅଞ୍ଚଳବାସୀ

"ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ ସ୍ବାଭିମାନ ଅଞ୍ଚଳବାସୀ ସଚେତନ ହେଉଛନ୍ତି।

ପ୍ରଶାସନ ପକ୍ଷରୁ ଗଞ୍ଜେଇ ଚାଷ ବନ୍ଦ ପାଇଁ ଚାଲିଥିବା ସଚେତନତା ଅଭିଯାନକୁ ସ୍ବାଗତ କରୁଛନ୍ତି।

ଗଞ୍ଜେଇର ଅପକାରିତା ଓ ଯୁବପିଢ଼ି ଏହାଦ୍ବାରା କେମିତି ପଥଭ୍ରଷ୍ଟ ହେଉଛନ୍ତି, ସେ କଥା ବୁଝିଲେଣି।

କିନ୍ତୁ କେବଳ ଗଞ୍ଜେଇ ଚାଷ ବନ୍ଦ କରିଦେଲେ ସ୍ଥାୟୀ ସମାଧାନ ହେବ ନାହିଁ, ବରଂ ଏହି ପଛୁଆ ଅଞ୍ଚଳର ଯୁବକ, ଯୁବତୀଙ୍କୁ ରୋଜଗାର ଦେବାକୁ ଦାବି କରିଛନ୍ତି।ସ୍ବାଭିମାନ ଅଞ୍ଚଳର ଅଧିକାଂଶ ପରିବାର କୃଷି, ଜଙ୍ଗଲ ଉତ୍ପାଦ ଉପରେ ନିର୍ଭରଶୀଳ।

ମୂଲ ଲାଗିଲେ ଘରେ ଚୁଲି ଜଳୁଛି।

ଅନ୍ୟପଟେ ଏଠାକାର ଯୁବକ, ଯୁବତୀଙ୍କ ପାଇଁ ପର୍ଯ୍ୟାପ୍ତ ରୋଜଗାର ନାହିଁ।

କୌଶଳ ବିକାଶ, ସରକାରୀ ଚାକିରିର ସୁଯୋଗ, କୃଷିଭିତ୍ତିକ ଜୀବିକା ଓ ଛୋଟ ଉଦ୍ୟୋଗ ସୃଷ୍ଟି ହୋଇନଥିବାରୁ ଯୁବପିଢ଼ି ବେକାର ବସିଛନ୍ତି।

ଯାହାଫଳରେ ଅବୈଧ ଗଞ୍ଜେଇ ଚାଷ ଓ ନିଶାଦ୍ରବ୍ୟ ବ୍ୟବସାୟ ବଢ଼ିବାର ଆଶଙ୍କା ରହିଛି।Advertisment Nepal flood: ନେପାଳକୁ ବିଶ୍ବରୁ ସହାୟତାର ହାତ ବଢ଼ିଲା ତେଣୁ ଗଞ୍ଜେଇ ଚାଷ ବିରୋଧୀ ଅଭିଯାନ ସହିତ ଯୁବକ, ଯୁବତୀଙ୍କ ପାଇଁ ସ୍ଥାନୀୟ ରୋଜଗାର ସୃଷ୍ଟି ଓ ଅଞ୍ଚଳବାସୀଙ୍କ ଜୀବିକାର ବିକଳ୍ପ ବ୍ୟବସ୍ଥା ସରକାର ତୁରନ୍ତ କରିବାକୁ ଅଞ୍ଚଳବାସୀ ପ୍ରସ୍ତାବ ଦେଇଛନ୍ତି।

କୌଶଳ ବିକାଶ ଓ ବୃତ୍ତିମୂଳକ ତାଲିମ କେନ୍ଦ୍ର ଖୋଲାଯାଉ।

ଗଞ୍ଜେଇ ଚାଷ ଉପରେ ନିର୍ଭର କରୁଥିବା କ୍ଷୁଦ୍ରଚାଷୀଙ୍କୁ ବିକଳ୍ପ ଲାଭଜନକ ଫସଲ ତଥା ସରକାରୀ ପ୍ରୋତ୍ସାହନ ଦିଆଯାଉ।

ଜଙ୍ଗଲଜାତ ଦ୍ରବ୍ୟର ଉଚିତ ମୂଲ୍ୟ, ବଜାର ସୁବିଧା ଓ ପ୍ରକ୍ରିୟାକରଣ ବ୍ୟବସ୍ଥା, ମନରେଗାରେ ନିୟମିତ ଓ ପର୍ଯ୍ୟାପ୍ତ କାମ ଯୋଗାଇ ଦିଆଯାଉ।

ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ ଓ ମୌଳିକ ଭିତ୍ତିଭୂମିର ବିକାଶ କରାଯାଉ।

ଯୁବକଙ୍କୁ ନିଶାଠାରୁ ଦୂରେଇ ରଖିବା ପାଇଁ କ୍ରୀଡ଼ା, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ସ୍ବାଭିମାନ ଅଞ୍ଚଳବାସୀ ପରାମର୍ଶ ଦେଇଛନ୍ତି।

ଗଞ୍ଜେଇ ଚାଷ ବିରୋଧରେ ପ୍ରଶାସନର ସଚେତନତା କାର୍ଯ୍ୟକ୍ରମ ଯେତିକି ଗୁରୁତ୍ବପୂର୍ଣ୍ଣ, ତା"ଠାରୁ ଅଧିକ ଆବଶ୍ୟକ ଯୁବକଙ୍କ ହାତରେ କାମ ଓ ପରିବାରକୁ ସମ୍ମାନଜନକ ବିକଳ୍ପ ଜୀବିକା।

କେବଳ ଦମନମୂଳକ ପଦକ୍ଷେପ ନେଲେ ମୂଳ ସମସ୍ୟା ଦୂର ହେବ ନାହିଁ।

ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଚିତ୍ରକୋଣ୍ଡା ବ୍ଲକ୍‌ର ସ୍ବାଭିମାନ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ରୋଜଗାର ତଥା ଜୀବିକା ସୃଷ୍ଟି ପାଇଁ ପ୍ୟାକେଜ୍ ଘୋଷଣା କରିବାକୁ ଦାବି ହୋଇଛି।

Last rites: ବାପାଙ୍କ ମୃତ୍ୟୁ ପରେ ଭାଇକୁ ଡାକିବାକୁ ଗଲେ ଭଉଣୀ, ଶେଷରେ ନିଜେ ଦେଲେ ମୁଖାଗ୍ନି"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)