Marco Rubio: ଭାରତ ଆସୁଛନ୍ତି ରୁବିଓ, ଭିସା ବିବାଦ ଭିତରେ ବଡ଼ ଡିଲ୍‌ ଉପରେ ନଜର!

Oct 14, 2026 - 08:23
Marco Rubio: ଭାରତ ଆସୁଛନ୍ତି ରୁବିଓ, ଭିସା ବିବାଦ ଭିତରେ ବଡ଼ ଡିଲ୍‌ ଉପରେ ନଜର!

"ନୂଆଦିଲ୍ଲୀ: ଭାରତ-ଆମେରିକା ସମ୍ପର୍କରେ ଏବେ ନୂଆ ମୋଡ଼!

ଗୋଟିଏ ପଟେ ଭାରତୀୟଙ୍କ ଭିସାକୁ ନେଇ ଟ୍ରମ୍ପ ପ୍ରଶାସନର କଠୋର ନୀତି, ଅନ୍ୟପଟେ ଦୁଇ ଦେଶ ମଧ୍ୟରେ ରଣନୈତିକ ସହଯୋଗ ବଢ଼ାଇବାକୁ ଉଦ୍ୟମ।

ଏଭଳି ସମୟରେ ଭାରତ ଆସୁଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ।

ଅକ୍ଟୋବର ୧୭ରୁ ୨୨ ମଧ୍ୟରେ ତାଙ୍କର ଭାରତ ଓ ଉଜବେକିସ୍ତାନ ଗସ୍ତ କାର୍ଯ୍ୟକ୍ରମ ରହିଛି।

ଚଳିତ ବର୍ଷ ଏହା ତାଙ୍କର ଦ୍ୱିତୀୟ ଭାରତ ଗସ୍ତ ହୋଇଥିବାରୁ ଏହାକୁ ନେଇ କୂଟନୈତିକ ମହଲରେ ଚର୍ଚ୍ଚା ବଢ଼ିଛି।

ଆମେରିକାର ବୈଦେଶିକ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ରୁବିଓ ପ୍ରଥମେ ଉଜବେକିସ୍ତାନର ସମରକନ୍ଦ ଗସ୍ତ କରିବେ।

ସେଠାରେ ମଧ୍ୟ ଏସୀୟ ଦେଶଗୁଡ଼ିକର ପ୍ରତିନିଧିଙ୍କ ସହ C5+1 ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବେ।

ଏହାପରେ ସେ ଭାରତ ଆସି ମୁମ୍ବାଇ ଓ ଗୁଜରାଟର ଜାମନଗର ଗସ୍ତ କରିବେ।

Advertisment Attack: ୟେମେନର ତୈଳ ସଂରକ୍ଷଣ କେନ୍ଦ୍ର ଉପରେ ସାଉଦି ମେଣ୍ଟର ଆକ୍ରମଣ ଭାରତ ଗସ୍ତ ସମୟରେ ରୁବିଓ ବରିଷ୍ଠ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିବେ।

ଦୁଇ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଅଧିକ ମଜଭୁତ କରିବା, ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମତ ବିନିମୟ କରିବା ସହ ଶକ୍ତି କ୍ଷେତ୍ରରେ ସହଯୋଗ ବଢ଼ାଇବା ଉପରେ ଫୋକସ୍ ରହିବ।

ଏହାସହ ଆମେରିକା ଓ ଭାରତ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ଆର୍ଥିକ ସହଯୋଗର ନୂଆ ସମ୍ଭାବନା ନେଇ ବ୍ୟବସାୟୀଙ୍କ ସହ ମଧ୍ୟ ଆଲୋଚନା କରିବେ।

ଅନ୍ୟପଟେ, ଭାରତରେ ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋର୍ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ସୂଚନା ପ୍ରଯୁକ୍ତି ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଢ଼ୁଥିବା ସହଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି।

ନିକଟରେ ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହୋଇଛି।

ତେବେ ଭିସା ନୀତିକୁ ନେଇ ରହିଥିବା ଅସନ୍ତୋଷ ମଧ୍ୟରେ ରୁବିଓଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ୱ ବହନ କରୁଛି।

ଏହି ଆଲୋଚନା ଦୁଇ ଦେଶର ସମ୍ପର୍କକୁ କେତେ ନୂଆ ଦିଗ ଦେବ ଏବଂ ଆର୍ଥିକ ସହଯୋଗକୁ କେତେ ଆଗକୁ ନେବ, ତାହା ଉପରେ ଏବେ ସମସ୍ତଙ୍କ ନଜର।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)