Maoist dump: ସୀମାନ୍ତ ଜଂଗଲରୁ ଅସ୍ତ୍ରଶସ୍ତ୍ର, ନଗଦ ୨୪ ଲକ୍ଷ ଟଙ୍କା ଜବତ

Jun 26, 2026 - 18:08
Maoist dump: ସୀମାନ୍ତ ଜଂଗଲରୁ ଅସ୍ତ୍ରଶସ୍ତ୍ର, ନଗଦ ୨୪ ଲକ୍ଷ ଟଙ୍କା ଜବତ

"ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଏକ ଜଂଗଲରୁ ପୁଲିସ ମାଓ ଡମ୍ପକୁ ଉଦ୍ଧାର କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ନଗଦ ୨୪ ଲକ୍ଷ ଟଙ୍କା ଜବତ କରିଛି।

Advertisment ଜିଲ୍ଲାର ଓରଛା ଥାନା ଅନ୍ତର୍ଗତ ଟେକଲା ଜଂଗଲରେ ମାଓବାଦୀ ଏକ ଡମ୍ପ କରି ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଲୁଚାଇ ରଖିଥିବା ଆତ୍ମସମର୍ପଣ କରିଥିବା ନକ୍ସଲ ପୁଲିସକୁ ସୂଚନା ପ୍ରଦାନ କରିଥିଲେ।

ପୁଲିସ, ସିଆରପିଏଫ, ଏସଟିଏଫ ଯବାନ ଏହି ଅଂଚଳକୁ ଗସ୍ତ କରି ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରିଥିଲେ।

Maoists: ସୁନ୍ଦରଗଡ଼ କୁଲବାରେ ପୁଣି ସଶସ୍ତ୍ର ସନ୍ଦିଗ୍ଧ, ମାଓବାଦୀ ସନ୍ଦେହ ସେହିପରି ଛୋଟେଡଙ୍ଗର ଥାନା ଅନ୍ତର୍ଗତ ତୋୟାମେଟା ଜଂଗଲରେ ପୁଲିସ ମାଓ ଡମ୍ପରୁ ୨୪ ଲକ୍ଷ ନଗଦ ଟଂକା ଜବତ କରିଛି।

ଏହୁ ଦୁଇଟି ଅଂଚଳରେ ପୁଲିସର ଦୁଇଟି ଟିମ ଚଢାଉ କରିଥିଲା।

ଅସ୍ତ୍ରଶସ୍ତ୍ର ମଧ୍ୟରୁ ଏସଏଲଆର ରାଇଫଲ, ୩୦୩ ବନ୍ଧୁକ, ୩୦-ଓସି ବନ୍ଧୁକ, ବିଜିଏଲ ଲଞ୍ଚର, ସିଙ୍ଗଲ ସଟ୍ ବନ୍ଧୁକ, ବହୁ ସଂଖ୍ୟାରେ ମାଗାଜିନ, ଶତାଧିକ ଜୀବନ୍ତ ଗୁଳି, ଡିଟୋନେଟର ଇତ୍ୟାଦି ଜବତ କରାଯାଇଛି।

ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଏଠାରେ ଏହି ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିବା ପୁଲିସ କହିଛି।

"