Maoist Dump ସୀମାନ୍ତରେ ମାଓ ଡମ୍ପ ଠାବ, ମିଳିଲା ବିପୁଳ ବନ୍ଧୁକ, ଗୁଳିଗୋଳା
"ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ଓଡ଼ିଶା ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜଙ୍ଗଲରୁ ବଡ଼ ମାଓ ଡମ୍ପ୍ ଠାବ କରାଯାଇଛି।
ଏଥିରେ ମାଓବାଦୀମାନେ ଲୁଚାଇ ରଖିଥବା ବିପୁଳ ବନ୍ଧୁକ, ଅଫୁଟା ଗୁଳି, ବୋମା ଆଦି ଜବତ କରାଯାଇଛି।
Advertisment ସୁକମାର ଭେଜ୍ଜି ଥାନା ଅନ୍ତର୍ଗତ ଭଣ୍ଡାରପଦର ଓ ମୁନୁରକୋଣ୍ଡା ଜଙ୍ଗଲ ଅଞ୍ଚଳରେ ଜିଲ୍ଲା ପୁଲିସ, ଡିଆର୍ଜି ଓ ବସ୍ତର ଫାଇଟର୍ସର ମିଳିତ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା।
ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ ଏହି ଅଭିଯାନର ଯୋଜନା ପ୍ରସ୍ତୁତ କରାଯାଇଥିଲା।
ସର୍ଚ୍ଚ ଅପରେସନ୍ ସମୟରେ ଜଙ୍ଗଲ ଭିତରେ ମାଟି ତଳେ ଲୁଚାଇ ରଖାଯାଇଥିବା ଏହି ଡମ୍ପକୁ ଠାବ କରାଯାଇଥିଲା।
ଡମ୍ପରୁ ଏସଏଲଆର ବନ୍ଧୁକ,୩୧୫ ରାଇଫଲ୍,୪୧୦ ମସକେଟ୍,ବିଜିଏଲ ଲଞ୍ଚର୍, ୧୨ ବୋର୍ ରାଇଫଲ୍ ସହ ବିଭିନ୍ନ ପ୍ରକାରର ୨୩ଟି ବନ୍ଧୁକ ଜବତ ହୋଇଛି।
ଏଥିସହ ଏକେ-୪୭ ବନ୍ଧୁକ,ଏସଏଲଆର.୩୦୩,୩୧୫ ଓ ୧୨ ବୋର୍ ରାଇଫଲର ୪୯୨ ରାଉଣ୍ଡ ଜୀବନ୍ତ ଗୁଳି ମଧ୍ୟ ଜବତ ହୋଇଛି।
ସେହିପରି ୫ଟି ଦେଶୀ ହ୍ୟାଣ୍ଡ ଗ୍ରେନେଡ୍, ବହୁ ସଂଖ୍ୟକ ବିଜିଏଲ ସେଲ୍ ଓ ୨୪୦ଟି ଜିଲେଟିନ୍ ଷ୍ଟିକ୍ ସହ ୧୮ କିଲୋଗ୍ରାମ୍ ଗନ୍ ପାଉଡର୍ ମଧ୍ୟ ମିଳିଛି।
ମାଓବାଦୀଙ୍କ ବ୍ୟବହାରରେ ଆସୁଥିବା ପୋଷାକ, ବ୍ୟାଗ୍,ବେଲ୍ଟ,ସୋଲାର୍ ପ୍ଲେଟ୍ ସମେତ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
