Manipur: ମଣିପୁରରେ ୧୫ ବର୍ଷୀୟ ନାବାଳକଙ୍କୁ ଗୁଳି କରି ହତ୍ୟା ଚଳିତ ମାସରେ ୧୦ ଜଣଙ୍କର ହିଂସାରେ ମୃତ୍ୟୁ

Sep 21, 2026 - 22:09
Manipur: ମଣିପୁରରେ ୧୫ ବର୍ଷୀୟ ନାବାଳକଙ୍କୁ ଗୁଳି କରି ହତ୍ୟା ଚଳିତ ମାସରେ ୧୦ ଜଣଙ୍କର ହିଂସାରେ ମୃତ୍ୟୁ

"ଇମ୍ଫାଲ: ମଣିପୁରରେ ଗତ କିଛି ଦିନ ହେବ ପୁଣି ହିଂସା ମୁଣ୍ଡ ଟେକିଛି।

ମଣିପୁରର ତାମେଙ୍ଗଲଙ୍ଗ ଜିଲ୍ଲାର ତାମେଇରେ ଜଣେ ୧୫ ବର୍ଷୀୟ ନାବାଳକଙ୍କୁ ଗୁଳି କରି ହତ୍ୟା କରାଯାଇଛି।

ଅଧିକାରୀଙ୍କ ଅନୁଯାୟୀ, ମୃତକ ତାକୋଉ ଗ୍ରାମର ବାସିନ୍ଦା।

ସେ କିଛି ଆବଶ୍ୟକ ଖାଦ୍ୟସାମଗ୍ରୀ ସଂଗ୍ରହ ପାଇଁ ତାମେଇ ଗ୍ରାମକୁ ଯାଇଥିବାବେଳେ କିଛି ସଶସ୍ତ୍ର ବ୍ୟକ୍ତି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ।Advertisment ଆହୁରି ପଢନ୍ତୁ :Reunite: ୫୦ ବର୍ଷ ପରେ ସ୍କୁଲ୍‌ ଫେରିଲେ ସାଙ୍ଗ, ୟୁନିଫର୍ମ ପିନ୍ଧି ବ୍ୟାଗ୍‌ ଟାଙ୍ଗି ଖେଳିଲେ ପୁରୁଣା ସାଙ୍ଗ ଗ୍ରାମବାସୀମାନେ ଆଜି ପୂର୍ବାହ୍ଣ ପ୍ରାୟ ୧୦ଟା ୩୦ରେ ୨୦ ରାଉଣ୍ଡ୍‌ ଗୁଳି ଫୁଟିବା ଶୁଣିଥିଲେ।

ପରେ ଘଟଣାସ୍ଥଳରେ ପହଞ୍ଚିବାବେଳେ ବାଳକଙ୍କୁ ମୃତ ଅବସ୍ଥାରେ ରାସ୍ତାକଡ଼ରେ ପଡ଼ିଥିବା ଦେଖିଥିଲେ।

ପୁଲିସ ଅନୁଯାୟୀ, ଏଭଳିଆକ୍ରମଣପଛର କାରଣ ଜଣାପଡ଼ି ନାହିଁ।

ଆକ୍ରମଣ ପାଇଁ ଦାୟୀ ବ୍ୟକ୍ତିଙ୍କୁ ମଧ୍ୟ ଚିହ୍ନଟ କରାଯାଇନାହିଁ।

ଉକ୍ତ ଆକ୍ରମଣ ପାଇଁ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଫେବ୍ରୁଆରି ୭ରୁ ମଣିପୁରର ଉଖରୁଲ ଜିଲ୍ଲାରେ ନାଗା ଓ କୁକି ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ତେଜିଛି।

ଆହୁରି ପଢନ୍ତୁ :Odisha HC Emphasizes Guidelines for DJ ଡିଜେ ପାଇଁ ଗାଇଡଲାଇନ ପ୍ରଣୟନ କରିବା ଉପରେ ହାଇକୋର୍ଟଙ୍କ ଗୁରୁତ୍ବାରୋପ ସେବେଠାରୁ ବିଭିନ୍ନ ଘଟଣାରେ ଦୁଇ ସମ୍ପ୍ରଦାୟର ୩୫ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି।

କେବଳ ସେପ୍ଟେମ୍ବରରେ ହିଂସା ଯୋଗୁ ୧୦ ଜଣଙ୍କର ମୃତ୍ୟୁ ହୋଇଛି।

ଗତକାଲି ମଧ୍ୟ ଚୁରାଚାନ୍ଦପୁର ଜିଲ୍ଲାରେ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି।

ତାମେଙ୍ଗଲଙ୍ଗ ଜିଲ୍ଲାର ଲୋଙ୍ଗପି ଗ୍ରାମରେ ଏହି ଘଟଣା ଘଟିଥିବାବେଳେ ଏଥିପାଇଁ ମଧ୍ୟ କେହି ନିଜକୁ ଦାୟୀ କରିନାହାନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)