Manipur Violence: ମଣିପୁରରେ ପୁଣି ହିଂସା: ୫ ମୃତ

Oct 10, 2026 - 22:06
Manipur Violence: ମଣିପୁରରେ ପୁଣି ହିଂସା: ୫ ମୃତ

"ଇମ୍ଫାଲ: ମଣିପୁରର କାମଜୋଙ୍ଗ ଓ ଉଖରୁଲ ଜିଲ୍ଲାରେ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ନୂତନ ସଂଘର୍ଷରେ ଜଣେ ମହିଳାଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି।

ନାଗା ବହୁଳ କାମଜୋଙ୍ଗ ଜିଲ୍ଲାର କୁକି-ପ୍ରଧାନ ଚାସାଦ ଗାଁରେ ଜଣେ ୨୨ ବର୍ଷୀୟ ଯୁବକ ଓ ଜଣେ ୪୨ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି।

ପାଞ୍ଚଜଣ ସନ୍ତାନର ମା" ସମ୍ପୃକ୍ତ ମହିଳାଙ୍କୁ ଶୁକ୍ରବାର ରାତିରେ ଗୁଳି କରି ହତ୍ୟା କରାଯାଇଥିଲା।Advertisment ମହିଳାଙ୍କ ହତ୍ୟା ପରେ କୁକି ଓ ନାଗା ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ଘଟିଥିଲା।

ଉଭୟ ଗୋଷ୍ଠୀ ମଧ୍ୟରେ ଶନିବାର ସକାଳ ପର୍ଯ୍ୟନ୍ତ ଗୁଳିବିନିମୟ ଜାରି ରହିଥିଲା।

ପରବର୍ତ୍ତୀ ସଂଘର୍ଷରେ ଉକ୍ତ ଯୁବକଙ୍କର ମୃତ୍ୟୁ ହୋଇଥିଲା।

୧୦ ଟି ଘର ମଧ୍ୟ ପୋଡ଼ି ଦିଆଯାଇଥିଲା।

ଅନ୍ୟ ଏକ ପୃଥକ୍‌ ଘଟଣାରେ ସନ୍ଦିଗ୍ଧ ଆତଙ୍କବାଦୀମାନେ କାମଜୋଙ୍ଗର ମ୍ୟାମାର ସୀମା ନିକଟବର୍ତ୍ତୀ ତାଙ୍ଗଖୁଲ ନାଗା ବସତି ନିଙ୍ଗଚୌ ଗାଁରେ ପ୍ରବେଶ କରି ଗୁଳିଚାଳନା କରିଥିଲେ।

ଗୁଳି ବିନିମୟ, ୫ ମୃତ ୩୫ ବର୍ଷ ବୟସ୍କ ନଗାଚାନସୋ ନିଙ୍ଗସେନ ଓ ୪୮ ବର୍ଷୀୟ ଲେଇଶିଶାନ ଲେଇଶାଡାଙ୍ଗଙ୍କୁ ଗୁଳି କରି ହତ୍ୟା କରାଯାଇଛି।

ଘଟଣା ପରେ ସୁରକ୍ଷା ବାହିନୀ ଗାଁକୁ ଯାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି ଯେ, ଆକ୍ରମଣକାରୀମାନେ ଗୁଳି ଚଳାଇ ମ୍ୟାମାର ପାର୍ଶ୍ୱକୁ ପଳାଇ ଯାଇଥିଲେ।

ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ କାମଜୋଙ୍ଗ ଜିଲ୍ଲା ହସ୍ପିଟାଲକୁ ପଠାଯାଇଛି।

ଉଖରୁଲ୍‌ ଜିଲ୍ଲାରେ ଏକ ପୃଥକ ଘଟଣାରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଚେପୁ ୟାଓଲେନ ନିକଟରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ସନ୍ଦୀପ ରାୟଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

ସନ୍ଦୀପ ରାୟ ତାଙ୍କ ଗାଡ଼ି ଚଲାଉଥିବାବେଳେ ଚାରିଚକିଆ ଗାଡ଼ି ଭିତରେ ତାଙ୍କର ମୃତ୍ୟୁ ହୋଇଥିଲା।

ଚଳିତ ବର୍ଷ ଫେବ୍ରୁଆରିରେ କୁକି ଓ ନାଗାଙ୍କ ମଧ୍ୟରେ ସଂଘର୍ଷ ଘଟି ୪୦ ରୁ ଅଧିକ ଲୋକଙ୍କ ହତ୍ୟା କରାଯାଇଛି ଓ ୧୨ ଅଧିକ ଘର ପୋଡ଼ି ଦିଆଯାଇଛି।

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ "ଜେଡ୍ ପ୍ଲସ୍" (Z+) ସୁରକ୍ଷା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)