Manipur: ମଣିପୁର ରିଲିଫ୍‌ କ୍ୟାମ୍ପରେ ୩୪ ଅସ୍ୱାଭାବିକ ମୃତ୍ୟୁ, ସୁପ୍ରିମ୍‌କୋର୍ଟଙ୍କ ଉଦ୍‌ବେଗ

Sep 17, 2026 - 21:05
Manipur: ମଣିପୁର ରିଲିଫ୍‌ କ୍ୟାମ୍ପରେ ୩୪ ଅସ୍ୱାଭାବିକ ମୃତ୍ୟୁ, ସୁପ୍ରିମ୍‌କୋର୍ଟଙ୍କ ଉଦ୍‌ବେଗ

"ନୂଆଦିଲ୍ଲୀ: ଜାତିଗତ ହିଂସା ପ୍ରଭାବିତ ମଣିପୁରରେ ଆଭ୍ୟନ୍ତରୀଣ ବିସ୍ଥାପିତଙ୍କ ପାଇଁ ହୋଇଥିବା ରିଲିଫ୍‌ କ୍ୟାମ୍ପରେ ୩୪ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଥିବା ରିପୋର୍ଟକୁ ନେଇ ସୁପ୍ରିମ୍‌କୋର୍ଟ ଗୁରୁବାର ଉଦ୍‌ବେଗ ପ୍ରକାଶ କରିଛନ୍ତି।

ମୃତ୍ୟୁ ଘଟଣାରେ ଏତଲା ରୁଜୁ, ତଦନ୍ତ ଓ ପୋଷ୍ଟମର୍ଟମ୍‌ କରିବାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ କାହିଁକି ନିଆଯାଇନାହିଁ ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ, ଜଷ୍ଟିସ୍‌ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍‌ ଭି.

ମୋହନାଙ୍କ ଖଣ୍ଡପୀଠ ମଣିପୁରର ମୁଖ୍ୟ ଶାସନ ସଚିବଙ୍କୁ ଏ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି।

ରିଲିଫ୍‌ କ୍ୟାମ୍ପରେ ଘଟିଥିବା ଅସ୍ୱାଭାବିକ ମୃତ୍ୟୁଗୁଡ଼ିକର ତଦନ୍ତ ପାଇଁ କ"ଣ ପଦକ୍ଷେପ ନିଆଯାଇଛି, ତାହା ସ୍ପଷ୍ଟ କରିବାକୁ କୁହାଯାଇଛି।

ଜଷ୍ଟିସ୍‌ ଗୀତା ମିତ୍ତଲଙ୍କ ନେତୃତ୍ୱାଧୀନ କମିଟି ଓ ଜଣେ ଆଇଏଏସ୍‌ ଅଧିକାରୀଙ୍କ ରିପୋର୍ଟକୁ ଖଣ୍ଡପୀଠ ଅନୁଧ୍ୟାନ କରିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି।Advertisment ଆହୁରି ପଢନ୍ତୁ: District Development Review: ଲୋକସେବା ଭବନରେ ଜିଲ୍ଲା ଉନ୍ନୟନ ସମୀକ୍ଷା: ସହରାଞ୍ଚଳ ପାନୀୟ ଜଳ ପ୍ରକଳ୍ପ ଓ ନୂତନ ହସ୍ପିଟାଲ୍‌ ପାଇଁ ଜମି ଚିହ୍ନଟକୁ ଗୁରୁତ୍ୱ କମିଟିର ରିପୋର୍ଟ ଅନୁଯାୟୀ, ରିଲିଫ୍‌ କ୍ୟାମ୍ପଗୁଡ଼ିକରେ ମୋଟ ୬୪୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା।

ସେଥିରୁ ୩୪ଟି ମୃତ୍ୟୁକୁ ଅସ୍ୱାଭାବିକ ବୋଲି ଚିହ୍ନଟ କରାଯାଇଛି।

କିନ୍ତୁ ୩୪ଟି ମାମଲା ମଧ୍ୟରୁ କେବଳ ୨୦ଟିରେ ପୋଷ୍ଟମର୍ଟମ୍‌ କରାଯାଇଛି।

ଏହାକୁ ନେଇ କୋର୍ଟ ପ୍ରଶ୍ନ କରିବା ସହ ବାକି ମାମଲାରେ ପୋଷ୍ଟମର୍ଟମ୍‌ କାହିଁକି ହୋଇନାହିଁ ବୋଲି ଜବାବ ମାଗିଛନ୍ତି।

୩୪ ମୃତକଙ୍କ ପରିବାରକୁ ୨୦ରୁ ୩୦ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ଦିଆଯାଇଥିବାରୁ ଏହାକୁ ନେଇ ମଧ୍ୟ ଖଣ୍ଡପୀଠ ଆପତ୍ତି ଉଠାଇଛନ୍ତି।

ଅନ୍ୟ ସମାନ ମାମଲାରେ ୫ ଲକ୍ଷ ଟଙ୍କାରୁ ଅଧିକ କ୍ଷତିପୂରଣ ଦିଆଯାଇଥିବାବେଳେ ଏଠାରେ ଏତେ କମ୍‌ ଟଙ୍କା କାହିଁକି ଦିଆଗଲା ବୋଲି ପଚାରିଛନ୍ତି।

ଏଥିସହ ମଣିପୁର ରାଜ୍ୟ ଆଇନସେବା ପ୍ରାଧିକରଣକୁ ସମସ୍ତ ଅସ୍ୱାଭାବିକ ମୃତ୍ୟୁ ମାମଲାରେ ଏତଲା ରୁଜୁ ହୋଇଛି କି ନାହିଁ ନିଶ୍ଚିତ କରିବା ଏବଂ ତଦନ୍ତ ଶୀଘ୍ର ଶେଷ କରିବାକୁ କୋର୍ଟ କହିଛନ୍ତି।

କ୍ୟାମ୍ପରେ ରହୁଥିବା ବିସ୍ଥାପିତଙ୍କ ସୁରକ୍ଷା, ସମ୍ମାନ ଓ ଚିକିତ୍ସା ସୁବିଧା ସହ ଦୈନନ୍ଦିନ ଆବଶ୍ୟକତା ପୂରଣ ନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ମଣିପୁର ହିଂସା ସମ୍ପର୍କିତ ୩,୦୨୦ ମାମଲାର ତଦନ୍ତ ପାଇଁ ୪୨ଟି ସ୍ୱତନ୍ତ୍ର ତଦନ୍ତକାରୀ ଦଳ କାମ କରୁଛନ୍ତି।

ଅତିରିକ୍ତ ସଲିସିଟର ଜେନେରାଲ୍‌ ଐଶ୍ୱର୍ଯ୍ୟା ଭଟ୍ଟି କୋର୍ଟଙ୍କୁ କହିଛନ୍ତି, ୧,୧୩୫ଟି ମାମଲାର ତଦନ୍ତ ଚାଲିଥିବାବେଳେ ୧,୫୮୩ଟି ମାମଲାର ତଦନ୍ତ ଶେଷ ହୋଇଛି।

୩୦୨ଟି ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇଛି ଏବଂ ୩୩ଟି ମାମଲାରେ ବିଚାର ଆରମ୍ଭ ହୋଇଛି।

ପୀଡ଼ିତଙ୍କ ପକ୍ଷରୁ ଓକିଲ ନିଜାମ ପାଶା ଉପସ୍ଥିତ ଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)