Man Thrashed Teacher: ପୁଅର କପି ଧରିବାରୁ ଶିକ୍ଷକଙ୍କୁ ପିଟିଲା ବାପା, ଭାଇରାଲ ହେଲା ଭିଡିଓ
"ଡେରାଡୁନ: ବାପା-ମା" ଜନ୍ମ ଦିଅନ୍ତି।
ହେଲେ ଉଚିତ୍ ଶିକ୍ଷା ଜଣେ ଶିକ୍ଷକ ହିଁ ଦେଇଥାଏ।
ଟିକେ ଭାବିଲେ ଯଦି ଭୁଲ କ"ଣ...ଠିକ୍ କ"ଣ ଶିଖାଇବା ପାଇଁ ଜଣେ ଶିକ୍ଷକଙ୍କୁ ସମ୍ମାନ ପରିବର୍ତ୍ତେ ଅପବାଦ ମିଳେ, ତା" ହେଲେ...।
ଉତ୍ତରାଖଣ୍ଡରେ ଘଟିଥିବା ଘଟଣାକୁ ନେଇ ଏବେ ପୂରା ଦେଶରେ ପ୍ରଶ୍ନ ଉଠିଛି।
ରାଜ୍ୟ ରାଜଧାନୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଏବେ ସାମ୍ନାକୁ ଆସିଛି।
ଜଣେ ପୋଲିସ ସବ-ଇନ୍ସପେକ୍ଟର ସରକାରୀ ପଲିଟେକ୍ନିକ୍ ଇନଷ୍ଟିଚ୍ୟୁଟ୍ ଭିତରେ ପଶି ଶିକ୍ଷକଙ୍କୁ ପିଟିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।
ଏ ନେଇ ଅଭିଯୋଗ ହେବା ପରେ ଏବେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ନିଲମ୍ବିତ କରିଛନ୍ତି ଡେରାଡୁନ ଏସପି।
ଘଟଣାର ଭିଡିଓ ଭାଇରାଲ ହେବା ପରେ ପିଲାଙ୍କୁ ସଠିକ୍ ବାଟ ଦେଖାଇବା ଏବଂ ଅନୁଶାସନ ଶିଖାଇବା ଆଜିକାଲି ଦୁନିଆରେ ବଡ଼ ଭୁଲ ବୋଲି ଲୋକେ କହିବା ଆରମ୍ଭ କଲେଣି।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।