13 JUNE 2026

Welcome!

Unlock your personalized experience.
Sign Up

Constable Death: ଆଖି ବୁଜିଲେ କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆ

Jun 12, 2026 - 11:04
Constable Death: ଆଖି ବୁଜିଲେ କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆ

ଭୁବନେଶ୍ବର/ବ୍ରହ୍ମପୁର: ଆଖିବୁଜିଲେ କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆ। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁବରଣ କରିଥିବା ଜଣାଯାଇଛି। ସେ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ। ଦୁଇ ଦିନ ତଳେ ତାଙ୍କର ସ୍ବାସ୍ଥ୍ୟ ବିଗିଡ଼ିଯିବାରୁ ତାଙ୍କୁ ଭେଣ୍ଟିଲେଟର୍ରେ ରଖାଯାଇଥିଲା। ମୃତ୍ୟୁ ପୂର୍ବରୁ ତାଙ୍କୁ ସ୍ତ୍ରୀ ସନ୍ଧ୍ୟା ଓ ଶାଳକ ପେଟ୍ରୋଲ୍ ଢାଳି ପୋଡ଼ି ଦେଇଥିଲେ ବୋଲି ଆଶୁତୋଷ ମୃଦଙ୍ଗିଆ କହିଥିଲେ।

ବ୍ରହ୍ମପୁର ବିଜିପୁରସ୍ଥିତ ପୁଲିସ କ୍ୱାର୍ଟର୍ସରେ ଜଣେ କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆ ରାତିରେ ସେ ନିଜ ଦେହରେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇଥିଲେ। ହୁତୁହୁତୁ ହୋଇ ଜଳୁଥିବା ଅବସ୍ଥାରେ ସେ ଜୀବନ ବଞ୍ଚାଇବା ପାଇଁ ଜଣେ ପୁଲିସ ହାବିଲଦାରଙ୍କ କ୍ବାର୍ଟର୍ସ ଭିତରେ ପଶିଯାଇଥିଲେ। 

ଆଶୁତୋଷ ଓଏମ୍‌ଭିଡିରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ

ଫଳରେ ହାବିଲଦାରଙ୍କ ଘରର କିଛି ଆସବାବପତ୍ର ମଧ୍ୟ ପୋଡ଼ିଯାଇଛି। ଆଶୁତୋଷ ଓଏମ୍‌ଭିଡିରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଏମ୍‌କେସିଜି ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶରୀରର ୬୦ ପ୍ରତିଶତ ପୋଡ଼ିଯାଇଥିବାରୁ ସେ ବର୍ତ୍ତମାନ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଓ ଅଧିକ ଚିକିତ୍ସା ଲାଗି ଏମ୍ସ ସ୍ଥାନାନ୍ତର କରାଯାଇଥିଲା। 

Peace Agreement: ଆମେରିକା-ଇରାନ ଶାନ୍ତି ଚୁକ୍ତିକୁ ନେଇ ଦ୍ବନ୍ଦ୍ବ ଜାରି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।