Man Dies of Electric Shock ଷଣ୍ଢ ପାଇଁ ବିଦ୍ୟୁତ୍‌ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ବୃଦ୍ଧ ମୃତ

Sep 15, 2026 - 00:01
Man Dies of Electric Shock  ଷଣ୍ଢ ପାଇଁ ବିଦ୍ୟୁତ୍‌ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ବୃଦ୍ଧ ମୃତ

"ସୋର: ଗାଈ ଚରାଇବାକୁ ଯାଇ ବିଦ୍ୟୁତ ଆଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।

ମୃତ ବୃଦ୍ଧ ଜଣଙ୍କ ହେଲେ ଖାଇରା ଥାନା ମାଖନପୁର ପଂଚାୟତ ଡାଲଙ୍ଗ ଗ୍ରାମର ଶଙ୍କର୍ଷଣ ସେଠୀ(୭୨)।

Advertisment ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦମ୍ପତିଙ୍କ ଜୀବନ: ଅନାଥ ହେଲା ୧୧ ବର୍ଷର ପୁଅସୂଚନା ମୁତାବକ ; ଶଙ୍କର୍ଷଣ ଆଜି ସକାଳେ ଗାଈ ଚରାଇବାକୁ ଯାଇଥିବା ବେଳେ ମଧ୍ୟାହ୍ନ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ।

ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସହିତ ବିଲରେ ତାଙ୍କୁ ଅଚେତ ଅବସ୍ଥାରେ ଦେଖିଥିଲେ।

ତୁରନ୍ତ ତାଙ୍କୁ ସୋର ଡାକ୍ତରଖାନାକୁ ଆଣିଥିଲେ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଭଣଜାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିଲେ ମାମୁଁ; ବିଦ୍ୟୁତ୍‌ ଆଘାତରେ ୨ଜଣଙ୍କ ମୃତ୍ୟୁଧାନ ଚାଷ ପାଇଁ ଚାଷୀମାନେ ଷଣ୍ଢଙ୍କ ଦାଉରୁ ରକ୍ଷା ପାଇବାକୁ  ବିଲରେ କରେଣ୍ଟ ବ୍ୟବହାର କରୁଛନ୍ତି।

ଏହି ବିଦ୍ୟୁତ୍‌ ଆଘାତରେ ସଂକର୍ଷଣଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ପୁଲିସ ଡ଼ାକ୍ତରଖାନାରେ ପହଁଚି ଶବ ବ୍ୟବଛେଦ ପାଇଁ ରଖିବା ସହିତ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)