Man Arrested for Alleged Attempted Rape of Bengali Woman: ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତକୁ ଗିରଫ କଲା ପୋଲିସ୍
ପୁଣି ରାଜଧାନୀରେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ। ଭୁବନେଶ୍ବର ଭରତପୁର ଅଞ୍ଚଳରେ ଏକ ହୋଟେଲରେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବାର ଅଭିଯୋଗ ହୋଇଛି । ସ୍ୱାମୀଙ୍କ ଅନୁପସ୍ଥିତିରେ ଟଣାଓଟରା ସହ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି। ମହିଳାଙ୍କ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ଭରତପୁର ପୋଲିସ୍।
କୋଲକାତା ଗିରିଶ ପାର୍କ ଅଞ୍ଚଳର ପୀଡିତା ୪ ମାସ ହେବ ତାଙ୍କ ସ୍ୱାମୀଙ୍କ ସହ ଭରତପୁର ଜିଏ କଲୋନୀର ଏକ ହୋଟେଲରେ ରହୁଥିଲେ। ସ୍ୱାମୀ ବାହାରକୁ ଯାଇଥିବା ବେଳେ ପୀଡିତାଙ୍କ ବିଶ୍ୱାସ ଜନ୍ମାଇ ରୁମ ଭିତରେ ପଶିଥିଲା ଅଭିଯୁକ୍ତ । ଏହାପରେ ଜୋର ଜବରଦସ୍ତ ଟଣାଓଟରା କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏ ନେଇ ଭରତପୁର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ଘର ବାଲେଶ୍ବର ସୋର ଥାନା ଶିରପୁର ଅଞ୍ଚଳରେ ବୋଲି ଜଣାପଡିଛି।
ଭୁବନେଶ୍ବରରେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ
ସ୍ୱାମୀଙ୍କ ଅନୁପସ୍ଥିତିରେ ଟଣାଓଟରା ସହ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ
ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କଲା ଭରତପୁର ପୋଲିସ୍
ଭରତପୁର ଜିଏ କଲୋନୀର ଏକ ହୋଟେଲରେ ସ୍ୱାମୀଙ୍କ ସହ ରହୁଛନ୍ତି ମହିଳା