Major Rail Disruption in July: ରେଳଯାତ୍ରୀଙ୍କ ପାଇଁ ବଡ଼ ସୂଚନା; ଟ୍ରେନ୍ ରୁଟ୍ରେ ପରିବର୍ତ୍ତନ
ଟ୍ରେନ୍ ବାତିଲ୍: ଭାରତୀୟ ରେଳବାଇକୁ ଦେଶର ଜୀବନରେଖା ବୋଲି କୁହାଯାଏ। ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଟ୍ରେନ୍ ଯୋଗେ ନିଜ ଗନ୍ତବ୍ୟ ସ୍ଥଳକୁଯାଇଥାନ୍ତି। ତେବେ ବେଳେବେଳେ ବିଭିନ୍ନ କାରଣରୁ ରେଳବାଇକୁ କିଛି ଟ୍ରେନ୍ ବାତିଲ୍ କରିବାକୁ ପଡ଼େ। ଏପରି ପରିସ୍ଥିତିରେ ଯଦି ଯାତ୍ରୀମାନେ ପୂର୍ବରୁ ଏହାର ସୂଚନା ନ ପାଆନ୍ତି, ତେବେ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।
ଆପଣ ଯଦି ଜୁଲାଇ ମାସରେ ଟ୍ରେନ୍ରେ ଯାତ୍ରା କରିବାର ଯୋଜନା କରିଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ। ଝାନସୀ ମଣ୍ଡଳର ଲଳିତପୁର ଷ୍ଟେସନରେ ୟାର୍ଡ ରିମଡେଲିଂ କାମ ଚାଲିଥିବାରୁ ଅନେକ ଟ୍ରେନ୍ ବାତିଲ୍ କରାଯାଇଛି ଏବଂ କିଛି ଟ୍ରେନ୍ ରୁଟରେ ପରିବର୍ତ୍ତନ କରାଯାଇଛି। ରେଳବାଇ ସୂଚନା ଅନୁସାରେ, ଲଳିତପୁର ଷ୍ଟେସନରେ ୧ ଜୁଲାଇ ଠାରୁ ୧ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ବୈଷୟିକ କାର୍ଯ୍ୟ କରାଯିବ।
ଅନେକ ଟ୍ରେନ୍କୁ ବିକଳ୍ପ ରୁଟ୍ରେ ଚଳାଚଳ କରାଯିବ
ଏହି ସମୟରେ ୩୪ଟି ଏକ୍ସପ୍ରେସ ଓ ସ୍ପେଶାଲ ଟ୍ରେନ୍କୁ ବିକଳ୍ପ ରୁଟ୍ରେ ଚଳାଚଳ କରାଯିବ। ସେଗୁଡିକ ହେଉଛି -
- ନୂଆଦିଲ୍ଲୀ – ହାଇଦ୍ରାବାଦ
- ହାଇଦ୍ରାବାଦ – ହଜରତ ନିଜାମୁଦ୍ଦିନ
- ଡଃ ଆମ୍ବେଦକର ନଗର – ପ୍ରୟାଗରାଜ
- ବିଶାଖାପାଟଣା – ନୂଆଦିଲ୍ଲୀ
- ଅହମଦାବାଦ – ସହରସା
- ଯଶବନ୍ତପୁର – ହଜରତ ନିଜାମୁଦ୍ଦିନ
- ତିରୁପତି – ଜମ୍ମୁ ତାୱି
- ଜବଲପୁର – ହଜରତ ନିଜାମୁଦ୍ଦିନ
- ଚେନ୍ନାଇ – ନୂଆଦିଲ୍ଲୀ
- ଅମୃତସର – ବିଳାସପୁର
- ଲୋକମାନ୍ୟ ତିଳକ ଟର୍ମିନାଲ– ଅଯୋଧ୍ୟା କ୍ୟାଣ୍ଟ ସମେତ ଅନ୍ୟାନ୍ୟ ଟ୍ରେନ୍।
ଏହାଛଡ଼ା କିଛି ଟ୍ରେନକୁ ଝାନସୀମଣ୍ଡଳର ବିଭିନ୍ନ ଷ୍ଟେସନରେ କିଛି ସମୟ ପାଇଁ ଅଟକାଇ ପରେ ଚଳାଚଳ କରାଯିବ। ଏହା ଫଳରେ ଯାତ୍ରୀମାନଙ୍କୁ ଯାତାୟତରେ ବିଳମ୍ବ ହୋଇପାରେ। ୟାର୍ଡ ରିମଡେଲିଂ କାମ ପାଇଁ ନିର୍ଦ୍ଧାରିତ ତାରିଖରେ ୬ଟି ଟ୍ରେନ୍ ବାତିଲ୍ କରାଯାଇଛି। ସେଗୁଡିକ ହେଲା -
- ଲକ୍ଷ୍ନୌ ସିଟି – ଏସଏମଭିଟି ବେଙ୍ଗାଲୁ
- ହୁବଲି – ଯୋଗ ନଗରୀ ଋଷିକେଶ
- ବିନା – ଲଳିତପୁର ପାସେଞ୍ଜର
- ଭୋପାଳ – ଖଜୁରାହୋ ଏକ୍ସପ୍ରେସ
ରେଳବାଇ ଯାତ୍ରୀମାନଙ୍କୁ ଅନୁରୋଧ କରିଛି ଯେ, ସେମାନେ ନିଜ ଟ୍ରେନର ସ୍ଥିତି ସମୟ ସମୟରେ ଯାଞ୍ଚ କରନ୍ତୁ। ଯାହାଫଳରେ କୌଣସି ଅସୁବିଧା ହେବେ ନାହିଁ। ଏଥିପାଇଁ ଯାତ୍ରୀମାନେ ରେଳବାଇ ହେଲ୍ପଲାଇନ୍ ନମ୍ବରକୁ କଲ୍ କରି ମଧ୍ୟ ଟ୍ରେନ୍ର ସ୍ଥିତି ଜାଣିପାରିବେ।