Major Political Shake-Up in Bhadrak: ଭଦ୍ରକ ରାଜନୀତିରେ ପୁଣି ହଲଚଲ, ଆଜି ବିଜେପିରେ ମିଶିବେ ମଣ୍ଡଳ ଦମ୍ପତି

Jul 01, 2026 - 14:03
Major Political Shake-Up in Bhadrak: ଭଦ୍ରକ ରାଜନୀତିରେ ପୁଣି ହଲଚଲ, ଆଜି ବିଜେପିରେ ମିଶିବେ ମଣ୍ଡଳ ଦମ୍ପତି

ଭଦ୍ରକ ରାଜନୀତିରେ ପୁଣି ହଲଚଲ। ଆଜି ବିଜେପିରେ ମିଶିବେ ମଣ୍ଡଳ ଦମ୍ପତି। ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବରେ ଆଜି ପଦ୍ମ ଧରିବେ। ତାଙ୍କ ସହ ସିମୁଳିଆ ବିଜେଡି ବିଧାୟକ ପାର୍ଥିନୀ ସୁବାସିନୀ ସାହୁ, ଶଶି ସାହୁ, ଭଦ୍ରକ ପୌରପାଳିକାର ପୂର୍ବତନ ପାରିଷଦ ପ୍ରଣୟ ଦାସ, ଭଦ୍ରକ ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ମଧ୍ୟ ବିଜେପିରେ ସାମିଲ ହେବ। 

ଏଥିପାଇଁ ଆଜି ଅପରାହ୍ନ ୪ଟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ। ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ଉଭୟ ମଣ୍ଡଳ ଦମ୍ପତ୍ତିଙ୍କୁ ବିଜେଡିରୁ ନିଲମ୍ବିତ ହୋଇଥିଲେ। ଏହାପରେ ଗତ ଏପ୍ରିଲ ୨୪ ରେ ସେମାନେ ଶତାଧିକ ସମର୍ଥକଙ୍କ ସହ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ।