Major Drug Bust: ରାଜଧାନୀରୁ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

Jun 27, 2026 - 17:37
Major Drug Bust: ରାଜଧାନୀରୁ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

ରାଜଧାନୀରୁ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ। ଲକ୍ଷ୍ମୀସାଗର ଥାନା ହଳଦୀପଡ଼ିଆ ଅଞ୍ଚଳରୁ ବ୍ରାଉନସୁଗାର ଜବତ କରିଛି ଅବକାରୀ ଟିମ୍ । କାରରୁ ୨୫୬ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି ।

ପୋଲିସ ଅଭିଯୁକ୍ତ ସତ୍ୟବାଦୀ ପରିଡ଼ାକୁ ଗିରଫ କରି ପଚରାଉଚରା ଚଳାଇଛି । ବ୍ରାଉନସୁଗାର କେଉଁଠାରୁ ଆସୁଥିଲା ଏବଂ ଏହି କାରବାର ପଛରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେନେଇ ଖୋଳତାଡ଼ ଜାରି ରହିଛି । ହଳଦୀପଡ଼ିଆର ନିଶା ନେଟୱର୍କକୁ ଭାଙ୍ଗିବା ପାଇଁ ତଦନ୍ତକୁ ଜୋରଦାର କରିଛି ଅବକାରୀ ଟିମ୍।.... 

ଲକ୍ଷ୍ମୀସାଗର ଥାନା ହଳଦୀପଡ଼ିଆରୁ ବ୍ରାଉନସୁଗାର ଜବତ 
କାରରୁ ବ୍ରାଉନସୁଗାର ଜବତ କଲା ଅବକାରୀ ବିଭାଗ 
୨୫୬ ଗ୍ରାମର ବ୍ରାଉନସୁଗାର ଜବତ 
ଅଭିଯୁକ୍ତ ସତ୍ୟବାଦୀ ପରିଡ଼ା ଗିରଫ