Major Development in Hit-and-Run Mystery: ହିଟ୍ ଆଣ୍ଡ ରନ୍, ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ ବଡ଼ ଟ୍ୱିଷ୍ଟ

Jul 26, 2026 - 15:17
Major Development in Hit-and-Run Mystery: ହିଟ୍ ଆଣ୍ଡ ରନ୍, ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ ବଡ଼ ଟ୍ୱିଷ୍ଟ

ରାଜଧାନୀରେ ଅଜଣା ମୃତଦେହ ମିଳିବା ଘଟଣାରେ ବଡ଼ ଟୁଇଷ୍ଟ। ପୋଲିସର ଛାନଭିନ ପରେ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ। ଏହା ହିଟ୍ ଆଣ୍ଡ ରନ୍ ବୋଲି ସ୍ପଷ୍ଟ କରିଛି ପୋଲିସ। ଦୁର୍ଘଟଣା ଘଟାଇବା ପରେ ମୃତଦେହକୁ ପ୍ରାୟ ଦୁଇ କିଲୋମିଟର ଟାଣି ନେଇଛି କିଲର୍ ଗାଡି। ପାତ୍ରପଡ଼ା ଫୁଟ ଓଭରବ୍ରିଜ ନିକଟରେ ଦୁର୍ଘଟଣା ଘଟିଥିଲା। ଏହାପରେ ବରମୁଣ୍ଡା ପର୍ଯ୍ୟନ୍ତ ମୃତଦେହକୁ ଟାଣି ନେଇଥିଲା କିଲର ଗାଡି।

ମୃତକଙ୍କ ପରିଚୟ ପାଇଲା ପୋଲିସ। ମୃତକ ଜଣଙ୍କ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ଜଣେ ମାଛ ବ୍ୟବସାୟ ବୋଲି ଜଣାପଡିଛି।  ଭୋର ପ୍ରାୟ ୪ଟା ସମୟରେ ତାଙ୍କ ମୃତଦେହ ଠାବ ହୋଇଥିଲା । ରାଜରାସ୍ତା ଉପରେ ଏଭଳି ମୃତଦେହ ଦେଖି ପୋଲିସକୁ ଖବର ଦିଆଯାଇଥିଲା। ସ୍ଥାନୀୟ ଲୋକ ଓ ପଥଚାରୀଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ। ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ଘଟଣାସ୍ଥଳର ସିସିଟିଭି ଫୁଟେଜ୍ ଆଧାରରେ କିଲର ଗାଡି କୁ ଠାବ କରିବାକୁ ଚାଲିଛି ଛାନଭିନ।  

ହିଟ୍ ଆଣ୍ଡ ରନ୍: ଟାଣିନେଲା ୨ କିଲୋମିଟର
ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ ବଡ଼ ଟୁଇଷ୍ଟ
ପୋଲିସ ତଦନ୍ତ ପରେ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ
ହିଟ୍ ଆଣ୍ଡ ରନ୍ ମାମଲା ବୋଲି ସ୍ପଷ୍ଟ କଲା ପୋଲିସ
ଦୁର୍ଘଟଣା ପରେ ୨ କିଲୋମିଟର ଟାଣିନେଲା କିଲର୍ ଗାଡ଼ି
ପାତ୍ରପଡ଼ା ଫୁଟ୍ ଓଭରବ୍ରିଜ ନିକଟରେ ଘଟିଥିଲା ଦୁର୍ଘଟଣା 
ବରମୁଣ୍ଡା ପର୍ଯ୍ୟନ୍ତ ମୃତଦେହକୁ ଟାଣି ନେଇଥିଲା ଗାଡ଼ି
ମୃତକଙ୍କ ପରିଚୟ ପାଇଲା କମିଶନରେଟ୍ ପୋଲିସ
ମୃତକ ଜଣଙ୍କ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ସୂଚନା
ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।