Mahishapat Road Goes Under 3 Feet of Water: ଲଗାଣ ବର୍ଷାର ପ୍ରଭାବ, ମହିଷାପାଟ ନିକଟରେ ରାସ୍ତା ଉପରେ ୩ ଫୁଟର ପାଣି
ଢେଙ୍କାନାଳରେ ଲଗାଣ ବର୍ଷାର ପ୍ରଭାବ। କିଛି ଘଣ୍ଟାର ଲଗାଣ ବର୍ଷାରେ ରାସ୍ତା ଉପରେ ଚାଲିଲା ଦୁଇ ଫୁଟ ଉଚ୍ଚର ପାଣି। ଗତକାଲି କପିଳାସ-ଟାଙ୍ଗୀ ରାସ୍ତା ଉପରେ 2 ଫୁଟରୁ ଅଧିକ ଉଚ୍ଚର ପାଣି ଚାଲିଥିଲା। ଏଥିପାଇଁ ସେହି ରାସ୍ତାରେ ଦୀର୍ଘ ସମୟ ଧରି ଯାତାୟତ ବନ୍ଦ ରହିଛି। ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଯାନବାହନ ଅଟକି ରହିଥିଲେ। ଏପଟେ ଲଗାଣ ବର୍ଷାରେ ବେହାଲ ହୋଇଥିଲା ଢେଙ୍କାନାଳ ସହର।
ସହରର ପ୍ରବେଶପଥ ମହିଷାପାଟ ନିକଟରେ ରାସ୍ତା ଉପରେ ତିନି ଫୁଟ ଉଚ୍ଚର ପାଣି ଚାଲୁଥିଲା। ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଏଭଳି ଅବସ୍ଥା ଉପୁଜୁଥିବା ଲୋକେ ଅଭିଯୋଗ କରିଛନ୍ତି। ପୌରପାଳିକା ପକ୍ଷରୁ ଏହାର ସୁବ୍ୟବସ୍ଥା କରିବାକୁ ଲୋକେ ଦାବି କରିଛନ୍ତି। ମାତ୍ର ଅଧଘଣ୍ଟାଏ ବର୍ଷାରେ ରାସ୍ତା ଉପରେ ଏଭଳି ପାଣି ଜମି ରହିଛି। ଯଦି ଆଗକୁ ବଡ଼ ବର୍ଷା ହୁଏ ତେବେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯିବ ବୋଲି ସହରବାସୀ ଆଶଙ୍କା କରୁଛନ୍ତି।...