Welcome!

Unlock your personalized experience.
Sign Up

'Mahima Jyoti' ‘ମହିମା ଜ୍ୟୋତି’ ପୁସ୍ତକ ଉନ୍ମୋଚିତ: ଗୋପପୁରରେ ମହିମା ଧର୍ମର ବିରାଟ ଧାର୍ମିକ ସମାବେଶ

Aug 28, 2026 - 06:28
'Mahima Jyoti' ‘ମହିମା ଜ୍ୟୋତି’ ପୁସ୍ତକ ଉନ୍ମୋଚିତ: ଗୋପପୁରରେ ମହିମା ଧର୍ମର ବିରାଟ ଧାର୍ମିକ ସମାବେଶ

ପାଇକମାଳ/ଝାରବନ୍ଧ: ମହିମା ଧର୍ମର ମହାନ ଦର୍ଶନ, ଆଧ୍ୟାତ୍ମିକ ଚେତନା ଓ ସମାଜ ସଂସ୍କାର ବାର୍ତ୍ତାକୁ ନେଇ ପାଇକମାଳ ବ୍ଲକ୍‌ ଭୁବନେଶ୍ୱରପୁର ଗ୍ରାମପଞ୍ଚାୟତ ଅଧୀନ ଗୋପପୁରସ୍ଥିତ ମହିମା ଆଶ୍ରମ ପରିସରରେ ଗୁରୁବାର ବିରାଟ ଧାର୍ମିକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ଶ୍ରାବଣ ଶୁକ୍ଳ ଚତୁର୍ଦ୍ଦଶୀ ଅବସରରେ ଦ୍ୱିଦିବସୀୟ ଯଜ୍ଞ ତଥା ମହିମା ମହାପ୍ରଭୁଙ୍କ ବାର୍ଷିକ ନବାନ୍ନ ମହୋତ୍ସବ ଆରମ୍ଭ ହେବା ସହିତ ଆଶ୍ରମ ପରିସରରେ ଧାର୍ମିକ ସଭା ଅନୁଷ୍ଠିତ ହୋଇଥିଲା। ସାଧୁ ନୃସିଂହ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ‘ସମ୍ବାଦ’ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମହିମା ଧର୍ମର ଆଧ୍ୟାତ୍ମିକ ଓ ସାମାଜିକ ଦର୍ଶନ ଉପରେ ଆଲୋକପାତ କରିଥିଲେ। ମଣିଷ ନିଜ ମାଆ ଓ ମାଟିକୁ ସମ୍ମାନ ଦେବା ସହ ମନୋବଳ ଜାଗ୍ରତ କରିବା ଆବଶ୍ୟକ ବୋଲି ସେ କହିଥିଲେ। ନିଶାଠାରୁ ଦୂରେଇ ନିର୍ଭୀକ ଓ ନିରହଂକାରୀ ଜୀବନ ଯାପନ ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିବା ଆଜିର ସମୟର ଆହ୍ୱାନ ବୋଲି ସେ ମତବ୍ୟକ୍ତ କରିଥିଲେ।

Raksha bandhan: ଭାଇଙ୍କୁ ନିଶାମୁକ୍ତ ରଖିବାକୁ ୧୨୦ ଭଉଣୀଙ୍କ ଅଭିନବ ସଂକଳ୍ପ

ଆଧ୍ୟାତ୍ମିକ ଚେତନାରେ ମୁଖରିତ ମହିମା ଆଶ୍ରମ
‘ମହିମା ଜ୍ୟୋତି’ ପୁସ୍ତକ ଉନ୍ମୋଚିତ

ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ପ୍ରକୃତି ସୁରକ୍ଷା ସହ ଧର୍ମ ଓ ସଂସ୍କୃତିର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ସମାଜ ସଂସ୍କାର ଦିଗରେ ସାଧୁ ନୃସିଂହ ଦାସଙ୍କ ନିଷ୍ଠା ଓ ସମର୍ପଣକୁ ସେ ପ୍ରଶଂସା କରିଥିଲେ। ନୂଆପଡ଼ାର ପୂର୍ବତନ ବିଧାୟକ ବସନ୍ତ ପଣ୍ଡା ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ମୁନିଋଷିଙ୍କ ସଂସ୍କୃତି ହିଁ ଭାରତୀୟ ସଂସ୍କୃତିର ମୂଳ ଆଧାର ବୋଲି କହିଥିଲେ। ପ୍ରତିକୂଳ ପରିବେଶରେ ସାଧନା କରୁଥିବା ସାଧୁସନ୍ଥମାନେ ସମାଜରେ ପରିବର୍ତ୍ତନ ଆଣିବାରେ ସହାୟକ ହେବେ ବୋଲି ସେ ମତ ଦେଇଥିଲେ। ଶିକ୍ଷାବିତ ଡ. ବାଞ୍ଛାନିଧି ପଣ୍ଡା, ପ୍ରଫୁଲ୍ଲ ପାଣିଗ୍ରାହୀ, ଲେଖରାମ ଚନ୍ଦ୍ରକାର, ସନ୍ଦୀପ ବାବୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହିମା ଧର୍ମର ମହତ୍ତ୍ୱ ଓ ଏହାର ଆଦର୍ଶକୁ ନୂତନ ପିଢ଼ି ମଧ୍ୟରେ ପହଞ୍ଚାଇବାର ଆବଶ୍ୟକତା ଉପରେ ମତ ରଖିଥିଲେ।

Rourkela circuit house: ପ୍ରକାଶ ପାଶୱାନଙ୍କୁ କୋର୍ଟଚାଲାଣ; ବିହାରର ରେଳ ଷ୍ଟେସନ୍‌ରୁ ଧରାପଡ଼ିଥିଲେ ଅଭିଯୁକ୍ତ

ମହିମା ଧର୍ମର ମାନବବାଦୀ ଦର୍ଶନ, ସତ୍ୟ, ତ୍ୟାଗ, ସଂଯମ ଓ ସମାନତାର ବାର୍ତ୍ତାକୁ ସମାଜରେ ବ୍ୟାପକ କରିବା ଉପରେ ବକ୍ତାମାନେ ଆଲୋକପାତ କରିଥିଲେ। ଏହି ଅବସରରେ ମହିମା ଧର୍ମର ଭାବଧାରା ଓ ଆଧ୍ୟାତ୍ମିକ ଚେତନାକୁ ନେଇ ପ୍ରକାଶିତ ‘ମହିମା ଜ୍ୟୋତି’ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ମହିମା ଧର୍ମର ଆଦର୍ଶ, ଚିନ୍ତାଧାରା ଓ ଆଧ୍ୟାତ୍ମିକ ବାର୍ତ୍ତାକୁ ଜନମାନସରେ ପହଞ୍ଚାଇବାରେ ଏହି ପୁସ୍ତକ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରୟାସ ବୋଲି ଅତିଥିମାନେ ଅଭିହିତ କରିଥିଲେ। ସଭାକୁ ଅଧ୍ୟାପକ ସୁଶାନ୍ତ ମିଶ୍ର ପରିଚାଳନା କରିଥିବା ବେଳେ ସାଧୁ ନୃସିଂହ ଦାସ, ସାଧୁ ମାଖନ ଦାସଙ୍କ ସମେତ ଆଶ୍ରମବାସୀ, ସ୍ଥାନୀୟ ଅଞ୍ଚଳବାସୀ ଓ ଭକ୍ତବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)