Maharashtra Bandh : ଛାତ୍ର ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି 'ମହାରାଷ୍ଟ୍ର ବନ୍ଦ' ଡାକରା, ଜାଣନ୍ତୁ କ’ଣ ରହିବ ଖୋଲା
"ମୁମ୍ବାଇ: ଛାତ୍ର ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି 'ମହାରାଷ୍ଟ୍ର ବନ୍ଦ' ଡାକରା ଦିଆଯାଇଛି ।
ନୂଆଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ସପକ୍ଷରେ ବଞ୍ଚିତ ବହୁଜନ ଆଘାଡ଼ି (VBA) ପକ୍ଷରୁ ଗୁରୁବାର ଦିନ 'ମହାରାଷ୍ଟ୍ର ବନ୍ଦ' ପାଇଁ ଆହ୍ୱାନ ଦିଆଯାଇଛି।
VBA ସଭାପତି ତଥା ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ନାତି ପ୍ରକାଶ ଆମ୍ବେଦକର କହିଛନ୍ତି ଯେ, ଏହି ବନ୍ଦକୁ କଂଗ୍ରେସ, ବାମପନ୍ଥୀ ଦଳ, ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ କୋଚିଂ ସେଣ୍ଟରଗୁଡ଼ିକ ସମର୍ଥନ କରିଛନ୍ତି।Advertisment ଅଧିକ ପଢନ୍ତୁ: Protest: ସିଜେପି ଆନ୍ଦୋଳନକାରୀଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହେବନି କ"ଣ ଖୋଲା ରହିବ ଏବଂ କ"ଣ ବନ୍ଦ ରହିବ?ଜରୁରୀ ସେବା: ଡାକ୍ତରଖାନା, ଆମ୍ବୁଲାନ୍ସ ଏବଂ ଔଷଧ ଦୋକାନ ପରି ସମସ୍ତ ଜରୁରୀ ସେବା ଚାଲୁ ରହିବ।
ଦୁଗ୍ଧ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହେବ ନାହିଁ।ସାଧାରଣ ପରିବହନ: ବସ୍ ଏବଂ ଟ୍ରେନ୍ ପରି ସାଧାରଣ ପରିବହନ ସ୍ୱାଭାବିକ ଭାବେ ଚାଲିବାର ସୂଚନା ରହିଛି।
କିନ୍ତୁ ବିକ୍ଷୋଭ ପ୍ରଦର୍ଶନ ହେଲେ ରାସ୍ତା ଅବରୋଧ ଯୋଗୁଁ ଯାତାୟାତରେ ସମସ୍ୟା ହୋଇପାରେ।
ଦୋକାନ ଓ ବଜାର: କିଛି ଅଞ୍ଚଳରେ ବ୍ୟବସାୟୀମାନେ ସ୍ୱେଚ୍ଛାକୃତ ଭାବେ ଦୋକାନ ଓ ବଜାର ବନ୍ଦ ରଖିପାରନ୍ତି।
ଶିକ୍ଷାନୁଷ୍ଠାନ: ଅନେକ କୋଚିଂ ସେଣ୍ଟର ଏବଂ ଶିକ୍ଷାନୁଷ୍ଠାନ ଏହି ବନ୍ଦକୁ ସମର୍ଥନ କରୁଥିବାରୁ ସେଗୁଡ଼ିକ ବନ୍ଦ ରହିବାର ସମ୍ଭାବନା ଅଛି।
ପ୍ରକାଶ ଆମ୍ବେଦକରଙ୍କ କହିବା ଅନୁଯାୟୀ, କେନ୍ଦ୍ର ସରକାର ଛାତ୍ର ଆନ୍ଦୋଳନକୁ ଦମନ କରିବା ପାଇଁ ଚେଷ୍ଟା କରୁଛନ୍ତି।
ସରକାର ଏତେ ଭୟଭୀତ ଯେ ସେମାନେ ସେନା ମଧ୍ୟ ମୁତୟନ କରିଛନ୍ତି।
ଛାତ୍ରମାନଙ୍କର ଅଧିକାର ଏବଂ ସେମାନଙ୍କ ଆନ୍ଦୋଳନକୁ ଶକ୍ତି ଦେବା ପାଇଁ ଏହି ବନ୍ଦ ଡାକରା ଦିଆଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।