Maharashtra: ବରିଷ୍ଠଙ୍କ ନିର୍ଯାତନା ସହିନପାରି ୨ ପିଲାଙ୍କ ସହ ଆତ୍ମହତ୍ୟା କରିଦେଲେ ସରକାରୀ ସ୍କୁଲ୍‌ ଶିକ୍ଷକ

Jul 17, 2026 - 21:11
Maharashtra: ବରିଷ୍ଠଙ୍କ ନିର୍ଯାତନା ସହିନପାରି ୨ ପିଲାଙ୍କ ସହ ଆତ୍ମହତ୍ୟା କରିଦେଲେ ସରକାରୀ ସ୍କୁଲ୍‌ ଶିକ୍ଷକ

"ସମ୍ଭାଜୀନଗର : ମହାରାଷ୍ଟ୍ରର ନାଣ୍ଡେଡ଼ ଜିଲ୍ଲାରେ ଏକ ଅଭାବନୀୟ ଘଟଣାକ୍ରମରେ ଜଣେ ସରକାରୀ ସ୍କୁଲ୍‌ ଶିକ୍ଷକ ତାଙ୍କ ବରିଷ୍ଠମାନଙ୍କ ନିର୍ଯାତନା ସହିନପାରି ଆତ୍ମହତ୍ୟା କରିଦେଇଛନ୍ତି।

ଝିଅ ସାରା (୧୨) ଏବଂ ପୁଅ ସୁମିତ (୮)ଙ୍କ ସହ ଉକ୍ତ ଶିକ୍ଷକ ଜଣଙ୍କ ଆତ୍ମହତ୍ୟା କରିଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।

ମୃତ ଶିକ୍ଷକଙ୍କ ନାଁ ସୁନୀଲ ମୋରେ (୪୨)।

ଗୋଦାବରୀ ନଦୀକୁ ସୁନୀଲ ଜାଣିଶୁଣି ତାଙ୍କ କାର୍‌ ଖସାଇ ଦେଇଥିଲେ।Advertisment ଆହୁରି ପଢନ୍ତୁ:Mission Shakti-ICRISAT MOU ମିଶନ ଶକ୍ତି ଉଦ୍ୟୋଗ ନିମନ୍ତେ  ଇକ୍ରିସାଟ୍ ସହ ବୁଝାମଣାପତ୍ର  ଫଳରେ ପାଡ଼ିରେ ବୁଡ଼ି ସମସ୍ତଙ୍କର ମୃତ୍ୟୁହୋଇଛି।

ସୁନୀଲ ଆଜି ସକାଳ ପ୍ରାୟ ୮ଟା ସମୟରେ ଅମଦୁରା-ପୁନେଗାଓଁ ରୋଡ୍‌ରେ ଗୋଦାବରୀ ନଦୀ ବ୍ରିଜ୍‌ର ସାଇଡ୍‌ ମେଟାଲ ରେଲିଂ ଦେଇ ଯାଉଥିବାବେଳେ ଏହି ଅଘଟଣ ଘଟିଛି।

ଗାଡ଼ିଟି ନଦୀକୁ ଖସି ପଡ଼ିବା ଫଳରେ ସମସ୍ତଙ୍କର ମୃତ୍ୟୁ ହୋଇଛି।

ଏହି ଘଟଣା ଘଟିବା ସମୟରେ ସୁନୀଲଙ୍କ ପତ୍ନୀ ଘରେ ଥିଲେ।

ପୁଲିସ ଅନୁଯାୟୀ ଘଟଣା ଘଟିବା ପୂର୍ବରୁ ସୁନୀଲ ଏକ ହ୍ବାଟ୍ସଆପ୍‌ ଷ୍ଟାଟସ୍‌ ପୋଷ୍ଟ୍‌ କରିଥିଲେ ‌ଯେଉଁଥିରେ ସେ ଅଭିଯୋଗ କରିଥିଲେ ଯେ ତାଙ୍କ ବରିଷ୍ଠଙ୍କ ଦ୍ବାରା ତାଙ୍କୁ ନିର୍ଯାତନା ଦିଆଯାଇଛି ।

ଆହୁରି ପଢନ୍ତୁ:Rairangpur Rath Yatra ରାଇରଙ୍ଗପୁରରେ ଦ୍ୱିତୀୟ ଦିନ ରଥଯାତ୍ରା ସମ୍ପନ୍ନ; ମାଉସୀମା ମନ୍ଦିରରେ ଆଡ଼ପ ମଣ୍ଡପକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି ପୋଷ୍ଟ୍‌ରେ ସେ ଲେଖିଥିଲେ ଯେ ସେ ତାଙ୍କର ୨ ପିଲାଙ୍କ ସହ ଜୀବନ ହାରିଦେବେ।

ସ୍ଥାନୀୟ ଲୋକ କର୍ତ୍ତୃପକ୍ଷଙ୍କୁ ଖବର ଦେବାପରେ ପୁଲିସ ଏବଂ ଏସଡିଆରଏଫ୍‌ ଟିମ୍‌ ଘଟଣାସ୍ଥଳ‌ରେ ପହଞ୍ଚିଥିଲେ।

ପାଖାପାଖି ୩ ଘଣ୍ଟାର ସର୍ଚ୍ଚ ଅପରେସନ୍‌ ପରେ ନଦୀ ଭିତରୁ କାର୍‌ ବାହାର କରାଯାଇଥିଲା ଏବଂ ସୁନୀଲ ଓ ତାଙ୍କର ୨ ପିଲାଙ୍କ ମର ଶରୀରକୁ ଗାଡ଼ିରୁ ବାହାରକୁ ଅଣାଯାଇଥିଲା।

ଉକ୍ତ ଘଟଣାର ଏବେ ତଦନ୍ତ ଆରମ୍ଭ ହୋଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।