Mahaprabhu Enters Anasara Ghara: ଅଣସର ଘରେ ମହାପ୍ରଭୁ, ଜ୍ୱରରେ ପୀଡ଼ିତ ଶ୍ରୀଜିଉ

Jun 30, 2026 - 09:44
Mahaprabhu Enters Anasara Ghara: ଅଣସର ଘରେ ମହାପ୍ରଭୁ, ଜ୍ୱରରେ ପୀଡ଼ିତ ଶ୍ରୀଜିଉ

ଶୃଙ୍ଖଳିତ ଭାବେ ସରିଲା ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଓ ଗଜବେଶ ଦର୍ଶନ। ହାତୀ ବେଶ ଲାଗି ପରେ ମହାପ୍ରଭୁ ଅଣସର ଘରେ ପ୍ରବେଶ କରିଛନ୍ତି। ସ୍ନାନବେଦୀରେ ଅତ୍ୟଧିକ ସ୍ନାନ ହେତୁ ଆଜିଠୁ ଜ୍ବରରେ ପଡ଼ିବେ ଜଗତ ଠାକୁର। ଶ୍ରୀମନ୍ଦିରରେ ଚାଲିବ ଗୁପ୍ତ ଉପଚାର। ୧୫ ଦିନ ଯାଏଁ ଅଣସର ଘରେ ରହିବେ ଚତୁର୍ଦ୍ଧାମୂର୍ତ୍ତି। 

ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ। ଶ୍ରୀମନ୍ଦିରରେ ଘଣ୍ଟଘଣ୍ଟା ବାଜିବା ନିଷେଧ କରାଯାଇଛି। କେହି ଯେପରି ଗୁପ୍ତ ନୀତିରେ ବାଧା ସୃଷ୍ଟି ନ କରିବେ, ସେଥିପାଇଁ ଅଣସର ଘର ନିକଟରେ ତାଡ଼ି ପଡ଼ିଛି। ତାଟ ସମ୍ମୁଖରେ ପଟିଦିଅଁ ପୂଜା ପାଉଛନ୍ତି। ଆଜି ଠାରୁ ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିରରେ ଆରମ୍ଭ ହୋଇଛି ଅନବସର ଦର୍ଶନ। 

ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ପ୍ରଭୁ ଅଲାରନାଥ। ୧୫ ଦିନ ପାଇଁ ବ୍ରହ୍ମଗିରି ପାଲଟି ଯିବ ଆଉ ଏକ ଶ୍ରୀକ୍ଷେତ୍ର। ପୁରୀରେ ଜଗନ୍ନାଥ ଦର୍ଶନରୁ ବଞ୍ଚିତ ଭକ୍ତଙ୍କୁ ଅଲାରନାଥଙ୍କ ରୂପରେ ଦର୍ଶନ ଦେବେ ପ୍ରଭୁ ଜଗନ୍ନାଥ। ରାଜ୍ୟ ଓ ରାଜ୍ୟ ବାହାରୁ ଭକ୍ତଙ୍କ ଆଗମନକୁ ଲକ୍ଷ ରଖି ମନ୍ଦିରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି।