Mahanadi Water Dispute: ମହାନଦୀ ଜଳ ବିବାଦ; ଆଜି ମହାନଦୀ ଟ୍ରିବ୍ୟୁନାଲ ଶୁଣାଣି
ଆଜି ମହାନଦୀ ଟ୍ରିବ୍ୟୁନାଲ ଶୁଣାଣି। ମହାନଦୀ ଜଳ ବିବାଦ ନେଇ ଆଜି ଟ୍ରିବ୍ୟୁନାରେ ଶୁଣାଣି ହେବ। ଟ୍ରିବ୍ୟୁନାଲରେ ଦାଖଲ ହେବ ଆଲୋଚନା ରିପୋର୍ଟ। ଜଳ ବଣ୍ଟନ ନେଇ ବୈଷୟିକ, ଆଇନଗତ ଓ ପ୍ରଶାସନିକ ଦିଗରେ ରିପୋର୍ଟ ପ୍ରଦାନ କରାଯିବ। ଜୁନ୍ ୧୬ରୁ ୨୬ ପର୍ଯ୍ୟନ୍ତ ଓଡ଼ିଶା ଓ ଛତିଶଗଡ଼ ଟିମ୍ ଆଲୋଚନା କରିଥିଲେ।
ଏହି ବୈଠକରେ ଓଡ଼ିଶା ଓ ଛତିଶଗଡ଼ର ବୈଷୟିକ ଓ ଆଇନଗତ ଟିମ୍ ମହାନଦୀ ଜଳରେ ଉଭୟ ରାଜ୍ୟର ପ୍ରାପ୍ୟ ଅଂଶ, ଜଳ ବଣ୍ଟନର ମାନଦଣ୍ଡ ଏବଂ ଅନ୍ୟାନ୍ୟ ବିବାଦୀୟ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ମହାନଦୀ ଜଳ ବିବାଦର ସମାଧାନ ଦିଗରେ ଏହି ଆଲୋଚନାକୁ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ବୋଲି ଦେଖାଯାଉଛି।