Mahanadi Water Dispute: ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ବିରୋଧ, ମହାନଦୀ ବଞ୍ଚାଅ ଆନ୍ଦୋଳନ କର୍ମୀ ଅଟକ
"ଭୁବନେଶ୍ବର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି।
ଏହି ଅବସରରେ ସେ ଗଣମାଧ୍ୟମ ଆଗରେ କହିଛନ୍ତି, ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ଭିତରେ କୌଣସି ବିବାଦ ନାହିଁ।
ଏଭଳି ବିବୃତିକୁ ଦୃଢ଼ ବିରୋଧ କରି ମହାନଦୀ ବଞ୍ଚାଅ ଆନ୍ଦୋଳନ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ବିକ୍ଷୋଭସ୍ଥଳରୁ ପୁଲିସ କର୍ମୀଙ୍କୁ ଉଠାଇ ନେଇ ୩ ଘଣ୍ଟା ଅଟକ ରଖିବା ପରେ ଛାଡ଼ିଛି।
Advertisment Mahandi: ଛତିଶଗଡ଼-ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ "ମହାନଦୀ" ଆଲୋଚନା: ମଧ୍ୟସ୍ଥତା କଲେ କେନ୍ଦ୍ରମନ୍ତ୍ରୀ ଲୋକଭବନ ସମ୍ମୁଖ ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ମହାନଦୀ ବଞ୍ଚାଅ ଆନ୍ଦୋଳନର କାର୍ଯ୍ୟକର୍ତ୍ତାମାନେ ଲୋକଭବନ ସମ୍ମୁଖ ପ୍ରତିମୂର୍ତ୍ତ ତଳେ ଏକାଠି ହୋଇଥିଲେ।
ମହାନଦୀ କାହାର?
ଯଦି ଓଡ଼ିଶା ଓ ଛତିଶଗଡ଼ ଭିତରେ ମହାନଦୀ ଜଳକୁ ନେଇ ବିବାଦ ନାହିଁ, ସମାଧାନ ପାଇଁ ଏତେ ନାଟକ କ"ଣ ପାଇଁ?
କଲମା ବ୍ୟାରେଜ୍ର ସମସ୍ତ ଗେଟ୍ ଖରାଦିନେ କାହିଁକି ବନ୍ଦ ରଖାଯାଉଛି?
ଅଣମୌସୁମୀ ସମୟରେ ଓଡ଼ିଶାକୁ ୧.୭୪ ନିୟୁତ ଏକର ଫୁଟ ପାଣି ଦରକାର।
ତାକୁ ଛତିଶଗଡ଼ କାହିଁକି ଛାଡୁନି?
ବିନା ଅନୁମତିରେ ମହାନଦୀରେ ନିର୍ମିତ ପ୍ରକଳ୍ପଗୁଡ଼ିକୁ ବେଆଇନ୍ ଘୋଷଣା କରାଯିବ କି?
କେତେ ପାଣି ଉପର ମୁଣ୍ଡରେ ରଖିବାକୁ ଛତିଶଗଡ଼ ଦାବି କରୁଛି?
ଏଭଳି ପ୍ରଶ୍ନ ସମ୍ବଳିତ ପ୍ଲାକାର୍ଡ ଧରି ନାରା ଦେଉଥିଲେ।
ସଂଗଠନର କାର୍ଯ୍ୟକର୍ତ୍ତାମାନେ ଏଠାରେ ଧାରଣା ଦେବାର ଥିଲା।
କିନ୍ତୁ ହଠାତ୍ କ୍ୟାପିଟାଲ୍ ଥାନା ପୁଲିସ ପହଞ୍ଚି ସମସ୍ତଙ୍କୁ ଥାନାକୁ ଉଠାଇ ନେଇଥିଲା।
ଆଜିର ଏହି ଆନ୍ଦୋଳନରେ ବାସୁଦେବ ଭଟ୍ଟ, ଗିରିଜା ଦାଶ, ଅଶୋକ ପାଇକରାୟ, ପ୍ରସନ୍ନ ବିଶୋୟୀ, ମନୋଜ ଜେନା, ପ୍ରକାଶ ରଥ, ପ୍ରଦୀପ୍ତ ନାୟକ, ଅରୁଣ ଜେନା, ମୀନାରାଣୀ ଦାସ, ସର୍ବେଶ୍ୱର ମହାନ୍ତି, ବିବେକାନନ୍ଦ ବିଶ୍ୱାଳ, ସ୍ନେହାଂଶୁ ଜେନା ପ୍ରମୁଖ ଯୋଗ ଦେଇଥିଲେ।
Mahandi River Tribunal ଅନ୍ତରୀଣ ରାୟ ପାଇଁ ମହାନଦୀ ଟ୍ରିବୁନାଲ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲା ମହାନଦୀ ବଞ୍ଚାଓ ଆନ୍ଦୋଳନ ସଂଗଠନର ଆବାହକ ସୁଦର୍ଶନ ଦାସ ଓ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କୁ କ୍ୟାପିଟାଲ୍ ଥାନାରେ ୩ ଘଣ୍ଟା ଅଟକ ରଖିବା ପରେ ଛାଡ଼ିଛି।
ମହାନଦୀ ଜଳ ବିବାଦ ସଂପର୍କରେ ଆଜି ପର୍ଯ୍ୟନ୍ତ ସରକାର ଆପୋସ ବୁଝାମଣା ସଂପର୍କରେ କୌଣସି ଠିକ୍ ତଥ୍ୟ ଓଡ଼ିଶାବାସୀଙ୍କୁ ନଦେବା ଦୁର୍ଭାଗ୍ୟଜନକ ବୋଲି ସଂଗଠନ ଅଭିଯୋଗ କରିଛି।
ଅପରପକ୍ଷେ ଆଜି ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଭିତରେ ମହାନଦୀ ଜଳ ବିବାଦକୁ ନେଇ କ"ଣ ଆଲୋଚନା ହେଲା, ପ୍ରେସ୍ ବିଜ୍ଞପ୍ତି ଜରିଆରେ ଓଡ଼ିଶାବାସୀଙ୍କୁ ଜଣାଇବାକୁ ସଂଗଠନ ଦାବି କରିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
