Mahanadi Flood : ଉତ୍ତର ଓଡ଼ିଶାରେ ବନ୍ୟା ବିଭୀଷିକା ପରେ ଡରାଇଲାଣି ମହାନଦୀ

Jul 30, 2026 - 07:48
Mahanadi Flood : ଉତ୍ତର ଓଡ଼ିଶାରେ ବନ୍ୟା ବିଭୀଷିକା ପରେ ଡରାଇଲାଣି ମହାନଦୀ

"ଭୁବନେଶ୍ବର: ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା ।

ଫଳରେ ବନ୍ୟା  ସ୍ଥିତି ଉପୁଜିଛି।

ଉତ୍ତର ଓଡ଼ିଶାରେ ବନ୍ୟା ବିଭୀଷିକା ପରେ ଡରାଇଛି ମହାନଦୀ ।

ପଶ୍ଚିମ ଓଡ଼ିଶା ଓ ମହାନଦୀର ଉପରମୁଣ୍ଡରେ ବର୍ଷା ଲାଗି ରହିଛି ।

ବିଭିନ୍ନ ନଦୀର ପାଣି ଆସି ମହାନଦୀରେ ମିଶୁଥିବାରୁ ନଈ ଫୁଲୁଛି ।

ବିଶେଷକରି ତେଲ, ଇବ୍, ଜିରା ନଦୀର ଅବବାହିକାରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀକୁ ପ୍ରଚୁର ପରିମାଣରେ ବନ୍ୟା ଜଳ ପ୍ରବେଶ କରୁଛି ।

ଯାହାଫଳରେ ହୀରାକୁଦରେ ଜଳସ୍ତର ବଢ଼ିବାରେ ଲାଗିଛି ।

ଜଳଭଣ୍ଡାରରେ ୬୧୭.୪୩ ଫୁଟକୁ ଛୁଇଁଛି ଜଳସ୍ତର।

ପ୍ରତି ସେକେଣ୍ଡରେ ୩ଲକ୍ଷ ୩୧ ହଜାର ୬୩ କ୍ୟୁସେକ ଜଳ ଡ୍ୟାମକୁ ପ୍ରବେଶ କରୁଛି ।

ସେହିପରି ଡ୍ୟାମରୁ ୬୪ ହଜାର ୧୦୯ କ୍ୟୁସେକ ଜଳ ପ୍ରତିସେକେଣ୍ଡରେ ନିଷ୍କାସିତ ହେଉଛି।

ହୀରାକୁଦ ଡ୍ୟାମର ୨ଟି ଗେଟ ଦେଇ ଏବେ ବନ୍ୟା ଜଳ ନିଷ୍କାସନ ହେଉଛି ।Advertisment ଅଧିକ ପଢନ୍ତୁ: Rain In Odisha: ବର୍ଷାରେ ଜନଜୀବନ ପ୍ରଭାବିତ; ଆଜି ୩ ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ମୁଣ୍ଡୁଳିରେ ଏବେ ୫ ଲକ୍ଷ ୬୪ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି ।

କିନ୍ତୁ ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡୁଳି ଦେଇ ୮ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ ବୋଲି ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।

ତେଣୁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଣିପାରେ ବୋଲି ଆକଳନ କରିଛି ଜଳସମ୍ପଦ ବିଭାଗ।

ଜଳପ୍ରବାହକୁ ଦୃଷ୍ଟିରେ ରଖି ମହାନଦୀ ଅବବାହିକାରେ ଥିବା ଜିଲ୍ଲାଗୁଡ଼ିକୁ ସତର୍କ କରାଯାଇଛି ।

ସେପଟେ ସକ୍ରିୟ ଥିବା ଗଭୀର ଅବପାତ କେନ୍ଦ୍ରୀୟ ଛତିଶଗଡ ଦେଇ ଗତି କରୁଥିବାରୁ ଚିନ୍ତା ଆହୁରି ବଢ଼ିଛି ।

ଏହାର ପ୍ରଭାବରେ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।