Mahabharata: କାହିଁକି ଶ୍ରୀକୃଷ୍ଣ ହୋଇଥିଲେ ଅର୍ଜୁନଙ୍କ ସାରଥି?

Aug 02, 2026 - 10:47
Mahabharata: କାହିଁକି ଶ୍ରୀକୃଷ୍ଣ ହୋଇଥିଲେ ଅର୍ଜୁନଙ୍କ ସାରଥି?

"ନୂଆଦିଲ୍ଲୀ: ମହାଭାରତ କେବଳ ଏକ ଯୁଦ୍ଧ କାହାଣୀ ନୁହେଁ, ବରଂ ଧର୍ମ, ଭକ୍ତି ଓ ଦିବ୍ୟ ଶକ୍ତିର ଏକ ଅମୂଲ୍ୟ ଗ୍ରନ୍ଥ।

ଏହି ମହାକାବ୍ୟରେ ଭଗବାନ ଶ୍ରୀକୃଷ୍ଣଙ୍କ ଭୂମିକା ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ।

କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ ପ୍ରଶ୍ନ ହେଉଛି, କାହିଁକି ଶ୍ରୀକୃଷ୍ଣ ନିଜେ ଅସ୍ତ୍ର ନ ଧରି ଅର୍ଜୁନଙ୍କ ସାରଥି ହେବାକୁ ବାଛିଲେ?ମହାଭାରତ ଯୁଦ୍ଧ ପୂର୍ବରୁ କୌରବ ଓ ପାଣ୍ଡବ ଉଭୟ ନିଜ ଶକ୍ତିକୁ ବଢ଼ାଇବା ପାଇଁ ମିତ୍ର ଏବଂ ସେନା ସଂଗ୍ରହ କରୁଥିଲେ।

ଏହି ସମୟରେ ଅର୍ଜୁନ ଓ ଦୁର୍ଯୋଧନ ଉଭୟ ଶ୍ରୀକୃଷ୍ଣଙ୍କ ସହାୟତା ପାଇଁ ତାଙ୍କ ପାଖକୁ ଯାଇଥିଲେ।

ଶ୍ରୀକୃଷ୍ଣ ଉଭୟଙ୍କୁ ଏକ ବିକଳ୍ପ ଦେଲେ, ଗୋଟିଏ ପଟେ ତାଙ୍କର ଶକ୍ତିଶାଳୀ ନାରାୟଣୀ ସେନା, ଓ ଅନ୍ୟ ପଟେ ନିଜେ ସେ ନିରସ୍ତ୍ର ଭାବେ ରହିବେ।

ଅର୍ଜୁନ ସେନାକୁ ଛାଡ଼ି ଶ୍ରୀକୃଷ୍ଣଙ୍କୁ ବାଛିଲେ ଏବଂ ଦୁର୍ଯୋଧନ ସେନାକୁ ଗ୍ରହଣ କଲେ।Advertisment ଏହାପରେ ଶ୍ରୀକୃଷ୍ଣ ଅର୍ଜୁନଙ୍କ ସାରଥି ହେବାର ଦାୟିତ୍ୱ ନେଲେ।

ଯୁଦ୍ଧଭୂମିରେ ଯେତେବେଳେ ଅର୍ଜୁନ ନିଜ ଗୁରୁ ଓ ଆତ୍ମୀୟମାନଙ୍କୁ ଦେଖି ଦ୍ୱନ୍ଦ୍ୱରେ ପଡ଼ିଗଲେ, ସେତେବେଳେ ଶ୍ରୀକୃଷ୍ଣ ତାଙ୍କୁ ଗୀତାର ଉପଦେଶ ଦେଇ ଧର୍ମର ପଥ ଦେଖାଇଥିଲେ।

ଏହି ଉପଦେଶ ଅର୍ଜୁନଙ୍କୁ ନୂତନ ସାହସ ଓ ସ୍ପଷ୍ଟ ଦୃଷ୍ଟିକୋଣ ଦେଇଥିଲା।

ଅର୍ଜୁନ-ଆଗରେ ସମସ୍ତେ ମୋ ନିଜ ଲୋକ…ମାଧବ..ଶ୍ରୀକୃଷ୍ଣ- ନିଜର ଯଦି ଆଗରେ କଣ ପାଇଁ ଅଛନ୍ତି ପାର୍ଥ ??

ରଥଟି ଅଚାନକ ଅଗ୍ନିରେ ଜଳି ପାଉଁଶ ଯୁଦ୍ଧ ସମୟରେ ଅନେକ ଅଦ୍ଭୁତ ଘଟଣା ଦେଖାଦେଇଥିଲା।

କର୍ଣ୍ଣ ଓ ଅର୍ଜୁନଙ୍କ ମଧ୍ୟରେ ଭୟାବହ ଯୁଦ୍ଧ ହେବା ସମୟରେ, ଶ୍ରୀକୃଷ୍ଣ କର୍ଣ୍ଣଙ୍କ ପ୍ରଶଂସା କରୁଥିଲେ, ଯାହା ଅର୍ଜୁନଙ୍କୁ ଆଶ୍ଚର୍ଯ୍ୟରେ କରିଦେଇଥିଲା।

ପରେ କୃଷ୍ଣ ବୁଝାଇଥିଲେ ଯେ ତାଙ୍କ ଉପସ୍ଥିତି ଓ ହନୁମାନଙ୍କ ଆଶୀର୍ବାଦ ସତ୍ତ୍ୱେ ମଧ୍ୟ ଯଦି ରଥ ପଛକୁ ହଟୁଛି, ତେବେ କର୍ଣ୍ଣଙ୍କ ଶକ୍ତି ନିଶ୍ଚୟ ପ୍ରଶଂସାର ଯୋଗ୍ୟ।

ମହାଭାରତର ୧୮ତମ ଦିନରେ ଏକ ଚମତ୍କାର ଘଟଣା ଘଟିଲା, ଯାହା ଏହି ରହସ୍ୟକୁ ସ୍ପଷ୍ଟ କଲା।

ଶ୍ରୀକୃଷ୍ଣ ପ୍ରଥମେ ରଥରୁ ଓହ୍ଲାଇବା ପରିବର୍ତ୍ତେ ଅର୍ଜୁନଙ୍କୁ ପ୍ରଥମେ ଓହ୍ଲାଇବାକୁ କହିଲେ।

ଅର୍ଜୁନ ଓହ୍ଲାଇବା ପରେ ଶ୍ରୀକୃଷ୍ଣ ମଧ୍ୟ ରଥ ଛାଡ଼ିଲେ।

ସେମାନେ ଦୂରକୁ ଯିବାମାତ୍ରେ ରଥଟି ଅଚାନକ ଅଗ୍ନିରେ ଜଳି ପାଉଁଶ ହୋଇଗଲା।

Today is Friendship Day: ଆଜି ବନ୍ଧୁତ୍ବ ଦିବସ: ମନର ଭାଷା ବୁଝେ ବନ୍ଧୁତ୍ବ ଏହା ଦେଖି ଅର୍ଜୁନ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଲେ।

ତା'ପରେ ଶ୍ରୀକୃଷ୍ଣ କହିଲେ, ଏହି ରଥ ପୂର୍ବରୁ ଭୀଷ୍ମ, ଦ୍ରୋଣ ଓ କର୍ଣ୍ଣଙ୍କ ଦିବ୍ୟ ଅସ୍ତ୍ରରେ ନଷ୍ଟ ହୋଇଯାଇଥିଲା।

କେବଳ ମୋର ସଂକଳ୍ପ ଏହାକୁ ୧୮ ଦିନ ପର୍ଯ୍ୟନ୍ତ ରକ୍ଷା କରିଥିଲା।

ଏହି ଘଟଣା ଅର୍ଜୁନଙ୍କୁ ଏହା ବୁଝାଇଦେଲା ଯେ ଶ୍ରୀକୃଷ୍ଣ କେବଳ ତାଙ୍କ ସାରଥି ନୁହେଁ, ବରଂ ସେ ତାଙ୍କ ଜୀବନର ରକ୍ଷକ ଓ ମାର୍ଗଦର୍ଶକ ଥିଲେ।

ଶ୍ରୀକୃଷ୍ଣଙ୍କ ସାରଥି ଭୂମିକା ଏହା ପ୍ରମାଣ କରେ ଯେ ଦିବ୍ୟ ଶକ୍ତି ସବୁବେଳେ ନିଜ ଭକ୍ତଙ୍କ ସହିତ ରହିଥାଏ,ଦୃଶ୍ୟ ହେଉ କି ଅଦୃଶ୍ୟ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।