'Maa Kali' trawler: ସମୁଦ୍ରରେ ଓଲଟିଛି ‘ମାଆ କାଳୀ’ ଟ୍ରଲର୍: କାକଦ୍ୱୀପ ବକଖାଲି ନିକଟରେ ଠାବ
"ଭୋଗରାଇ/ଫୁଲବଣୀ: ୧୬ ମତ୍ସ୍ୟଜୀବୀଙ୍କ ସହ ନିଖୋଜ ହୋଇ ଯାଇଥିବା "ମାଆ କାଳୀ" ଟ୍ରଲର୍ ୧୧ ଦିନ ପରେ ଠାବ ହୋଇଛି।
ପଶ୍ଚିମବଙ୍ଗର ଦୀଘାଠାରୁ ପ୍ରାୟ ଶହେ କିମି ଦୂର ବଙ୍ଗୋପସାଗର ମଧ୍ୟରେ ଥିବା କାକଦ୍ବୀପ ବକଖାଲିଠାରୁ ୧୬ କିମି ଦୂର ରକ୍ତେଶ୍ବରୀ ବାଲିଚଢ଼ ପାଖରେ ଏହି ଟ୍ରଲର୍ଟି ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି।
ସେଥିରୁ ଜଣଙ୍କର ମୃତଦେହ ମିଳିଥିବା ବେଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।Advertisment କାକଦ୍ୱୀପ ବକଖାଲି ନିକଟରେ ଠାବଭିତରୁ ମିଳିଲା ଗୋଟିଏ ମୃତଦେହ୧୫ ମତ୍ସ୍ୟଜୀବୀଙ୍କ ସନ୍ଧାନ ମିଳୁନିକୂଳକୁ ଟ୍ରଲର୍ ଆଣିବାକୁ ଚାଲିଛି ଉଦ୍ୟମ ସୂଚନାଯୋଗ୍ୟ, ଦୀଘା ଶଙ୍କରପୁର ଜେଟିରୁ ଏହି ଟ୍ରଲର୍ଟି ଭୋଗରାଇର ୩ ଭାଇଙ୍କ ସମେତ ମୋଟ ୧୬ ମତ୍ସ୍ୟଜୀବୀଙ୍କୁ ନେଇ ଗତ ୨ ତାରିଖରେ ସମୁଦ୍ରକୁ ବାହାରିଥିଲା।
ଇଲିଶି ମାଛ ଧରିବା ଉଦ୍ଦେଶ୍ୟରେ ସେମାନେ ସମୁଦ୍ରର ବହୁ ଭିତରକୁ ଚାଲି ଯାଇଥିଲେ।
ତେବେ ୪ ତାରିଖ ପାଖରୁ ସେମାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା।
୧୧ ଦିନ ପରେ ଆଜି ରକ୍ତେଶ୍ବରୀ ବାଲିଚଢ଼ ପାଖରେ ଏହି ଟ୍ରଲର୍ଟି ଓଲଟି ପଡ଼ିଥିବା କିଛି ମତ୍ସ୍ୟଜୀବୀ ଦେଖିବାକୁ ପାଇଥିଲେ।
ସେମାନଙ୍କ ସୂଚନା ଆଧାରରେ ତଟ ସୁରକ୍ଷା ବାହିନୀ, ନୈବାହିନୀ, ଏସ୍ଟିଆର୍ ଓ ପଶ୍ଚିମବଙ୍ଗ ଗୋବର୍ଦ୍ଧନପୁରର ସୀତାରାମ ଅଞ୍ଚଳର କିଛି ଅଭିଜ୍ଞ ମତ୍ସ୍ୟଜୀବୀଙ୍କୁ ନେଇ ଗଠିତ ଟିମ୍ ଟ୍ରଲର୍ ଉଦ୍ଧାର କରିବାକୁ ଯାଇଛନ୍ତି।
ଏସ୍ଟିଆର୍ ଟିମ୍ର ଚିତ୍ର ଭଟ୍ଟାଚାର୍ଯ୍ୟ ଓ ପଶ୍ଚିମବଙ୍ଗ ରାମଗଙ୍ଗା ରେଞ୍ଜ ଅଧିକାରୀ କବିର ହୁସେନଙ୍କ ନେତୃତ୍ବରେ ବନବିଭାଗ ଟିମ୍, ସୁନ୍ଦରବନ ଓ ଗୋବର୍ଦ୍ଧନ କୋଷ୍ଟାଲ୍ ପୁଲିସ ମଧ୍ୟ ଏଥିରେ ସହଯୋଗ କରୁଛି।
ଉଦ୍ଧାରକାରୀ ଦଳ ଏବେ ସମୁଦ୍ର ଭିତରେ ଥିବାରୁ ଉଦ୍ଧାର କାର୍ଯ୍ୟ ବାବଦରେ ସବିଶେଷ ସୂଚନା ମିଳିବା ସମ୍ଭବପର ନୁହେଁ ବୋଲି ପ୍ରଶାସନ କହିଛି।
Plantation: ନବରଙ୍ଗପୁର ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଟ୍ରଲର୍ ଭିତରୁ ଗୋଟିଏ ମୃତଦେହ ମିଳିଛି।
ବାକି ୧୫ ମତ୍ସ୍ୟଜୀବୀଙ୍କୁ ଖୋଜା ଚାଲିଛି।
ସେହିପରି ଉକ୍ତ ଟ୍ରଲର୍ଟିକୁ ପଶ୍ଚିମବଙ୍ଗର ଲାୟାରଗଞ୍ଜ କିମ୍ବା ଫ୍ରେଜାରଗଞ୍ଜ ମତ୍ସ୍ୟ ଅବତରଣ କେନ୍ଦ୍ରକୁ ଆଣିବା ପାଇଁ ଉଦ୍ୟମ ଚାଲିଛି।
ତେବେ ଏହାକୁ ଟାଣି ଆଣିବା ପାଇଁ ଅତିକମ୍ରେ ୫/୬ଟି ଟ୍ରଲର୍ ଆବଶ୍ୟକ ପଡ଼ୁଥିବାରୁ ଏହି କାର୍ଯ୍ୟ ବିଳମ୍ବିତ ହେଉଛି।
ନିଖୋଜ ଥିବା ଭୋଗରାଇ ବ୍ଲକ୍ କମର୍ଦ୍ଦା ଥାନା ଅଧୀନ ଉଲୁଡ଼ା ଗାଁର ୩ ଭାଇ, ରବୀନ୍ଦ୍ର ମାଝୀ, ଜଗନ୍ନାଥ ମାଝୀ ଓ ଜୟରାମ ମାଝୀଙ୍କୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ନେବାକୁ ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ପଶ୍ଚିମବଙ୍ଗ ପ୍ରଶାସନକୁ ଅନୁରୋଧ କରିବା ସହ ଶଙ୍କରପୁରରେ ପହଞ୍ଚି ରାମନଗର ବିଧାୟକ ଚନ୍ଦ୍ର ଶେଖର ମଣ୍ଡଳଙ୍କ ସହ ଆଲୋଚନା କରିଛନ୍ତି।
ଏଥିସହ ସେଠାରେ ଅପେକ୍ଷା କରିଥିବା ନିଖୋଜ ମତ୍ସ୍ୟଜୀବୀଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଜଣାଇଛନ୍ତି।
Education: ଖତ ଖାଉଛି କମ୍ପ୍ୟୁଟର; ଅଚଳ ହେଲାଣି ସ୍କୁଲରେ ଇ-ଶିକ୍ଷା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।