Luxury Watch: ଲକ୍‌ଜୁରି ଘଣ୍ଟା କିଣିବା ସମୟର ୧୦ଟି ଜରୁରୀ କଥା

Nov 07, 2026 - 06:09
Luxury Watch: ଲକ୍‌ଜୁରି ଘଣ୍ଟା କିଣିବା ସମୟର ୧୦ଟି ଜରୁରୀ କଥା

ହାତରେ ଏକ ସୁନ୍ଦର ଘଣ୍ଟା କେବଳ ସମୟର ହିସାବ ରଖେ ନାହିଁ, ଏହା ପରିଧାନକାରୀଙ୍କ ରୁଚି, ବ୍ୟକ୍ତିତ୍ୱ, ରାଜକୀୟ ଠାଣି ଓ ଜୀବନଶୈଳୀର ମଧ୍ୟ ପରିଚୟ ଦିଏ।

ଆଜିର ଫ୍ୟାସନ୍ ଦୁନିଆରେ ଲକ୍‌ଜୁରି ଘଣ୍ଟା ଏକ ଷ୍ଟାଇଲ୍ ଷ୍ଟେଟ୍‌ମେଣ୍ଟ ପାଲଟିଛି।

ରୋଲେକ୍ସ, ପାଟେକ୍ ଫିଲିପ୍ କିମ୍ବା ଅଡେମାର୍ସ ପିଗେଟ୍ ଭଳି ବିଶ୍ୱପ୍ରସିଦ୍ଧ ବ୍ରାଣ୍ଡ୍‌ର ଘଣ୍ଟା ପିନ୍ଧିବା ଅନେକଙ୍କ ସ୍ୱପ୍ନ।

ତେବେ ପ୍ରଥମ ଥର ପାଇଁ ଏକ ଲକ୍‌ଜୁରି ଘଣ୍ଟା କିଣିବାକୁ ଯୋଜନା କରୁଥିଲେ କେବଳ ବ୍ରାଣ୍ଡ୍‌ ଓ ଦାମ୍ ଦେଖି ନିଷ୍ପତ୍ତି ନେବା ଠିକ୍ ନୁହେଁ।

ଘଣ୍ଟାର ମେକାନିଜମ୍, ଡିଜାଇନ୍, ମ୍ୟାଟେରିଆଲ୍, ସାଇଜ୍, ରିସେଲ୍ ଭାଲ୍ୟୁ ଏବଂ ଅସଲି ଘଣ୍ଟା ଚିହ୍ନିବା ଭଳି ଅନେକ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

ତେଣୁ ଦାମୀ ଘଣ୍ଟା କିଣିବା ପୂର୍ବରୁ ଜାଣି ରଖନ୍ତୁ ଏହି ୧୦ଟି ଗୁରୁତ୍ୱପୂର୍ଣ୍ଣ କଥା।

Advertisment  ବଜେଟ୍: ନିଜ ଆର୍ଥିକ ସ୍ଥିତି ଅନୁସାରେ ଘଣ୍ଟାର ବଜେଟ୍ ଧାର୍ଯ୍ୟ କରନ୍ତୁ।  ମୁଭମେଣ୍ଟ: ମୁଭମେଣ୍ଟ ହେଉଛି ହାତଘଣ୍ଟାର ହୃତ୍‌ପିଣ୍ଡ।

ଏହା ହିଁ ଘଣ୍ଟାର ହାତଗୁଡ଼ିକୁ ଚଳାଇଥାଏ।

ଅଟୋମେଟିକ୍, ମାନୁଆଲ୍ ଓ କ୍ୱାର୍ଟଜ୍ ମଧ୍ୟରୁ ନିଜ ପସନ୍ଦର ମୁଭମେଣ୍ଟ ବାଛନ୍ତୁ।  ଡିଜାଇନ୍: ନିଜ ପୋଷାକ ଓ ବ୍ୟକ୍ତିତ୍ୱ ସହ ମେଳ ଖାଉଥିବା ଡିଜାଇନ୍‌କୁ ପ୍ରାଧାନ୍ୟ ଦିଅନ୍ତୁ।  ଡାଏଲ୍‌ର ଆକାର: ହାତର ମାପ ଅନୁସାରେ ଉପଯୁକ୍ତ ଡାଏଲ୍ ସାଇଜ୍ ବାଛନ୍ତୁ।

ସାଧାରଣତଃ ୩୬ ମିଲିମିଟର୍‌ରୁ ୪୬ ମିଲିମିଟର୍‌ ଆକାରର ଘଣ୍ଟା ମିଳିଥାଏ।  ଗୁଣବତ୍ତାପୂର୍ଣ୍ଣ ଧାତୁ: ଷ୍ଟେନ୍‌ଲେସ୍ ଷ୍ଟିଲ୍, ଟାଇଟାନିୟମ୍, ଗୋଲ୍‌ଡ କିମ୍ବା ପ୍ଲାଟିନମ୍‌ର ଗୁଣ ଯାଞ୍ଚ କରନ୍ତୁ।  ବ୍ରାଣ୍ଡ ସହ ମାନକୁ ଗୁରୁତ୍ବ: କେବଳ ବ୍ରାଣ୍ଡ୍‌ ନୁହେଁ, ନିର୍ମାଣଶୈଳୀ, ଫିନିସିଂ ଓ ୱାରେଣ୍ଟି ମଧ୍ୟ ଯାଞ୍ଚ କରନ୍ତୁ।  ଅତିରିକ୍ତ ଫିଚର୍ସ: କ୍ରୋନୋଗ୍ରାଫ୍, ଡେଟ୍ ଡିସ୍‌ପ୍ଲେ ଓ ଜିଏମ୍‌ଟି ଭଳି ଫିଚର୍ସ ଆବଶ୍ୟକତା ଅନୁସାରେ ବାଛନ୍ତୁ।  ରିସେଲ୍ ଭାଲ୍ୟୁ: ଘଣ୍ଟାର ମଡେଲ୍, ବଜାର ଚାହିଦା ଓ ଭବିଷ୍ୟତରେ ପୁନଃବିକ୍ରିର ସମ୍ଭାବନା ସମ୍ପର୍କରେ ଜାଣନ୍ତୁ।  ଉପଯୁକ୍ତ ଷ୍ଟ୍ରାପ୍: ଲେଦର୍, ଷ୍ଟିଲ୍ କିମ୍ବା ରବର୍ ଷ୍ଟ୍ରାପ୍‌ରୁ ନିଜ ଷ୍ଟାଇଲ୍ ଅନୁସାରେ ବାଛନ୍ତୁ।  ଅସଲି ଘଣ୍ଟା: ବିଶେଷ କରି ଅନ୍‌ଲାଇନ୍‌ ବଜାରରେ ନକଲି ଘଣ୍ଟାର ପସରା ମେଲିରହିଛି।

ତେଣୁ ଠକେଇରୁ ବର୍ତ୍ତିବା ପାଇଁ ଅଧିକୃତ ଡିଲର୍‌ଙ୍କଠାରୁ ହିଁ ହାତଘଣ୍ଟା କିଣନ୍ତୁ।

ତା' ସହିତ ସର୍ବଦା ୱାରେଣ୍ଟି କାର୍ଡ ଓ ବିଲ୍ ଆଣନ୍ତୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)