Lucky Draw: କୃଷକଙ୍କ ପାଇଁ ବଡ଼ ଖୁସି ଖବର: ଲକି ଡ୍ର’ରେ ଜିତିପାରିବେ ଟ୍ରାକ୍ଟର, ଚାରା କଟା ମେସିନ୍ ସହ ଅନେକ କୃଷି ଉପକରଣ
"ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ଖୁସି ଖବର।
ଏଣିକି ଫସଲ ବିକ୍ରି କରିବା ସହ ଲକି ଡ୍ର" ମାଧ୍ୟମରେ ଟ୍ରାକ୍ଟର ଓ ବିଭିନ୍ନ କୃଷି ଉପକରଣ ଜିତିବାର ସୁଯୋଗ ପାଇପାରିବେ କୃଷକ।
ଉତ୍ତରପ୍ରଦେଶ ସରକାରଙ୍କ "ମୁଖ୍ୟମନ୍ତ୍ରୀ କୃଷକ ଉପହାର ଯୋଜନା" ଅଧୀନରେ ଏହି ସୁବିଧା ମିଳୁଛି।
ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଚାଷୀଙ୍କୁ ସଂଗଠିତ ମଣ୍ଡି ବ୍ୟବସ୍ଥାରେ ଫସଲ ବିକ୍ରି କରିବାକୁ ଉତ୍ସାହିତ କରିବା ସହ ଚାଷ ଓ ପଶୁପାଳନ ପାଇଁ ଆବଶ୍ୟକ ଉପକରଣ ଯୋଗାଇବା।Advertisment ଏହି ଯୋଜନାରେ ସବୁଠାରୁ ଆକର୍ଷଣୀୟ ପୁରସ୍କାର ହେଉଛି ୩୫ ହର୍ସ ପାୱାର (ଏଚ୍ପି) କ୍ଷମତା ବିଶିଷ୍ଟ ଟ୍ରାକ୍ଟର।
ଏହା ସହିତ ୨୦ ଏଚ୍ପିରୁ କମ୍ କ୍ଷମତାର ଛୋଟ ଟ୍ରାକ୍ଟର, ପମ୍ପିଂ ସେଟ୍, ପାୱାର ସ୍ପ୍ରେୟର ଓ ଅନ୍ୟାନ୍ୟ କୃଷି ଉପକରଣ ମଧ୍ୟ ପୁରସ୍କାର ତାଲିକାରେ ରହିଛି।
ଏହି ଉପକରଣଗୁଡ଼ିକ ଚାଷ କାର୍ଯ୍ୟକୁ ସହଜ କରିବା ସହ ଜଳସେଚନ, କୀଟନାଶକ ସିଞ୍ଚନ ଓ ଅନ୍ୟାନ୍ୟ କୃଷି କାର୍ଯ୍ୟରେ ସହାୟକ ହୋଇପାରିବ।
ମୁଖ୍ୟମନ୍ତ୍ରୀ କୃଷକ ଉପହାର ଯୋଜନା ଯୋଜନାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି।
ପୂର୍ବରୁ ତ୍ରୈମାସିକ ଲକି ଡ୍ର"ରେ ଦିଆଯାଉଥିବା ୪୩ ଇଞ୍ଚର ଏଲ୍ଇଡି ଟିଭି ବଦଳରେ ଏବେ ୩ ଏଚ୍ପି କ୍ଷମତା ବିଶିଷ୍ଟ ଚାରା କାଟିବା ମେସିନ୍କୁ ସ୍ଥାନ ଦିଆଯାଇଛି।
ଏହି ମେସିନ୍ର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କା।
ପଶୁପାଳନ କରୁଥିବା ଚାଷୀଙ୍କ ପାଇଁ ଏହା ବେଶ୍ ଉପଯୋଗୀ ହେବ।
ଏହାଦ୍ୱାରା ପଶୁଙ୍କ ପାଇଁ ଚାରା ପ୍ରସ୍ତୁତ କରିବାରେ ସମୟ ଓ ଶ୍ରମ କମ୍ ଲାଗିବ।
ଏହା ବ୍ୟତୀତ ୮ ଏଚ୍ପି କ୍ଷମତା ବିଶିଷ୍ଟ ପମ୍ପିଂ ସେଟ୍ ମଧ୍ୟ ପୁରସ୍କାର ତାଲିକାରେ ରହିଛି।
ଏହାର ଆନୁମାନିକ ମୂଲ୍ୟ ୫୫ ହଜାର ଟଙ୍କା ହୋଇଥିବା ବେଳେ ପ୍ରତ୍ୟେକ ଡିଭିଜନ୍ରେ ଏଭଳି ଦୁଇଟି ପୁରସ୍କାର ଦେବାର ବ୍ୟବସ୍ଥା ରହିଛି।
ଏହା ସହିତ ପାୱାର ସ୍ପ୍ରେୟର ଭଳି ଉପକରଣ ମଧ୍ୟ ଚାଷୀଙ୍କୁ ମିଳିପାରିବ।
ଏହି ଉପକରଣଗୁଡ଼ିକ ଫସଲରେ କୀଟନାଶକ ଓ ଅନ୍ୟାନ୍ୟ କୃଷି ଔଷଧ ସିଞ୍ଚନ କରିବାରେ ସହାୟତା କରିବ।
ଆଲର୍ଟ ମୋଡରେ ବ୍ୟାଙ୍କ ତେବେ ଏହି ଯୋଜନାର ଲାଭ ପାଇବା ପାଇଁ ଚାଷୀଙ୍କୁ ନିର୍ଦ୍ଧାରିତ ମଣ୍ଡିରେ ନିଜର କୃଷିଜାତ ଦ୍ରବ୍ୟ ବିକ୍ରି କରିବାକୁ ପଡ଼ିବ।
ଫସଲ ବିକ୍ରି ସମୟରେ ମିଳୁଥିବା ମଣ୍ଡି ରସିଦ, ପ୍ରବେଶ ପର୍ଚ୍ଚି ଓ ଅନ୍ୟାନ୍ୟ ଆବଶ୍ୟକ କାଗଜପତ୍ର ସୁରକ୍ଷିତ ରଖିବା ଜରୁରୀ।
ଯୋଜନାର ନିୟମ ଅନୁଯାୟୀ ଯୋଗ୍ୟ ଚାଷୀଙ୍କୁ ପୁରସ୍କାର କୁପନ୍ ଦିଆଯାଏ ଏବଂ ନିର୍ଦ୍ଧାରିତ ଲକି ଡ୍ର" ମାଧ୍ୟମରେ ବିଜେତା ଚୟନ କରାଯାଏ।
ତେବେ କୁପନ୍ ପାଇଲେ ଯେ ପୁରସ୍କାର ନିଶ୍ଚିତ ମିଳିବ, ତାହା ନୁହେଁ।
ଅଧିକ ସୂଚନା ପାଇଁ ଚାଷୀମାନେ ନିଜ ଅଞ୍ଚଳର କୃଷି ଉତ୍ପାଦନ ମଣ୍ଡି ସମିତି କାର୍ଯ୍ୟାଳୟରେ ଯୋଗାଯୋଗ କରିପାରିବେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
