Lucknow: ଲକ୍ଷ୍ନୌରେ ଚାଞ୍ଚଲ୍ୟ: ବ୍ୟାଙ୍କ ଅଧିକାରୀ ପତ୍ନୀକୁ ବ୍ୟାଙ୍କ ବାହାରେ ଗୁଳିକରି ହତ୍ୟା
"ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ବ୍ୟାଙ୍କ ବାହାରେ ନିଜ ବ୍ୟାଙ୍କ ଅଧିକାରୀ ପତ୍ନୀକୁ ଗୁଳି କରି ହତ୍ୟା କରିଛନ୍ତି ଜଣେ ବ୍ୟାଙ୍କ କର୍ମଚାରୀ।
ପତ୍ନୀକୁ ହତ୍ୟା କରିବା ପରେ ସେ ନିଜ ଘରକୁ ଯାଇ ଭଉଣୀକୁ ଗୁଳିକରି ହତ୍ୟା କରିବା ପରେ ଆତ୍ମହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।Advertisment ଘଟଣାରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ମାନସ ବାଜପେୟୀ ଆଇସିଆଇସିଆଇ ବ୍ୟାଙ୍କର ରିଲେସନସିପ୍ ମ୍ୟାନେଜର ଥିବା ପତ୍ନୀକୁ ଦିବ୍ୟା ମିଶ୍ରାଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳି କରି ହତ୍ୟା କରିଥିଲେ।
ଗୁରୁବାର ଅପରାହ୍ଣରେ ଅଭିଯୁକ୍ତ ସ୍ବାମୀ ବ୍ୟାଙ୍କ ନିକଟରେ ପହଞ୍ଚି ଦିବ୍ୟାଙ୍କୁ ବାହାରକୁ ଡାକିଥିଲେ।
କିଛି ସମୟ କଥାବାର୍ତ୍ତା କରିବା ପରେ ଦିବ୍ୟାଙ୍କୁ ଗୁଳି କରି ହତ୍ୟା କରିଥିଲେ।
ଏହାପରେ ମାନସ ଘଟଣାସ୍ଥଳଠାରୁ ଦୁଇ କିମି ଦୂରରେ ଥିବା ନିଜ ଘରକୁ ଯାଇ ଭଉଣୀ ଶିବାକୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିଲେ।
ଆତ୍ମହତ୍ୟା ପୂର୍ବରୁ ମାନସ ହ୍ବାଟ୍ସ ଆପ୍ ଷ୍ଟାଟସ ଦେଇଥିଲେ ଯେ, ପତ୍ନୀ ବିଶ୍ବାସଘାତକ କରିଥିବାରୁ ତାଙ୍କୁ ସେ ହତ୍ୟା କରିଛନ୍ତି।
ଏବେ ତାଙ୍କ ନିଜ ଭଉଣୀକୁ ହତ୍ୟା କରିବା ପରେ ସେ ନିଜେ ଆତ୍ମହତ୍ୟା କରିବେ ବୋଲି ଲେଖଥିଲେ।
ଭଉଣୀ ଓ ପତ୍ନୀଙ୍କୁ ହତ୍ୟା କଲେ ବ୍ୟାଙ୍କ ଅଧିକାରୀ ପତ୍ନୀଙ୍କ ଉଭଣୀ ୟୁଟ୍ୟୁବର୍ ପ୍ରଜ୍ଞା ମିଶ୍ର ଓ ତାଙ୍କ ସ୍ବାମୀ ଭରତ ଯାଦବଙ୍କୁ ସବୁ ଜଣା ବୋଲି ହ୍ବାଟ୍ସ ଆପ୍ ଷ୍ଟାଟସ ଦେଇଥିଲେ।
ମାନସ ତାଙ୍କ ଭଉଣୀ ଶିବାଙ୍କ ସହିତ ହୁସାରିଆ ସ୍କୋୟାର ନିକଟରେ ଏକ ଭଡା ଘରେ ରହୁଥିଲେ।
ମାନସ ଏସ୍ବିଆଇରେ ଆକାଉଣ୍ଟାଣ୍ଟ ଥିଲେ ଓ ତାଙ୍କ ବାପାମାଙ୍କ ମୃତ୍ୟୁ ହୋଇସାରିଛି।ଏହି ଘଟଣା ଲକ୍ଷ୍ନୌର ଗୋମତୀ ନଗର ପୁଲିସ ଷ୍ଟେସନ ଅଞ୍ଚଳରେ ଘଟିଛି।
ଘଟଣା ବିଷୟରେ ଜାଣିବା ମାତ୍ରେ ପୁଲିସ ସେଠାରେ ପହଞ୍ଚିଥିଲା।
ଏକ ଫରେନସିକ୍ ଦଳ ଘଟଣାର ତଦନ୍ତ କରୁଛି।
ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଦିବ୍ୟା ମିଶ୍ର ୟୁଟ୍ୟୁବର୍ ପ୍ରଜ୍ଞା ମିଶ୍ରଙ୍କ ଭଉଣୀ।
ଦିବ୍ୟା ୧୨ ବର୍ଷ ପୂର୍ବେ ମାନସଙ୍କୁ ବିବାହ କରିଥିଲେ ଓ ଉଭୟଙ୍କର କୌଣସି ସନ୍ତାନ ନଥିଲା।
ସେ ବର୍ଷକ ପୂର୍ବରୁ ସ୍ୱାମୀ ମାନସଙ୍କଠାରୁ ଛାଡପତ୍ର ନେବା ପାଇଁ ଆବେଦନ କରିଥିଲେ ଓ ସେବେଠାରୁ ଅଲଗା ରହୁଥିଲେ।
ରୋଗୀକୁ ଭୁଲ୍ରେ ଏଚ୍ଆଇଭି ସଂକ୍ରମିତ ଦର୍ଶାଇଥିଲା ଏମ୍ସ ଋଷିକେଶ୍: ୬୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଖାଉଟି କମିସନଙ୍କ ନିର୍ଦ୍ଦେଶ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
