Low-Pressure System Expected by the 3rd: ଆସନ୍ତା ୩ ସୁଦ୍ଧା ଲଘୁଚାପ କ୍ଷେତ୍ର ସମ୍ଭାବନା, ୭ ଦିନ ରାଜ୍ୟରେ ସକ୍ରିୟ ରହିବ ବର୍ଷା
ଆସନ୍ତା ୩ ସୁଦ୍ଧା ଲଘୁଚାପ। ଆସନ୍ତା ୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଂଚଳରେ ସୃଷ୍ଟି ହେବ ଲଘୁଚାପ। ବର୍ତ୍ତମାନ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ସମୁଦ୍ର ପତ୍ତନରୁ ପ୍ରାୟ ୧.୫ ରୁ ୫.୮ କିଲୋମିଟର ଉଚ୍ଚତାରେ ଏକ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।
ଏହାର ପ୍ରଭାବରେ ଏହି ଲଘୁଚାପ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ସେପଟେ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ପାଣିପାଗ ବିଭାଗ ଅନୁସାରେ, ଆଗାମୀ ୭ ଦିନ ରାଜ୍ୟରେ ବର୍ଷା ସକ୍ରିୟ ରହିବ। ଜୁଲାଇ ୧ ରୁ ୬ ତାରିଖ ପର୍ଯ୍ୟନ୍ତ ହାଲୁକାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ୨ ତାରିଖରୁ ବର୍ଷାର ପରିମାଣ ଆହୁରି ବଢିବ। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇପାରେ।....