Love, Sex and Dhoka ୫ ବର୍ଷ ପ୍ରେମ ପରେ ପ୍ରତାରଣା, ନ୍ୟାୟ ଅପେକ୍ଷାରେ ପୀଡ଼ିତା

Jul 07, 2026 - 17:36
Love, Sex and Dhoka ୫ ବର୍ଷ ପ୍ରେମ ପରେ ପ୍ରତାରଣା, ନ୍ୟାୟ ଅପେକ୍ଷାରେ ପୀଡ଼ିତା

"ବରୀ (ସଞ୍ଜୟ କୁମାର ବେହେରା): ପ୍ରାୟ ୫ବର୍ଷ ଧରି ପ୍ରେମ ସଂପର୍କ ପରେ ଗତ ୨ମାସ ଧରି ସ୍ବାମୀ ସ୍ତ୍ରୀ ଭାବେ ଜୀବନ ବିତାଉଥିଲେ।

ଏହାପରେ ପୀଡ଼ିତା ବିବାହ ପାଇଁ ଚାପ ପକାଇବାରୁ ପ୍ରେମିକ ଫେରାର୍‌ ହୋଇଯାଇଛି।

ଏନେଇ ପୀଡ଼ିତା ଥାନାର ଦ୍ବାରସ୍ଥହୋଇଥିଲେ ମଧ୍ୟ ପୁଲିସ ପଦକ୍ଷେପ ନେବାରେ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି।

ଘଟଣାଟି ବରୀଥାନା ଅଧୀନ ବାଇଁଶିରିଆ ପଞ୍ଚାୟତରେ ଘଟିଛି।

Advertisment Live In Partner Pension ଲିଭ-ଇନ୍ ପାର୍ଟନର ପେନସନ ପାଇବାକୁ ହକଦାର: କେନ୍ଦ୍ର ସରକାରଙ୍କ ମତାମତ ଲୋଡ଼ିଲେ ଦିଲ୍ଲୀ ହାଇକୋର୍ଟ ଅଭିଯୋଗ ଅନୁସ‌ାରେ,  ବାଲିଆପାଳ ଗ୍ରାମର ଅଜୟ କୁମାର ସାହୁଙ୍କ ପୁତ୍ର ସିର୍ଦ୍ଧାଥ କୁମାର ସାହ ଓରଫ ସିଦ୍ଧୁ (୩୦ ବର୍ଷ) ଓ ସେହି ଗ୍ରାମରେ ଜଣେ ଦଳିତ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା।

ଏହା ନିବିଡ଼ ହେବା ପେରେ ଗତ ୨ ମାସ ପୂର୍ବେ ପୀଡ଼ିତାଙ୍କୁ ନେଇ ସିଦ୍ଧୁ ଭୁବନେଶ୍ବରରେ ଥିବା ନିଜ ଭାଇ-ଭାଉଜଙ୍କ ଘରକୁ ନେଇଥିଲା।

ସେଠାରେ ଉଭୟରେ ପତିପତ୍ନୀ ଭଳି ରହୁଥିଲେ।

ଏଇ ଅଳ୍ପଦିନ‌ ପୂର୍ବେ ସିଦ୍ଧୁ ତାଙ୍‌କୁ ପୁଣି ଆଣି ଯାଜପୁରରେ ରଖିଥିଲେ।

ଏହା ମଧ୍ୟରେ ଯୁବତୀଜଣକ ବିବାହ ପାଇଁ ଚାପ ପକାଉଥିଲେ।

ଜୁନ୍‌  ୨୮ରେ ପୀଡ଼ିତା ଯୁବତୀ ଜଣଙ୍କୁ ସିଦ୍ଧୁଙ୍କ ଘରପାଖକୁ ଆସି ଡାକିଥିଲେ।

ଏଥିରେ ସିଦ୍ଧୁ ଉତ୍‌କ୍ଷିପ୍ତ ହୋଇ ପୀଡ଼ିତାଙ୍କ ଜାତିକୁ ନେଇ ଗାଳିଗୁଲଜ କରିବା ସହ ପିଟିଥିଲେ।

ସେହି ଦିନ ଯୁବତୀ ଜଣଙ୍କ ନିଜ ମା"ଙ୍କୁ ନେଇ ବରୀଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ଭିତ୍ତିରେ ଏଫ୍‌ଆଇଆର୍‌ ହୋଇଛି ଏବଂ ଏହା ମଧ୍ୟରେ ୧୦ ଦିନ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଇନାହିଁ।

ପୁଲିସ କହିଛି, ତଦନ୍ତ ଚାଲିଛି ଓ ସିଦ୍ଧୁ ଫେରାର୍‌ହୋଇଯାଇଛି।  live in relationship verdict of himachal high court: ଅନ୍ୟ ମହିଳାଙ୍କ ସହିତ ଲିଭ୍ ଇନ୍‌ରେ ରହିଲେ ସ୍ବାମୀଙ୍କୁ ସ୍ତ୍ରୀଙ୍କୁ ଦେବାକୁ ପଡ଼ିବ ଭରଣପୋଷଣ ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଯେ ସିଦ୍ଧୁଙ୍କ ପରିବାର ଧନ ଓ କ୍ଷମତା ବଳରେ ମାମଲାର ରଫାଦଫା କରିବାକୁ ଉଦ୍ୟମ କରୁଛନ୍ତି।

ଅପରପକ୍ଷରେ, ସିଦ୍ଧୁଙ୍କ ବଡ଼ ଭାଇ ମଧ୍ୟ ତାଙ୍କ ଭାଇକୁ କେହି ଅପହରଣ କରିନେଇଛନ୍ତି ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଏହାପରେ ପୁଣି ଏକ ଅଭିଯୋଗ ସିଦ୍ଧୁଙ୍କ ପରିବାରର ମହିଳା ସଦସ୍ୟମାନେ ପୀଡ଼ିତା ଯୁବତୀଙ୍କ ବିରୋଧରେ ଦେଇଛନ୍ତି।

ଯୁବତୀଙ୍କ ପରିବାର ଚୋରା ମଦ ବ୍ୟବସାୟ କରିବା ସହ ଯୌନକାରବାର କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ସମ୍ପ୍ରତି ଦ୍ବିତୀୟ ଅଭିଯୋଗକୁ ନେଇ ବିବାଦ ସୃଷ୍ଟି ହୋଇଛି।

ଏହି ଅଭିଯୋଗରେ ସ୍ଥାନୀୟ ସରପଞ୍ଚଙ୍କ ସ୍ବାକ୍ଷର ଓ ସିଲ୍‌ ରହିଥିବା ବେଳେ ଏହାକୁ ଜାଲ୍‌ ବୋଲି ଖୋଦ୍‌ ସରପଞ୍ଚ ପାଲଟା ଅଭିଯୋଗ କରିଛନ୍ତି।

ଏହାର ତଦନ୍ତ ଦାବି କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।