Baitarani Flood ବୈତରଣୀରେ ବନ୍ୟା: ଦଶରଥପୁରରେ ବିପଦସଙ୍କେତ ଉପରେ ବଢ଼ିପାଣି
"ଦଶରଥପୁର: ବୈତରଣୀରେ ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଛି, କିନ୍ତୁ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ରେ ଏବେବି ବିପଦ ସଂକେତ ଉପରେ ବଢ଼ିପାଣି ପ୍ରବାହିତ ହେଉଛି।
ଦଶରଥପୁର ରେ ୦୯.
୫୨ ମିଟର ବିପଦ ସଂକେତ ଥିବା ବେଳେ ଏବେ ୯.
୭୪ ମିଟର ରେ ବନ୍ୟାଜଳ ପ୍ରବାହିତ ହେଉଛି।Advertisment Baitarani Flood Review ବୈତରଣୀ କୂଳ ଲଂଘୁଛି, ମନ୍ତ୍ରୀ କହିଲେ, ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣରେ ଅଛି ମିଳିଥିବା ସୂଚନାରେ, ବଲ୍ଲଭୀଘାଟରେ ବିପଦ ସଂକେତ ତଳେ ବନ୍ୟା ଜଳ ପ୍ରବାହିତ ହେଉଛି l ବିପଦ ସଙ୍କେତ ୧୩.୩୪ମିଟର ଥିବା ବେଳେ ଏବେ ଏହା ୧୧.୦୦ ମିରେ ପ୍ରବାହିତ ହେଉଛି।
ଆଖୁଆପଦାଠାରେ ଜଳସ୍ତର କମିବାରେ ଲାଗିଛି।
ଦଶରଥପୁର ବ୍ଲକ୍ ବୈତରଣୀ ନଦୀର ଶାଖାନଦୀ କାଣୀ ନଦୀର କଣ୍ଟପଡ଼ା ଠାରେ ଯଥାକ୍ରମେ ୭୦ ଏବଂ ୫୦ ଫୁଟର ୨ ଟି ଘାଇସୃଷ୍ଟି ହୋଇଛି।
ଯାହା ଫଳରେ ଶହ ଶହ ହେକ୍ଟର ଚାଷ ଜମି ଉପରେ ୪ ଫୁଟ ଉଚ୍ଚତାରେ ଜଳ ଜମିରହିଛି।
କାଣି ନଦୀର କଣ୍ଟପଡ଼ା ନିକଟରେ ନଦୀବନ୍ଧର ଡାହାଣ ପାର୍ଶ୍ୱରେ ଘାଇ ହୋଇଥିଲା ବେଳେ ଏହା ଫଳରେ ଚାଷ ଜମି ପ୍ରଭାବିତ ହୋଇଛି।
ଘାଇ ହେବା ଫଳରେ ବ୍ଲକର ମଲିକାପୁର, ଦୁଦୁରାଅଣ୍ଟା, ଶୁଶୁଆ, ମଙ୍ଗଳପୁର, କନିକାପଡା ଆଦି ପଞ୍ଚାୟତ ଚାଷ ଜମିରେ ବନ୍ୟା ଜଳ ପ୍ରଭାବିତ ହେଉଛି।
Baitarani River: ବଢ଼ୁଛି ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର, ଲୋକଙ୍କୁ ସତର୍କ କରୁଛି ପ୍ରଶାସନ ତେବେ ପ୍ରତିବର୍ଷ ବର୍ଷାଋତୁରେ ଅଞ୍ଚଳରେ ସମାନ ଅବସ୍ଥା ସୃଷ୍ଟି ହେଉଚି।
କେବଳ ଏଭଳି ସମସ୍ୟା ସୃଷ୍ଟି ହେଲେ ଅଧିକାରୀଙ୍କ ନିଦ ଭାଙ୍ଗିଥାଏ।
ଦୁର୍ବଳ ନଦୀବନ୍ଧର ମରାମତି କାମ ଆରମ୍ଭ ହୋଇଥାଏ।
ପ୍ରଶାସନର ଏଭଳି ଅବହେଳା ଓ ଖାମଖିଆଲି ନୀତିକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ବିରୋଧୀ କଂଗ୍ରେସ ଏବଂ ବିଜେଡି ପ୍ରଶାସନର ଏଭଳି କାର୍ଯ୍ୟକୁ ସମାଲୋଚନା କରିଛନ୍ତି ।
ବିଜେଡି ଜିଲ୍ଲା ସଭାପତି ସରୋଜ ମହାପାତ୍ର ଏବଂ କଂଗ୍ରେସ ଜିଲ୍ଲା ସଭାପତି ମାଗୁଣି ଯେନା ସରକାରଙ୍କ ଅବହେଳା ଏବଂ ବିଜେପି ନେତା ଆଉ ଠିକାଦାର ପୋଷଣ ନୀତିକୁ ଦାୟୀ କରିଛନ୍ତି।
ଆଜି ଘାଇ ସୃଷ୍ଟି ହୋଇଥିବା ଅଞ୍ଚଳରେ ବିଭାଗୀୟ ଅଧିକାରୀ ପହଞ୍ଚିଛନ୍ତି।
ସ୍ଥିତି ପରଖିବା ପରେ କହିଛନ୍ତି, ବନ୍ଧଟି ଅଳ୍ପଦିନ ପୂର୍ବେ ହୋଇଥିବାରୁ ଏଭଳି ଘାଇ ସୃଷ୍ଟି ହୋଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।