Love Marriage Leads To Religious Conversion: ପ୍ରେମ ପାଇଁ ଧର୍ମ ପରିବର୍ତ୍ତନ, ଉଇ ହୁଙ୍କାରେ ପଶି ବିଧି ଅନୁସାରେ...
ପ୍ରେମ ପାଇଁ ଧର୍ମ ପରିବର୍ତ୍ତନ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ମଇଁଷିଡୁବା ଗ୍ରାମରେ। ଗାଁର ପାଣ୍ଡୁ ସୋରେନଙ୍କ ପୁଅ ରତନ ସୋରେନ ଭୁବନେଶ୍ବରରେ କାମ କରୁଥିବା ବେଳେ ଜାନକୀ ହାଁସଦା ନାମକ ଯୁବତୀଙ୍କୁ ପ୍ରେମ କରିଥିଲେ। ପରେ ଉଭୟ ବିବାହ କରିବାକୁ ମନସ୍ଥ କରିବାରୁ ପ୍ରେମିକାକୁ ସାଙ୍ଗରେ ଧରି ଗାଁ ରେ ପହଞ୍ଚିଥିଲେ ରତନ। ପରିବାର ଲୋକେ ଏଥିରେ ରାଜି ହୋଇଥିଲେ। ହେଲେ ଯୁବତୀ ଜଣଙ୍କ ଅନ୍ୟ ଧର୍ମର ହୋଇଥିବାରୁ ପ୍ରଥମେ ତାଙ୍କୁ ନିଜ ଧର୍ମରେ ସାମିଲ କରିବାକୁ କହିଥିଲେ।
ପୁନଃ ଜନ୍ମ ନେବା ପାଇଁ ସାନ୍ତାଳୀ ପରମ୍ପରା ଅନୁସାରେ ଉଈ ହୁଙ୍କାରେ ପଶିବା ପରେ ହଳଦୀ ଓ ଗଙ୍ଗା ପାଣିରେ ଗାଧୋଇ ଥିଲେ ଯୁବତୀ। ଚାରି ଗୋଟି କୁକୁଡ଼ା, ଗୋଟିଏ ବୁଦା ଏବଂ ଦୁଇଟି ହାଣ୍ଡିଆ ହାଣ୍ଡି ଦେଇ ଗ୍ରାମ ଠାକୁରଙ୍କୁ ପୂଜା କରି ସାନ୍ତାଳୀ ପରମ୍ପରାରେ ସାମିଲ ହୋଇଛନ୍ତି ଜାନକୀ। ଏହା ପରେ ଗ୍ରାମରେ ଉଭୟଙ୍କର ବିବାହ ଅନୁଷ୍ଠିତ ହୋଇଥିଲା।