Love Affair Turns Tragic: ପ୍ରେମ ପାଇଁ ଗଲା ଜୀବନ, ଦଶ ମହଲାରୁ ଖସି ପ୍ରେମିକର ମୃତ୍ୟୁ

Jul 13, 2026 - 19:41
Love Affair Turns Tragic: ପ୍ରେମ ପାଇଁ ଗଲା ଜୀବନ, ଦଶ ମହଲାରୁ ଖସି ପ୍ରେମିକର ମୃତ୍ୟୁ

ପ୍ରେମ ପାଇଁ ଜୀବନ ଗଲା। ଆପାର୍ଟମେଣ୍ଟର ଦଶ ମହଲା ଶୌଚାଳୟରୁ ଖସି ପ୍ରେମିକର ଜୀବନ ଗଲା। ଭୁବନେଶ୍ବର ନୀଳାଦ୍ରି ବିହାର ଅଞ୍ଚଳରେ ଏକ ଆପାର୍ଟମେଣ୍ଟରୁ ମୃତଦେହ ଉଦ୍ଧାର ହୋଇଛି । ପ୍ରାଥମିକ ତଦନ୍ତ ପରେ ଭୁବନେଶ୍ବର ଡିସିପି କହିଛନ୍ତି, ଯୁବକ ଜଣଙ୍କ ତାଙ୍କ ଝିଅ ସାଙ୍ଗକୁ ଭେଟିବାକୁ ଆସିଥିଲେ। ଦୁହେଁ ରୁମ ଭିତରେ ଥିବା ବେଳେ ଝିଅର ମାଆ ଚାଲିଆସିଥିଲେ ।

ଭୟରେ ଯୁବକ ଜଣଙ୍କ ବାଥରୁମ୍ ଭିତରେ ପଶିଯାଇଥିଲେ । ବାଥରୁମ୍ ଡକ ଦେଇ ପଳାଇ ଆସିବାକୁ ଉଦ୍ୟମ କରିବାରୁ ଖସି ପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ଭୁବନେଶ୍ବର ନୀଳାଦ୍ରି ବିହାର ଅଞ୍ଚଳରେ ଆପାର୍ଟମେଣ୍ଟ ତଳେ ମୃତଦେହ ପଡି ରହିଥିଲା । କ୍ୟାମ୍ପସ ଭିତରେ ପଡ଼ି ରହିଥିଲା ଯୁବକର ମୃତଦେହ । ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ପୋଲିସର ଛାନଭିନ୍ । ସାଇଣ୍ଟିଫିକ୍  ଟିମ୍  ଓ ନିଜେ ଡିସିପି କରୁଛନ୍ତି ଅନୁଧ୍ୟାନ । ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।