Lord Jagannath: ନୂଆପଡ଼ା ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା

Jun 29, 2026 - 22:02
Lord Jagannath: ନୂଆପଡ଼ା ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା

"ନୂଆପଡ଼ା (ଅଶ୍ବିନୀ ପାଣିଗ୍ରାହୀ): ନୂଆପଡ଼ା ସହରର ମନ୍ଦିରପଡ଼ା ଜଗନ୍ନାଥ ମନ୍ଦିରରେ ଆଜି ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନ ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂରତି।

Advertisment ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ରତ୍ନ ସିଂହାସନରୁ ସ୍ନାନ ମଣ୍ଡପରୁ ଅଣାଯାଇ ନାନାଦି ନୀତି ଯଥାରୀତି ପାଳନପୂର୍ବକ ସ୍ନାନ ଯାତ୍ରା ଅନୁଷ୍ଟିତ ହୋଇଥିଲା।

ଠାକୁରଙ୍କ ସ୍ନାନଯାତ୍ରାରେ ବହୁ ଶ୍ରଦ୍ଧାଳୁ ସାମିଲ ହୋଇ ପ୍ରଭୁଙ୍କୁ ଦର୍ଶନ କରିଥିଲେ।

ସ୍ନାନଯାତ୍ରାରେ  ମନ୍ଦିର ପୂଜକ ଅକ୍ଷ ରଥ ଠାକୁରଙ୍କ ରୀତିନୀତି କାର୍ଯ୍ୟ ତୁଲାଇ ଥିଲେ।

ସ୍ନାନଯାତ୍ରାରେ ମନ୍ଦିର କମିଟର ସଭାପତି ସିତୁ ବୋଧଙ୍କର, କମଳ କିଶୋର ପଣ୍ଡା,  ଯାଜ୍ଞସିନୀ ମହାପତ୍ର, ଲକ୍ଷ୍ମଣ ପଣ୍ଡା ସହ ସଦସ୍ୟମାନେ ସହଯୋଗ କରିଥିଲେ।

Debasnana Purnima 2026: ମହାପ୍ରଭୁଙ୍କ ସ୍ନାନଯାତ୍ରା: ଗଜପତି ମହାରାଜାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ହାତୀବେଶରେ ଦର୍ଶନ ଦେଲେ ମହାପ୍ରଭୁ ସଂଧ୍ୟାରେ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବାପରେ ଚାରି ବିଗ୍ରହଙ୍କୁ ପହଣ୍ଡିରେ ନିଆଯାଇ ଅଣସର ଘରେ ପ୍ରବେଶ କରାଯିବ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି।

"