Lord Jagannath: ଜ୍ବରରେ ମହାପ୍ରଭୁ: ଅନ୍ଧାରିଆ ଘରେ ଦୀପ ଜାଳି କରୁଛନ୍ତି ଉପଚାର

Jul 01, 2026 - 04:18
Lord Jagannath: ଜ୍ବରରେ ମହାପ୍ରଭୁ: ଅନ୍ଧାରିଆ ଘରେ ଦୀପ ଜାଳି କରୁଛନ୍ତି ଉପଚାର

"ପୁରୀ: ଜ୍ବରରେ ପଡ଼ିଛନ୍ତି ମହାପ୍ରଭୁ।

ଲୋଡ଼ିଲେଣି ସେବା‌ ଶୁଶ୍ରୂଷା।

ମହାପ୍ରଭୁଙ୍କ ମନ ଜାଣି ଗୁପ୍ତ ସେବା ଦେଉଛନ୍ତି ଦଇତାପତି ସେବକ।

ଏଥିସହ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଶ୍ରୀବିଗ୍ରହଙ୍କ ଅଣସର ସେବା।

୧୪ ଦିନ ଯାଏଁ ଚାଲିବ ଏହି ସେବା।

ସ୍ନାନମଣ୍ଡପକୁ ଆସି ଆଉ ରତ୍ନବେଦିକୁ ନଯାଇ ଅଣସର ଗୃହରେ ବିଜେ ହୋଇଛନ୍ତି ଶ୍ରୀବିଗ୍ରହ।

ଅନ୍ଧକାରାଚ୍ଛନ୍ନ ଗୃହ ଭିତରେ ପ୍ରଦୀପ ଜାଳି ଦିଅଁଙ୍କ ସେବା ପୂଜା କରୁଛନ୍ତି ସେବକ।

ସେଠାରେ ଶ୍ରୀବିଗ୍ରହଙ୍କ ଅନବସରକାଳୀନ ଗୋପନ ସେବା ଚାଲିଛି।

ଦଇତାପତିମାନେ ସ୍ବତନ୍ତ୍ର ଉପଚାରରେ ସେବା ଯୋଗାଉଛନ୍ତି।

ସାଧାରଣ ମଣିଷକୁ ଜ୍ବର ହେଲେ ଯେପରି ଔଷଧ ଓ ସେବା ଶୁଶ୍ରୂଷାର ଆବଶ୍ୟକ ପଡ଼େ, ମହାପ୍ରଭୁଙ୍କ କ୍ଷେତ୍ରରେ ମଧ୍ୟ ସେମିତି ଆବଶ୍ୟକ ପଡ଼ିଥାଏ।

ମହାପ୍ରଭୁ ଏହି ମାନବୀୟ ଲୀଳା କ୍ରମରେ ଚେର ମୂଳିରୁ ଔଷଧ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଜୟ ବିଜୟ ଦ୍ବାର ବନ୍ଦ ରହି ପୂଜା ଚାଲୁଛି।

ପତି ମହାପାତ୍ର ପଞ୍ଚୋପଚାରରେ ନିରାକାରଙ୍କୁ ପୂଜା କରୁଛନ୍ତି।

ଠାକୁରଙ୍କୁ ଅଣସର ପଣା ଅର୍ପଣ କରାଯାଉଛି।

ଏହି ପଣା ମଧ୍ୟ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଉଛି।

ଏହାକୁ ପାଚନ ପଣା କୁହାଯାଏ।

ଖାଇବାକୁ ଚକଟା ଭୋଗ ‌ଅର୍ପଣ ହେଉଛି।

ଫଳମୂଳ ଆଦି ଲାଗି କରାଯାଉଛି।

ଅଣବସର ସେବା ଅବଧି ମଧ୍ୟରେ ଶ୍ରୀମନ୍ଦିରରେ ନୀରବତା ଛାଇଯାଇଛି।

Advertisment Lord Jagannath: ସିଦ୍ଧଳ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରରେ ସ୍ନାନଯାତ୍ରା ଦଇତାପତି ସେବକ ବିଶ୍ବାବସୁ ବିନାୟକ ଦାସ ମହାପାତ୍ରଙ୍କ କହିବା ମୁତାବକ, ମହାପ୍ରଭୁଙ୍କୁ ଗୁପ୍ତ ସେବା ଦିଆଯାଉଛି।

ଦଇତାପତି ସେବକ ପରିବାରରେ ପୁଅଟିଏ ୨୧ ଦିନର ହେବା ଦିନଠାରୁ ସେବା ରହିଛି।

ସଂପ୍ରତି ପ୍ରାୟ ୨ଶହ ଦଇତାପତି ସେବକ ରହିଥିବା ବେଳେ ଶତାଧିକ ସେବକ ଗୁପ୍ତ ସେବାରେ ନିୟୋଜିତ ହୋଇଥାଆନ୍ତି।

ଏହି ସମୟରେ ମହାପ୍ରଭୁ ଧଳା ରଙ୍ଗର ବସ୍ତ୍ର ପରିଧାନ କରିଥାଆନ୍ତି।

ଦଇତାପତି ସେବକମାନେ ମଧ୍ୟ ଧଳା ବସ୍ତ୍ର ପରିଧାନ କରି ଏକବସ୍ତ୍ରୀ ହୋଇ ସେବା ଦେବାର ବିଧି ରହିଛି।

ଏହି ସମୟରେ ଦଇତାପତି ସେବକମାନେ ଶରୀରରେ କୌଣସି ଅଳଙ୍କାର ମଧ୍ୟ ପିନ୍ଧନ୍ତି ନାହିଁ।

ମହାପ୍ରଭୁଙ୍କୁ ଏହି ସମୟରେ ତୁଳସୀ ଜଟା କିମ୍ବା ରଙ୍ଗ ବେରଙ୍ଗର ଫୁଲ ଲାଗି କରାଯାଏ ନାହିଁ।

ବରଂ କେବଳ ତରାଟ, ଟଗର, ଜୁଇ, ମଲ୍ଲୀ, ସୁଗନ୍ଧରାଜ ଭଳି ଧଳାଫୁଳମାନ ଲାଗି ହୁଏ।

ଏହି ସମୟରେ ମହାପ୍ରଭୁ ଅସୁସ୍ଥ ଥିବା ହେତୁ ଶ୍ରୀମନ୍ଦିର ଭିତରେ ଭଜନ, କୀର୍ତ୍ତନ ହୁଏ ନାହିଁ।

ଘଣ୍ଟି ଘଣ୍ଟା ବାଜେ ନାହିଁ।

ଉଚ୍ଚ ସ୍ବରରେ କଥାବାର୍ତ୍ତା କରିବା ମଧ୍ୟ ନିଷେଧ ରହିଛି।

ଜ୍ବର ହୋଇଥିବା ବେଳେ ମଣିଷକୁ ଅନ୍ନାଦି ଖାଇବା ଲାଗି ବାରଣ କରାଯାଇଥାଏ।

ମାନବୀୟ ଲୀଳା କରୁଥିବା ଦାରୁବ୍ରହ୍ମଙ୍କୁ ଅନ୍ନ ଭୋଗ କରାଯାଏ ନାହିଁ।

ବରଂ ପଥି ସ୍ବରୂପ ଲଘୁପାକ ଖାଦ୍ୟ ଭୋଗ କରାଯାଏ।

ଆମ୍ବ, ପଣସ, ସପୁରୀ, କମଳା ଆଦି ଫଳମୂଳ ସହ କ୍ଷୀର ସର ଆଦି ଅର୍ପଣ କରାଯାଇଥାଏ।

ପତି ମହାପାତ୍ର ଶୂନ୍ୟକୁ ଚାହିଁ ପଣା ଭୋଗ ସମର୍ପଣ କରିଥାଆନ୍ତି।

ଅଣସର ସମୟରେ ଶ୍ରୀବିଗ୍ରହଙ୍କ ସମସ୍ତ ଅଙ୍ଗଭୂଷଣ ଖୋଲାଯାଇ ବିଗ୍ରହଙ୍କ ଶରୀରର ଉପଶମ ତଥା ସୁରକ୍ଷା ପାଇଁ ଗୁପ୍ତ ସେବା ଦିଆଯାଏ।

The Lord of the Universe ସ୍ନାନବେଦୀରେ ବ୍ରହ୍ମାଣ୍ଡପତି"