Loan: ୧୦୯ ବର୍ଷ ପରେ ବ୍ରିଟିଶ ସରକାରଙ୍କୁ ଋଣ ଦାବି କଲେ ମଧ୍ୟପ୍ରଦେଶର ରୁଠିଆ ପରିବାର

Oct 20, 2026 - 10:07
Loan: ୧୦୯ ବର୍ଷ ପରେ ବ୍ରିଟିଶ ସରକାରଙ୍କୁ ଋଣ ଦାବି କଲେ ମଧ୍ୟପ୍ରଦେଶର ରୁଠିଆ ପରିବାର

"ସିହୋର: ୧୦୯ ବର୍ଷ ପୁରୁଣା ଋଣକୁ ନେଇ ଏବେ ଚର୍ଚ୍ଚାରେ ମଧ୍ୟପ୍ରଦେଶର ସିହୋରର ରୁଠିଆ ପରିବାର।

ପରିବାରର ଦାବି ଅନୁଯାୟୀ ୧୯୧୭ ମସିହାରେ ସେମାନଙ୍କ ପୂର୍ବପୁରୁଷ ସେଠ ଜୁମ୍ମାଲାଲ ରୁଠିଆ ବ୍ରିଟିଶ ସରକାରଙ୍କୁ ୩୫ ହଜାର ଟଙ୍କା ଋଣ ଦେଇଥିଲେ।

ଦୀର୍ଘ ବର୍ଷ ପରେ ଏହି ଅର୍ଥ ଫେରସ୍ତ ପାଇଁ ପରିବାର ପକ୍ଷରୁ ଆଇନଗତ ପଦକ୍ଷେପ ନିଆଯାଇଛି।

କିନ୍ତୁ ବ୍ରିଟେନର ଋଣ ପରିଚାଳନା କାର୍ଯ୍ୟାଳୟ ସମ୍ପୃକ୍ତ ଋଣର କୌଣସି ରେକର୍ଡ ମିଳିନଥିବା କହିବା ସହ ଏହାର ଦାୟିତ୍ୱ ନେବାକୁ ମନା କରିଛି।

ଏହି ଉତ୍ତରରେ ଅସନ୍ତୁଷ୍ଟ ପରିବାର ଏବେ ନିଜ ଦାବିର ସମର୍ଥନରେ ଅଧିକ ପୁରୁଣା ଦସ୍ତାବିଜ ସଂଗ୍ରହ କରିବା ସହ ଆଗକୁ ଆଇନଗତ ଲଢ଼େଇ ଜାରି ରଖିବାକୁ ଯୋଜନା କରିଛି।Advertisment ରୁଠିଆ ପରିବାରର ଦାବି ଅନୁସାରେ, ୧୯୧୭ ମସିହାରେ ଭାରତରେ ବ୍ରିଟିଶ ଶାସନ ଚାଲିଥିବା ସମୟରେ ସେଠ ଜୁମ୍ମାଲାଲ ରୁଠିଆ ବ୍ରିଟିଶ ସରକାରଙ୍କୁ ୩୫ ହଜାର ଟଙ୍କା ଋଣ ଦେଇଥିଲେ।

ଏହି ଅର୍ଥ ଋଣ ଭାବରେ ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ଫେରସ୍ତ ହୋଇନାହିଁ।

ଏହି ଦାବିର ସମର୍ଥନରେ ପରିବାର ପାଖରେ କିଛି ପୁରୁଣା ଦସ୍ତାବିଜ ମଧ୍ୟ ରହିଛି।

ଏହାକୁ ଆଧାର କରି ପରିବାର ପକ୍ଷରୁ ବ୍ରିଟିଶ ସରକାରଙ୍କ ନିକଟରେ ଋଣ ପରିଶୋଧ ପାଇଁ ଦାବି ଉପସ୍ଥାପନ କରାଯାଇଛି।

ବ୍ରିଟିଶ ପକ୍ଷକୁ ଆଇନଗତ ନୋଟିସ ଏହି ଋଣ ଫେରସ୍ତ ପାଇବା ପାଇଁ ରୁଠିଆ ପରିବାର ବ୍ରିଟିଶ ପକ୍ଷକୁ ଆଇନଗତ ନୋଟିସ ପଠାଇଥିଲା।

ଏଥିରେ ମୂଳ ରାଶି ସହ ସୁଧ ମିଶାଇ ଟଙ୍କା ଫେରସ୍ତ କରିବାକୁ ଦାବି କରାଯାଇଥିଲା।

ଏହାପରେ ବ୍ରିଟେନର ଋଣ ପରିଚାଳନା କାର୍ଯ୍ୟାଳୟ ପକ୍ଷରୁ ମାମଲା ସମ୍ପର୍କରେ ଉତ୍ତର ଦିଆଯାଇଥିଲା ଯେ ଏହି ଋଣର କିଛି ରେକର୍ଡ ନାହିଁ ।

ତେବେ ପରିବାର ଏହି ଉତ୍ତରରେ ସନ୍ତୁଷ୍ଟ ନାହାଁନ୍ତି।

ଏବେ ପରିବାର ଅଧିକ ପ୍ରମାଣ ଓ ଐତିହାସିକ ରେକର୍ଡ ସଂଗ୍ରହ କରୁଛି।

ଆବଶ୍ୟକ ପଡ଼ିଲେ ପୁଣି ଆଇନଗତ ନୋଟିସ ପଠାଇବା ସହ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ ବୋଲି ପରିବାର ପକ୍ଷରୁ କୁହାଯାଇଛି।

ଅସହାୟ ଲୋକଙ୍କ ସହାୟତା ରୁଠିଆ ପରିବାରର କହିବା ଅନୁଯାୟୀ, ଯଦି ଦାବି ମୁତାବକ ଟଙ୍କା ଫେରସ୍ତ ମିଳେ, ତେବେ ଏହାକୁ ବ୍ୟକ୍ତିଗତ ଲାଭ ପାଇଁ ଖର୍ଚ୍ଚ କରାଯିବ ନାହିଁ।

ବରଂ ଏହି ଅର୍ଥକୁ ଗରିବ ଓ ଅସହାୟ ଲୋକଙ୍କ ସହାୟତାରେ ବ୍ୟବହାର କରାଯିବ।

ଏହି ଋଣ ଦାବି ଏବେ ଏକ ଆଇନଗତ ଓ ଐତିହାସିକ ପ୍ରସଙ୍ଗ ପାଲଟିଛି।

Japan space mission: ମଙ୍ଗଳ ଗ୍ରହରୁ ପୃଥିବୀକୁ ମାଟି ଆଣିବା ପାଇଁ ଜାପାନର ଐତିହାସିକ ମିସନ ଆରମ୍ଭ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)