Loan: ଚୀନରେ ୧୦ କୋଟି ଲୋକ ଋଣ ଶୁଝିବାକୁ ଅସମର୍ଥ

Nov 09, 2026 - 14:26
Loan: ଚୀନରେ ୧୦ କୋଟି ଲୋକ ଋଣ ଶୁଝିବାକୁ ଅସମର୍ଥ

ବେଜିଂ: ବିଶ୍ୱର ଅନ୍ୟତମ ବୃହତ୍‌ ଅର୍ଥନୀତି ଚୀନ୍‌ ଏବେ ଏକ ବଡ଼ ଧରଣର ଋଣ ସଙ୍କଟ ସମ୍ମୁଖୀନ ହୋଇଛି।

ଦେଶର ପ୍ରାୟ ୧୦ କୋଟି ଲୋକ ବ୍ୟକ୍ତିଗତ ଋଣ ଶୁଝିବାରେ ଅସମର୍ଥ ହେଉଛନ୍ତି।

ଆର୍ଥିକ ମାନ୍ଦାବସ୍ଥା, ଚାକିରି ହରାଇବା ଓ ବ୍ୟବସାୟରେ କ୍ଷତି ଯୋଗୁଁ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼ିଛି।

ଫଳରେ ବ୍ୟାଙ୍କ ଓ ଅନ୍ୟ ଆର୍ଥିକ ସଂସ୍ଥାଗୁଡ଼ିକ ଋଣ ଆଦାୟ କରିବାରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ବ୍ଲୁମବର୍ଗ ବିଜନେସ୍‌ୱିକ୍‌ର ଏକ ରିପୋର୍ଟରେ ଗେଭେକାଲ୍‌ ଡ୍ରାଗୋନୋମିକ୍ସର ଆକଳନ ଆଧାରରେ ଏହି ତଥ୍ୟ ପ୍ରକାଶ ପାଇଛି।

Advertisment ଏହି ସଙ୍କଟର ପ୍ରଭାବ କେତେ ଗଭୀର ତାହା ଋଣ ଆଦାୟ କରୁଥିବା କର୍ମଚାରୀଙ୍କ ଅଭିଜ୍ଞତାରୁ ଜଣାପଡ଼ୁଛି।

ଚୀନ୍‌ର ଉହାନ ସହରରେ କାମ କରୁଥିବା ୨୩ ବର୍ଷୀୟ ରିୟାନ୍‌ ହୁ ଦିନକୁ ୩୦୦ରୁ ଅଧିକ ଫୋନ୍‌ କରି ଋଣ ଶୁଝିନଥିବା ଲୋକଙ୍କ ସହ ଯୋଗାଯୋଗ କରୁଛନ୍ତି।

ବେଳେବେଳେ ତାଙ୍କୁ ମଧ୍ୟରାତ୍ରି ପର୍ଯ୍ୟନ୍ତ କାମ କରିବାକୁ ପଡ଼ୁଛି।

ତାଙ୍କ ପାଖକୁ ଆସୁଥିବା ଋଣଖିଲାପୀଙ୍କ ମଧ୍ୟରେ ମହାମାରୀ ପରେ ବ୍ୟବସାୟ ସ୍ୱାଭାବିକ କରିପାରିନଥିବା ରେସ୍ତୋରାଁ ମାଲିକ, ରିଅଲ୍‌ ଇଷ୍ଟେଟ୍‌ କ୍ଷେତ୍ରର ମାନ୍ଦାବସ୍ଥାରେ ଚାକିରି ହରାଇଥିବା ଦମ୍ପତି ଏବଂ ଚାକିରି ନପାଇ ଆର୍ଥିକ ସଙ୍କଟରେ ପଡ଼ିଥିବା ଯୁବକଯୁବତୀ ରହିଛନ୍ତି।

ଲୋକଙ୍କ ଆୟ କମିଥିବାରୁ ପୂର୍ବଭଳି ଋଣ ପରିଶୋଧ କରିବାର କ୍ଷମତା ଆଉ ନାହିଁ ବୋଲି ହୁ କହିଛନ୍ତି।

ଖିଲାପୀ ଋଣ ବଜାର ଦ୍ରୁତଗତିରେ ବଢ଼ୁଛି ଚୀନରେ ଖିଲାପୀ ଋଣ ବଜାର ମଧ୍ୟ ଦ୍ରୁତଗତିରେ ବଢ଼ୁଛି।

୨୦୨୧ରେ ବ୍ୟାଙ୍କଗୁଡ଼ିକୁ ଅନାଦାୟ ଗ୍ରାହକ ଋଣ ବିକ୍ରି କରିବାକୁ ଅନୁମତି ମିଳିବା ପରେ ସେହି ବର୍ଷ ପ୍ରାୟ ୧୮୬୦ କୋଟି ୟୁଆନ୍‌ ମୂଲ୍ୟର ଖିଲାପୀ ଋଣ ବିକ୍ରି ହୋଇଥିଲା।

କିନ୍ତୁ ୨୦୨୫ ଶେଷ ସୁଦ୍ଧା ଏହା ୪୫,୪୦୦ କୋଟି ୟୁଆନ୍‌ରେ ପହଞ୍ଚିଛି।

ଅର୍ଥାତ୍‌ ମାତ୍ର ଚାରି ବର୍ଷ ମଧ୍ୟରେ ଏହି ବଜାର ୨୦ ଗୁଣରୁ ଅଧିକ ବଢ଼ିଛି।

ଏଥିରେ ମୁଖ୍ୟତଃ କ୍ରେଡିଟ୍‌ କାର୍ଡ ବକେୟା ଓ ବ୍ୟକ୍ତିଗତ ଋଣ ସାମିଲ ରହିଛି।

ଘର ଓ ଗାଡ଼ି ଋଣ ସାଧାରଣତଃ ଏଥିରେ ସାମିଲ ହେଉନାହିଁ।

କେତେକ ବ୍ୟାଙ୍କ ଏବେ ପ୍ରତି ତିନି ମାସ ବଦଳରେ ପ୍ରତି ମାସରେ ଅନାଦାୟ ଋଣ ବିକ୍ରି କରିବାକୁ ଉଦ୍ୟମ କରୁଛନ୍ତି।

ଲୋକଙ୍କ ପାଇଁ ସମସ୍ୟା ବଢ଼ିଛି ଋଣ ଖିଲାପୀ ବଢ଼ିବା ପଛରେ କେବଳ ଅଧିକ ଋଣ ନେବା ଦାୟୀ ନୁହେଁ।

ଅର୍ଥନୈତିକ ମାନ୍ଦାବସ୍ଥା, ରିଅଲ୍‌ ଇଷ୍ଟେଟ୍‌ କ୍ଷେତ୍ରରେ ସଙ୍କଟ, ବ୍ୟବସାୟ ବନ୍ଦ ହେବା ଏବଂ ଚାକିରି ହରାଇବା ଏହାର ପ୍ରମୁଖ କାରଣ।

ଅନେକ ପରିବାର ନିଜ ଆୟର ଏକ ବଡ଼ ଅଂଶ ଋଣ ପରିଶୋଧରେ ଖର୍ଚ୍ଚ କରୁଛନ୍ତି।

ଅନ୍ୟପଟେ ବ୍ୟାଙ୍କଗୁଡ଼ିକ ମଧ୍ୟ ନୂଆ ଋଣ ଦେବାରେ ସତର୍କ ହୋଇଛନ୍ତି।

ଅନଲାଇନ୍‌ ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଉପରେ ଚୀନ୍‌ ସରକାର ନିୟନ୍ତ୍ରଣ କଡ଼ାକଡ଼ି କରିବା ସହ ନୂଆ ଋଣର ହାରାହାରି ସୁଧ ୨୦ ପ୍ରତିଶତ ତଳେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାଦ୍ୱାରା ଗୋଟିଏ ଋଣ ଶୁଝିବା ପାଇଁ ଅନ୍ୟ ଅନଲାଇନ୍‌ ପ୍ଲାଟଫର୍ମରୁ ଋଣ ନେଉଥିବା ଲୋକଙ୍କ ପାଇଁ ମଧ୍ୟ ସମସ୍ୟା ବଢ଼ିଛି।

ଏହି ପରିସ୍ଥିତିରେ ଅନାଦାୟ ଋଣ କିଣିବା ଏକ ନୂଆ ବ୍ୟବସାୟରେ ପରିଣତ ହୋଇଛି।

ବ୍ୟାଙ୍କଗୁଡ଼ିକ ହଜାର ହଜାର ଋଣ ଖାତାକୁ ଏକାଠି କରି କମ୍‌ ମୂଲ୍ୟରେ ନିଲାମ କରୁଛନ୍ତି।

ଏହି ଋଣଗୁଡ଼ିକୁ ଆର୍ଥିକ ସଂସ୍ଥା ଓ ନିବେଶକମାନେ କିଣି ପରେ ଗ୍ରାହକଙ୍କଠାରୁ ଅଧିକ ଅର୍ଥ ଆଦାୟ କରିବାକୁ ଉଦ୍ୟମ କରୁଛନ୍ତି।

ସାଧାରଣତଃ ଏହି ସଂସ୍ଥାଗୁଡ଼ିକ ମୋଟ ବକେୟା ଋଣର ମାତ୍ର ୬ରୁ ୭ ପ୍ରତିଶତ ମୂଲ୍ୟ ଦେଇ ଋଣ କିଣୁଛନ୍ତି।

ପରେ ଋଣର ପ୍ରାୟ ୩୦ ପ୍ରତିଶତ ଆଦାୟ କରିବାକୁ ସକ୍ଷମ ହେଉଛନ୍ତି।

ଏହି କାରବାରରେ ଘରୋଇ ନିବେଶକ, ଆର୍ଥିକ ସଂସ୍ଥା ଓ ଋଣ ଆଦାୟକାରୀ କମ୍ପାନିମାନେ ସାମିଲ ହୋଇଛନ୍ତି।

ମାନ୍ଦାବସ୍ଥା, ଚାକିରି ହରାଇବା ପ୍ରଭାବ ତେବେ ଋଣ ଆଦାୟ କରିବା କାମ ମଧ୍ୟ ସହଜ ହୋଇନାହିଁ।

ଏହି କ୍ଷେତ୍ରରେ କାମ କରୁଥିବା କର୍ମଚାରୀମାନେ ଦିନକୁ ୨୦୦ରୁ ୩୦୦ ଫୋନ୍‌ କଲ୍‌ କରୁଛନ୍ତି।

ନୂଆ କର୍ମଚାରୀଙ୍କ ମାସିକ ଦରମା ପ୍ରାୟ ୪ ହଜାର ୟୁଆନ୍‌ ହୋଇଥିବାବେଳେ ଅଭିଜ୍ଞ କର୍ମଚାରୀମାନେ ୨୦ ହଜାରରୁ ୩୦ ହଜାର ୟୁଆନ୍‌ ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି।

ଋଣ ଆଦାୟ ସମୟରେ ଅନେକ ଗ୍ରାହକ ଅସନ୍ତୋଷ ପ୍ରକାଶ କରିବା ସହ ଗାଳିଗୁଲଜ ମଧ୍ୟ କରୁଛନ୍ତି।

ଏହାଦ୍ୱାରା କର୍ମଚାରୀଙ୍କ ମାନସିକ ଚାପ ବଢ଼ୁଛି।

କେତେକ ସଂସ୍ଥାରେ ମାସିକ କର୍ମଚାରୀ ପରିବର୍ତ୍ତନ ହାର ୨୦ ପ୍ରତିଶତ ପର୍ଯ୍ୟନ୍ତ ରହିଛି।

RSS: ସଂଘ ସାମ୍ପ୍ରଦାୟିକ ନୁହେଁ, ଆରଏସଏସ ଉପରେ ପ୍ରତିବନ୍ଧକକୁ ବିରୋଧ କରିଥିଲେ ଇବ୍ରାହିମ: ମୋହନ ଭାଗବତ ଅନ୍ୟପଟେ ଋଣ ଆଦାୟ ସମୟରେ ଗ୍ରାହକଙ୍କୁ ଧମକ ଦେବା, ଅପମାନିତ କରିବା କିମ୍ବା ବାରମ୍ବାର ଫୋନ୍‌ କରି ହଇରାଣ କରିବା ଭଳି ଘଟଣାକୁ ରୋକିବା ପାଇଁ ଚୀନ୍‌ ସରକାର ନୂଆ ନିୟମ ଲାଗୁ କରିଛନ୍ତି।

ଋଣ ଆଦାୟକାରୀ ସଂସ୍ଥାଗୁଡ଼ିକର କାର୍ଯ୍ୟକଳାପ ଉପରେ ମଧ୍ୟ ତଦାରଖ ବଢ଼ାଯାଇଛି।

ଏହାଦ୍ୱାରା କେତେକ ସଂସ୍ଥାରେ କର୍ମଚାରୀ ଛଟେଇ ହୋଇଥିବାବେଳେ ଋଣ ଆଦାୟ ହାର ମଧ୍ୟ ଧୀମା ହୋଇଛି।

ସେପ୍ଟେମ୍ବରରେ ଚୀନ୍‌ର ଯୁବ ବେକାରି ହାର ୧୮ ପ୍ରତିଶତ ରହିଥିବା ଏହି ସଙ୍କଟକୁ ଆହୁରି ଗମ୍ଭୀର କରିଛି।

ଏହା ସ୍ପଷ୍ଟ କରୁଛି ଯେ ଚୀନ୍‌ର ଋଣ ସମସ୍ୟା କେବଳ ବ୍ୟାଙ୍କ କିମ୍ବା ଋଣଗ୍ରହୀତାଙ୍କ ମଧ୍ୟରେ ସୀମିତ ନାହିଁ।

ଏହା ଦେଶର ଅର୍ଥନୀତି, ନିଯୁକ୍ତି ଓ ସାଧାରଣ ପରିବାରର ଆର୍ଥିକ ସ୍ଥିତି ଉପରେ ଚାପ ସୃଷ୍ଟି କରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)