Literature: ଜୀବନର କୋଲାଜ୍‌: କବି ଅକ୍ଷୟ ସ୍ବାଇଁଙ୍କ କଲମରୁ ନିଃସୃତ...

Aug 22, 2026 - 17:16
Literature: ଜୀବନର କୋଲାଜ୍‌: କବି ଅକ୍ଷୟ ସ୍ବାଇଁଙ୍କ କଲମରୁ ନିଃସୃତ...

"ଜୀବନର କୋଲାଜ୍‌ ଅକ୍ଷୟ ସ୍ବାଇଁ ଜୀବନ, ଗୋଟେ ଭଙ୍ଗା ଆଇନାର କୋଲାଜ,ପ୍ରତିଟି ଖଣ୍ଡରେ ପ୍ରତିଫଳିତ ହୁଏଅଧୁରା ଅଚିହ୍ନା ଚେହେରାଆମେ ସଜାଉଥାଉ ମୁହୂର୍ତ୍ତକୁ ଶବ୍ଦର ଅଳଙ୍କାରରେ,ହେଲେ ଜୀବନ ଲୁଚକାଳି ଖେଳୁଥାଏଶବ୍ଦ ଓ ଶବ୍ଦର ଫାଙ୍କରେ।Advertisment କେବେ ଦେଖିଛଶେଷ ଶୀତର ସେଇ ହଳଦିଆ ପତ୍ରର ପତନ?ତା" ପାଖରେ କୌଣସି ଅଭିଯୋଗ ନଥାଏଆକାଶ ପାଇଁ,ସେ ଜାଣେ, ତା"ର ଝଡ଼ିବା ହିଁନୂତନ ପଲ୍ଲବର ସ୍ବାଗତ ସଙ୍ଗୀତଆମେ କିନ୍ତୁ ଚୋଟ ମାରୁ ସମୟର ପାଦରେ,ଋତୁ ବଦଳିବା ପୂର୍ବରୁ ହିଁ ଜଳିଯାଉଭୟର କୁହୁଡ଼ିରେ।

ଆହୁରି ପଢ଼ନ୍ତୁ- Store Lemons: ଫ୍ରିଜ୍‌ରେ ରଖିବା ପରେ ବି ଲେମ୍ବୁ ଶୁଖିଯାଉଛି କି?

ଏପରି ରଖି ଦୀର୍ଘ ଦିନ ପର୍ଯ୍ୟନ୍ତ ତାଜା ରଖନ୍ତୁ...

ଜୀବନ ତ ଏକ ସନ୍ଧ୍ୟା ନଈର ନଉକା,ଯେଉଁଠି ବହ୍ନି ନାହିଁ, ଅଛି କେବଳପାଣିର ସ୍ନିଗ୍ଧ ଆଲିଙ୍ଗନ;ଆହୁଲା ମାର ବା ନମାର,ସ୍ରୋତ ହିଁ ଭସାଇନେବ ଅବଶି‌ଷ୍ଟ ମୁହୂର୍ତ୍ତମାନଙ୍କୁଦାରୁ ଖଣ୍ଡେ ଲୋଡ଼ୁଥାଏ ନବ କଳେବରସମୁଦ୍ରରେ ମିଶିବା ବେଳକୁ ଆମେ ଖୋଜୁଥାଉ ଈଶ୍ୱରଙ୍କୁପଥର ଓ ନିହଣର ଆବାଜ ଭିତରେ,ସେ କିନ୍ତୁ ଭେଟ ହେଇଯାଆନ୍ତି କେବେ କେବେରୂପକାରର ନିଃଶ୍ୱାସରେତା" ଲୋତକ ଓ ‌ସ୍ବେଦରେ, ଯିଏ ଝରିବା ବେଳକୁହସଟିଏ ଆଙ୍କି ସାରିଥାଏ ଅନ୍ୟର ଓଠରେବିଶ୍ବାସଟେ ବୁଣି ସାରିଥାଏ କେତେ ହୃଦୟରେ।

ଯୋଗାଯୋଗ- ୯୩୩୮୨୧୧୯୫୯ ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)